ETV Bharat / state

ଆଜି ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା, ଗଜାନନ ବେଶ ଧାରଣ କରିବେ ଶ୍ରୀଜିଉ - Snana Yatra 2024

author img

By ETV Bharat Odisha Team

Published : Jun 22, 2024, 6:57 AM IST

Updated : Jun 22, 2024, 8:06 AM IST

Snana Yatra 2024: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା । ରତ୍ନବେଦୀରୁ ସ୍ନାନବେଦୀକୁ ଆସି ୧୦୮ ସୁବାସିତ କଳସ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୁରତି । ଏହାପରେ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଦେଖନ୍ତୁ ଆଜିର ନୀତିକାନ୍ତିର ସମ୍ପୂର୍ଣ୍ଣ ବିବରଣୀ ଓ ଟ୍ରାଫିକ କଟକଣା ସମ୍ବନ୍ଧୀୟ ସୂଚନା ।

Snana Yatra 2024
Snana Yatra 2024 (ETV Bharat Odisha)

Snana Yatra 2024
Snana Yatra 2024 (@SJTA_Puri)

ପୁରୀ: ଆଜି ଦେବସ୍ନାନ ପୂର୍ଣ୍ଣିମା । ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଆରମ୍ଭ ହୋଇଯାଇଛି ଜଗତର ନାଥ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରା । ୧୦୮ କଳସ ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି। ଏହାପରେ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ । ସାଧାରଣତଃ ବର୍ଷରେ ଥରୁଟିଏ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କ ସହିତ ପ୍ରତ୍ୟକ୍ଷ ଶ୍ରୀଅଙ୍ଗ ଜଳସ୍ନାନ କରନ୍ତି । ବାକି ବର୍ଷ ସାରା ତାଙ୍କୁ ପ୍ରତିବିମ୍ବସ୍ନାନ କରାଯାଏ । ଏହି ଦିନକୁ ଜଗନ୍ନାଥଙ୍କର ଜନ୍ମଦିନ ରୂପରେ ମଧ୍ୟ ପାଳନ କରାଯାଇଥାଏ ।

Snana Yatra 2024
Snana Yatra 2024 (@SJTA_Puri)

ଆଜିର ନୀତିକାନ୍ତି: ପବିତ୍ର ସ୍ନାନଯାତ୍ରା ଅବସରରେ ଆଜି ଭୋର ସମୟରୁ ପୁରୀରେ ଆରମ୍ଭ ହୋଇଯାଇଛି ସ୍ୱତନ୍ତ୍ର ନୀତିକାନ୍ତି । ଭୋର ୪.୩୦ରେ ମଙ୍ଗଳାର୍ପଣ ପରେ ଡୋରଲାଗି ଓ ପୁଷ୍ପାଞ୍ଜଳୀ ହୋଇ ୫ଟାରୁ ୭ଟା ପର୍ଯ୍ୟନ୍ତ ପହଣ୍ଡି କରାଯାଇଛି। ଧାଡି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦୀରୁ ସ୍ନାନବେଦୀକୁ ଆସିଛନ୍ତି । ଏହାପରେ ୯ଟାରେ ମଙ୍ଗଳ ଆଳତି, ୯.୧୫ରେ ମଇଲମ ନୀତି, ୯.୨୫ରେ ତଡପ ଲାଗି ନୀତି, ୯.୪୫ରେ ଅଧର ପୋଛା, ୧୦.୨୦ରେ ଅବକାଶ, ୧୦.୩୦ରେ ରୋଷହୋମ, ୧୦.୫୫ରେ ସୂର୍ଯ୍ୟପୂଜା, ୧୧.୧୦ରେ ଦ୍ୱାରପାଳ ପୂଜା, ୧୧.୨୫ରେ ବେଶ ଶେଷ ନୀତି କରାଯିବ ।

ଏହାପରେ ୧୨.୨୦ରୁ ୧.୪୫ ମଧ୍ୟରେ ଜଳ ବିଜେ, ପୂଜା ଓ ସ୍ନାନ ନୀତି କରାଯିବ । ୨.୫୦ରେ ମଇଲମ, ମେକାପ ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ କରାଯିବ । ଏହାପରେ ଅପରାହ୍ନ ୩ଟା ସମୟରେ ଛେରା ପହଁରା ନୀତି କରାଯିବ ।

ଛେରା ପହଁରା ନୀତି ପରେ ୩.୪୦ରେ ଦୁର୍ଲଭ ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଏହାପରେ ୪ଟାରେ ମହନ୍ତ ଶାଢୀବନ୍ଧା, ୫.୪୫ରୁ ୭.୨୦ ଘଣ୍ଟଛତା ସକାଳ ଧୂପ ନୀତି କରାଯିବ । ଏହାମଧ୍ୟରେ ସନ୍ଧ୍ୟା ୬.୩୦ରେ ଦକ୍ଷିଣିଘର ଭୋଗ, ସନ୍ଧ୍ୟା ୭.୩୦ରୁ ୧୦.୩୦ ମଧ୍ୟରେ ସାହାଣମେଲା, ରାତି ୧୧ଟାରେ ହାତୀବେଶ ମଇଲମ, ୧୧.୧୦ ପୁଷ୍ପାଞ୍ଜଳୀ ଓ ଡୋରଲାଗି , ୧୧.୩୦ରୁ ୨ଟା ମଧ୍ୟରେ ବାହୁଡା ପହଣ୍ଡି ଓ ଶେଷରେ ରାତି ୨.୩୦ରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ଅନୁଷ୍ଠିତ ହେବ ।

ଆଜିର ଟ୍ରାଫିକ କଟକଣା: ପବିତ୍ର ସ୍ନାନଯାତ୍ରା ଅବସରରେ ଜନସମୁଦ୍ର ପାଲଟିଛି ବଡଦାଣ୍ଡ । ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଆସିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ ନିୟମ ପରିବର୍ତ୍ତନ କରାଯାଇଛି ।

ଏହା ବି ପଢନ୍ତୁ- ଶ୍ରୀଜିଉଙ୍କ ସ୍ନାନଯାତ୍ରା, କାଳିଆ ସାଆନ୍ତେଙ୍କ ପହଣ୍ଡି ବିଜେ ଆରମ୍ଭ - SNANA PURNIMA 2024 LIVE UPDATES

Snana Yatra 2024
Snana Yatra 2024 (@SJTA_Puri)

ଭୁବନେଶ୍ବର/ବ୍ରହ୍ମଗିରି ପଟରୁ ଆସୁଥିଲେ:- ପୁରୀ ଟାଉନ୍ ସଟଲ୍ ବସ୍ ଓ ଅଟୋ ରିକ୍ସାକୁ ମେଡିକାଲ୍ ଛକ ପର୍ଯ୍ୟନ୍ତ ଯିବାକୁ ଅନୁମତି ରହିଛି । ପ୍ରୋଟୋକଲ ଯାନ ଗୁଡିକୁ ଗଦାଧର ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଯିବାର ଅନୁମତି ଦିଆଯାଇଥିବାବେଳେ ସେଠାରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ପାର୍କିଂ ପରେ ସେମାନେ ବ୍ୟାଟେରୀ ଚାଳିତ ଯାନର‌ ସୁବିଧା ପାଇପାରିବେ । ତେବେ ଜେବିପିସି ଓ ପୁରୁଣା ଜେବିପିସିରେ ପାର୍କିଂ ସୁବିଧା ପାଇବା ପାଇଁ ଭୁବନେଶ୍ଵର ଆଡ଼ୁ ଆସୁଥିବା ହାଲୁକା ମୋଟର ଯାନ ହରେକୃଷ୍ଣପୁର ଛକଠାରୁ ଶ୍ରୀସେତୁ ଆଡ଼କୁ ସ୍ଥାନାନ୍ତରିତ ହୋଇପାରିବ । ଜେବିପିସି ପାର୍କିଂ ପୂରଣ ହେବା ପରେ ହରେକୃଷ୍ଣପୁର ଛକଠାରୁ ଜେଲ୍ ରୋଡରେ ପାର୍କିଂ ପାଇଁ ଅଠରନଳା ଆଡକୁ ଯିବାକୁ ଅନୁମତି ଦିଆଯିବ । ବ୍ରହ୍ମଗିରିରୁ ଆସୁଥିବା ହାଲୁକା ମୋଟର ଯାନ ଗୁଡିକ ଯାତ୍ରିକା, ବ୍ଲୁ ଫ୍ଲାଗ୍‌ ବେଳାଭୂମି ଏବଂ ହୋଟେଲ ନୀଳାଚଳ ଅଶୋକରେ ପାର୍କିଂ ପାଇଁ ମଙ୍ଗଳା ଘାଟ ଛକଠାରେ ପଥ ପରିବର୍ତ୍ତନ କରାଯିବ ବୋଲି କହିଛନ୍ତି ଏସ୍‌ପି । ସେହିପରି ଦୁଇଚକିଆ ଗାଡ଼ି ଗୁଡ଼ିକ ବଡ଼ଦାଣ୍ଡରେ ନାୟକ ପ୍ଲାଜା ପର୍ଯ୍ୟନ୍ତ ଥିବା ପାର୍କିଂ ଜୋନ୍‌ରେ ପାର୍କିଂ ହୋଇପାରିବ ।

କୋଣାର୍କ ପଟରୁ ଆସୁଥିଲେ:- ସେହିପରି କୋଣାର୍କ ପାର୍ଶ୍ବରୁ ଆସୁଥିବା ହାଲୁକା ମୋଟର ଯାନ ଗ୍ରିଡ୍‌ ଷ୍ଟେସନ ଛକଠାରୁ ବ୍ଲୁ ଫ୍ଲାଗ୍‌ ବେଳାଭୂମି ଏବଂ ହୋଟେଲ ନୀଳାଚଳ ଅଶୋକରେ ପାର୍କିଂ କରିବେ । ତେବେ ଏହି ସବୁ ପାର୍କିଂ ସ୍ଥାନ ପୂର୍ଣ୍ଣ ହେବା ପରେ ସେହି ଅନୁସାରେ ପରିବର୍ତ୍ତନ କରାଯିବ ।‌ ମାର୍କେଟ ଛକଠାରୁ ଜଗା ବଳିଆ ଲଜ୍‌ ଏବଂ ମନ୍ଦିର ଚତୁଃପାର୍ଶ୍ଵରେ ନୋ-ଭେଇକିଲ୍‌ ଜୋନ୍‌ ଘୋଷଣା କରାଯାଇଛି । ତେବେ ମାର୍କେଟ ଛକଠାରୁ କେବଳ ପାସ୍‌ ଥିବା ଯାନ, ଜରୁରୀକାଳୀନ ଯାନ, ଅଫିସିଆଲ୍‌ ଯାନକୁ ଆଗକୁ ଯିବା ପାଇଁ ଅନୁମତି ରହିଛି ।

ଏହାମଧ୍ୟ ପଢନ୍ତୁ.. ମହାପ୍ରଭୁଙ୍କ ସ୍ନାନଯାତ୍ରା କିପରି ହୁଏ ? ଜାଣନ୍ତୁ ଗଜାନନ ବେଶ କାହିଁକି ହୁଅନ୍ତି ଶ୍ରୀଜୀଉ - Snana Yatra 2024

ଇଟିଭି ଭାରତ, ପୁରୀ

Last Updated : Jun 22, 2024, 8:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.