ETV Bharat / state

ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର, ମାଆ ଭୈରବୀ ମନ୍ଦିରରୁ ଚୋରି - ବୌଦ୍ଧ ଭୈରବୀ ମନ୍ଦିର

Maa Bhairavi temple Theft: ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର । ବୌଦ୍ଧ ଜିଲ୍ଲାର ମାଆ ଭୈରବୀଙ୍କ ମନ୍ଦିରରୁ ଚୋରି । ଗତ 15 ଦିନ ତଳେ ମଧ୍ୟ ଏହି ମନ୍ଦିରରୁ ଲୁଟ ହୋଇଥିଲା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Feb 19, 2024, 2:30 PM IST

Updated : Feb 19, 2024, 9:13 PM IST

ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର, ମାଆ ଭୈରବୀ ମନ୍ଦିରରୁ ଚୋରି

ବୌଦ୍ଧ: ଲୁଟେରାଙ୍କ ଟାର୍ଗେଟରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ମଠ ମନ୍ଦିର । ଜିଲ୍ଲାର ଆରାଧ୍ୟ ଦେବୀଙ୍କ ମନ୍ଦିରରେ ପନ୍ଦର ଦିନ ପୂର୍ବରୁ ଦାନ ହୁଣ୍ଡିକୁ ଚୋରମାନେ ଲୁଟି ନେଇଥିବା ବେଳେ ଗତକାଲି(ରବିବାର) ବିଳମ୍ବିତ ରାତିରେ ପୁଣି ସେହି ମନ୍ଦିରର ମୁଖ୍ୟ ଆରାଧ୍ୟ ଦେବୀ ମାଆ ଭୈରବୀଙ୍କ ମନ୍ଦିରରେ ଲୁଟ ହୋଇଛି । ମାଆ ଭୈରବୀଙ୍କ ସୁନା ରୂପା ଆଖି ଓ ଚିତା ଲୁଟି ନେବା ସହ ଅନ୍ୟ ଏକ ଗାୟତ୍ରୀ ମନ୍ଦିରର ହୁଣ୍ଡି ମଧ୍ୟ ନେଇଯାଇଛନ୍ତି ଚୋରମାନେ । ଅନ୍ୟପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଗତ କିଛି ଦିନ ମଧ୍ୟରେ ଜିଲ୍ଲାର ଦଶରୁ ଅଧିକ ମନ୍ଦିରରେ ଚୋରି ହୋଇଥିବା ବେଳେ ପୋଲିସ ଏବେ ସୁଦ୍ଧା କାହାରିକୁ ଗିରଫ କରିନାହିଁ । ଯାହାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ..ସାଇବାବା ମନ୍ଦିରରୁ ୫ କିଲୋ ଓଜନର ରୂପା ମୂର୍ତ୍ତି ଚୋରି

ବୌଦ୍ଧ ଜିଲ୍ଲାର ଆରାଧ୍ୟ ଦେବୀ ମାଆ ଭୈରବୀଙ୍କ ମନ୍ଦିରରେ ଚୋରି । ମାଆ ଭୈରବୀଙ୍କ ସୁନା ରୂପା ଆଖି ଓ ଚିତା ଲୁଟ ହୋଇଥିବା ଜଣାପଡିଛି । ତେବେ ଏଥିସହ ସେହି ଅଞ୍ଚଳରେ ଥିବା ଆଉ ଏକ ଗାୟତ୍ରୀ ମନ୍ଦିରର ହୁଣ୍ଡି ମଧ୍ୟ ନେଇଯାଇଛନ୍ତି ଚୋରମାନେ । ଆଜି(ସୋମବାର) ସକାଳେ ମନ୍ଦିରରୁ ଚୋରି ହୋଇଥିବା ନେଇ ଜଣାପଡିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି । ଏନେଇ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହାମଧ୍ୟ ପଢନ୍ତୁ..ବୌଦ୍ଧରେ ଥମୁନି ମନ୍ଦିରରୁ ସିରିଜ ଚୋରି, ପୋଲିସ ଓ ଅବକାରୀ ବିଭାଗ ଉପରେ ବର୍ଷିଲା ଜିଲ୍ଲା ବିଜେପି

ଗତ କିଛି ଦିନ ମଧ୍ୟରେ ଜିଲ୍ଲାର ଦଶରୁ ଅଧିକ ମନ୍ଦିରରେ ଚୋର ଲୁଟେରା ଗ୍ୟାଙ୍ଗ ଲୁଟପାଟ କରିଥିବା ନେଇ ଅଭିଯୋଗ ହୋଇଛି । କେବଳ ଜିଲ୍ଲା ସଦର ମହକୁମାର ମାତଙ୍ଗେଶ୍ବର ମନ୍ଦିର, ହନୁମାନ ମନ୍ଦିର, ଚନ୍ଦ୍ରଚୂଡ ମନ୍ଦିର, ଜଳେଶ୍ଵର ମନ୍ଦିର, ଭୈରବୀ ମନ୍ଦିରରେ ଲଗାତାର ଭାବରେ ଦାନ ହୁଣ୍ଡି ଲୁଟିବା ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିଲା । କିନ୍ତୁ ଏବେସୁଦ୍ଧା ପୋଲିସ ଏହି ଲୁଟେରାଙ୍କୁ ଧରିବାରେ ବିଫଳ ହୋଇଛି । ଜିଲ୍ଲାରେ ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ପୋଲିସର ହାତ ଖାଲି ପଡିଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ତଥା ପୋଲିସ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

Last Updated : Feb 19, 2024, 9:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.