ETV Bharat / state

ଆଠ ଘଣ୍ଟିଆ ନୂଆପଡା ବନ୍ଦ, ଗଡିଲାନି ଗାଡିମୋଟର

author img

By ETV Bharat Odisha Team

Published : Feb 12, 2024, 4:04 PM IST

Nuapada Bandh: ନୂଆପଡା ଜିଲ୍ଲା ମିଳିତ ଶ୍ରମିକ ମହାସଂଘ ପକ୍ଷରୁ ଆଜି ସମ୍ପୂର୍ଣ୍ଣ ଜିଲ୍ଲାରେ ବନ୍ଦ ଡାକରା ଦିଆଯାଇଛି । ଅଧିକ ପଢ଼ନ୍ତୁ

ନୂଆପଡ଼ା ବନ୍ଦ ଡାକରା
ନୂଆପଡ଼ା ବନ୍ଦ ଡାକରା
ନୂଆପଡ଼ା ବନ୍ଦ ଡାକରା

ନୂଆପଡା: ଶ୍ରମିକମାନଙ୍କ ବିଭିନ୍ନ ଦାବିକୁ ନେଇ ଅଖ ଚକ ବନ୍ଦ । ନୂଆପଡା ଜିଲ୍ଲା ମିଳିତ ଶ୍ରମିକ ମହାସଂଘ ଆହ୍ବାନ କ୍ରମେ ଆଜି ସମ୍ପୂର୍ଣ୍ଣ ଜିଲ୍ଲାରେ ବନ୍ଦ ଡାକରା ଦିଆଯାଇଛି । ସରକାର ଜିଲ୍ଲାର ଶ୍ରମିକମାନଙ୍କ ପ୍ରତି ଅବହେଳା କରୁଥିବା ସହ ଜିଲ୍ଲାର ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ଜିଲ୍ଲାର ଶ୍ରମିକ ମହାସଂଘ ଏହି ଜିଲ୍ଲା ବନ୍ଦ ଡାକରା ଦେଇଛି । ଫଳରେ ବ୍ୟବସାୟ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ବ୍ୟାଙ୍କ ସେବା ପର୍ଯ୍ୟନ୍ତ ସବୁଥିରେ ବ୍ୟାଘାତ ଦେଖାଦେଇଛି ।

ନୂଆପଡା ଜିଲ୍ଲା ମିଳିତ ଶ୍ରମିକ ମହାସଂଘ ଆହ୍ବାନ କ୍ରମେ ଆଜି ନୂଆପଡା ଜିଲ୍ଲା ସମ୍ପୂର୍ଣ୍ଣ ବନ୍ଦ ଡାକରା ଦିଆଯାଇଛି । ଶ୍ରମିକଙ୍କ ବନ୍ଦ ଡାକରାରେ ଖଡ଼ିଆଳ, ସିନାପାଲି, କୋମନା, ବୋଡେ଼ନ ଓ ନୂଆପଡା ଆଦି ସମସ୍ତ ବ୍ଲକ ଅଞ୍ଚଳରେ ବନ୍ଦ ପ୍ରଭାବ ଦେଖାଦେଇଛି । ବନ୍ଦ ପ୍ରଭାବରେ ଅଖଚକ ବନ୍ଦ, ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ, ରାସ୍ତାଘାଟ ବନ୍ଦ, ବ୍ୟାଙ୍କ ବିଦ୍ୟାଳୟ ସରକାରୀ ବେସରକାରୀ କାର୍ଯ୍ୟାଳୟ ସମ୍ପୂର୍ଣ ବନ୍ଦ ରହିଛି । ଜିଲ୍ଲାରେ ଦିନକୁ ଦିନ ଚାଷୀ ମୂଲିଆ, ନିର୍ମାଣ ଶ୍ରମିକ, ପ୍ରବାସୀ ଶ୍ରମିକ, ମନରେଗା ଶ୍ରମିକ ନିର୍ଯାତନା ହେବା ସହିତ ଶୋଷଣର ଶିକାର ହେଉଛନ୍ତି । ସରକାର କେବଳ ଶ୍ରମିକଙ୍କ ଦୁଃଖ ଯନ୍ତ୍ରଣାକୁ କୁମ୍ଭୀର କାନ୍ଦଣା କରୁଥିବା ବେଳେ ନାମକୁ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା କରି ଶ୍ରମିକଙ୍କୁ ଠକି ଚାଲିଥିବା ଶ୍ରମିକ ନେତା ଅଭିଯୋଗ କରିଛନ୍ତି ।

ସେହିଭଳି ଦୀର୍ଘବର୍ଷ ହେବ ଶ୍ରମିକଙ୍କ ନବୀକରଣ ପଞ୍ଜିକରଣ ହୋଇପାରିନାହିଁ । ଶ୍ରମିକଙ୍କୁ ଠିକ ସମୟରେ ପ୍ରାପ୍ୟ ମିଳି ପାରୁନାହିଁ । ବର୍ଷ ବର୍ଷ ଧରି ମନରେଗା ଯୋଜନାରେ କାମ କରି ପ୍ରାପ୍ୟ ପାଇବାରୁ ଶ୍ରମିକ ବଞ୍ଚିତ ହେଉଛନ୍ତି, ଫଳରେ ଶ୍ରମିକ ଶୋଷିତ ହେଉଥିବା ଅଭିଯୋଗ କରିଛନ୍ତି ଶ୍ରମିକ ମହାସଂଘ । ସରକାର ତୁରନ୍ତ ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା କରିବା ସହିତ ଦାଦନ ପ୍ରବଣ ନୂଆପଡା ଜିଲ୍ଲାର ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରନ୍ତୁ ବୋଲି ଦାବି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....୧୨ ଘଣ୍ଟା ଝାରସୁଗୁଡ଼ା ବନ୍ଦ, ସରକାରୀ କଲେଜ ପ୍ରତିଷ୍ଠା ଦାବି

ସେପଟେ ମରୁଡି ପ୍ରବଣ ନୂଆପଡା ଜିଲ୍ଲାରେ ସର୍ବଦା ଚାଷୀ ମୂଲିଆ ହତାଶ ହୋଇ କାମଧନ୍ଦା ଅନ୍ୱେଷଣରେ ରାଜ୍ୟ ବାହାରକୁ ଯାଉଛନ୍ତି । ତେଣୁ ଶ୍ରମିକ, ଚାଷୀ ଓ ମୂଲିଆଙ୍କୁ ସୁରକ୍ଷା ସହାୟତା ସହିତ ପର୍ଯ୍ୟାପ୍ତ ମାତ୍ରାରେ କାମ ଯୋଗାଇ ଦିଅନ୍ତୁ ନଚେତ ଶ୍ରମିକ ଆନ୍ଦୋଳନ ଅଧିକ ତୀବ୍ରତର ହେବବୋଲି ଶ୍ରମିକ ନେତା ଚେତାବନୀ ଦେଇଛନ୍ତି । ତେବେ ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘ ଆବାହକ ଯଦୁମଣି ପାଣିଗ୍ରାହୀ, ଖଡ଼ିଆଳ ଠାରେ ଜିଲ୍ଲା ଚାଷୀ ମୂଲିଆ ସଂଘ ସଭାପତି କେଶବ ବେହେରା, ରାଷ୍ଟ୍ରୀୟ ମଜଦୂର ଶ୍ରମିକ ସଂଘ ଖଡ଼ିଆଳ ବ୍ଲକ ସଭାପତି ଚୈତନ୍ୟ ତାଣ୍ଡି, ସହ ଆବାହକ ଭକ୍ତବନ୍ଧୁ ଧରୁଆ, ପ୍ରଦୀପ ଦଣ୍ଡସେନା, ସୁଖଦେଵ ସାହୁ, ଶୁକ୍ଳାମ୍ବର ନିଆଲ ପ୍ରମୁଖ ଆଜିର ଏହି ବନ୍ଦ ଡାକରାର ନେତୃତ୍ୱ ନେଇଛନ୍ତି ।

ଇଟିଭି ଭାରତ, ନୂଆପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.