ETV Bharat / state

ଅପଚୟ ହେଉନି ଶ୍ରୀମନ୍ଦିର ରୋଷଶାଳାରୁ ବାହାରୁ ଥିବା ପେଜ: ବାହାରୁଛି ଶୁଦ୍ଧ ପାଣି, ଏସବୁ କାର୍ଯ୍ୟରେ ହେଉଛି ବ୍ୟବହୃତ - SHREE MANDIR WATER PURIFIER PROJECT

author img

By ETV Bharat Odisha Team

Published : Aug 1, 2024, 7:41 PM IST

SHREE MANDIR WATER PURIFIER PROJECT: ବର୍ଜ୍ୟ ଜଳ ବିଶୋଧନ ପ୍ରକ୍ରିୟାରେ ବିଶୋଧିତ ହେଉଛି ଶ୍ରୀମନ୍ଦିର ରୋଷଶାଳାରୁ ବାହାରୁଥିବା ହଜାର ହଜାର ଲିଟର ପେଜ । ବିଭିନ୍ନ କାର୍ଯ୍ୟରେ ହେଉଛି ବ୍ୟବହୃତ । ପରିବେଶ ପ୍ରଦୂଷଣ ସହ ଜଳ ଅପଚୟ ରୋକିବାକୁ ନେଇ ସେବାୟତ ମହଲରେ ସ୍ୱାଗତ । କେମିତି ହେଉଛି ଏହି ପ୍ରକ୍ରିୟା ପଢନ୍ତୁ ପୁରା ଖବର ।

ଶ୍ରୀମନ୍ଦିରେ ପ୍ରଥମ; ବିଶୋଧିତ ହେଉଛି ରୋଷଶାଳାରୁ ବାହାରୁଥିବା ହଜାର ହଜାର ଲିଟର ପେଜ
ଶ୍ରୀମନ୍ଦିରେ ପ୍ରଥମ; ବିଶୋଧିତ ହେଉଛି ରୋଷଶାଳାରୁ ବାହାରୁଥିବା ହଜାର ହଜାର ଲିଟର ପେଜ (ETV Bharat Odisha)

ପୁରୀ: ଭୋଜନପ୍ରିୟ ମହାପ୍ରଭୁ ଶ୍ରୀଜଗନ୍ନାଥ । ସେଥି ପାଇଁ ଶ୍ରୀମନ୍ଦିରରେ ରହିଛି ଦୈନିକ 60 ପଉଟି 56 ଭୋଗର ପରମ୍ପରା । ହଜାର ହଜାର ଶ୍ରଦ୍ଧାଳୁ ଏହି ମହାପ୍ରସାଦକୁ ଅପେକ୍ଷା କରିଥାନ୍ତି । ସେଥିପାଇଁ ଶ୍ରୀମନ୍ଦିର ରୋଷଶାଳାରେ ପ୍ରତ୍ୟେକ ଦିନ ବହୁପରିମାଣରେ ପ୍ରସ୍ତୁତ ହେଉଛି ଭଳିକି ଭଳି ଏହି ବ୍ୟଞ୍ଜନ । ତେବେ ଏହି ବିଶାଳ ରୋଷଶାଳାରୁ ପାକକ୍ରିୟା ପରେ ବାହାରୁଛି ହଜାର ହଜାର ଲିଟର ପେଜ । ଏହାର ପରିଚାଳନା ପାଇଁ ଶ୍ରୀମନ୍ଦିରରେ ରହିଛି ଅତ୍ୟାଧୁନିକ ପ୍ରକ୍ରିୟାକରଣ ବ୍ୟବସ୍ଥା । ପେଜକୁ ଅତ୍ୟାଧୁନିକ ଜ୍ଞାନକୌଶଳରେ ବିଶୋଧନ କରି ଶୁଦ୍ଧ ଜଳରେ ପରିଣତ କରାଯାଉଛି । ଏହି ଜଳକୁ ଶ୍ରୀମନ୍ଦିର ଚାରିପାଖେ ଥିବା ବଗିଚାରେ ସିଞ୍ଚନ କାର୍ଯ୍ୟରେ ବ୍ୟବହାର କରାଯାଉଛି ।

ପେଜରୁ ବିଶୁଦ୍ଧ ଜଳ (ETV Bharat Odisha)

କେଉଁଠି ରହିଛି ଏହି ପ୍ରକଳ୍ପ:

puri kitchen
ଶ୍ରୀମନ୍ଦିର (ETV Bharat Odisha)

ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ନିକଟରେ ରହିଛି ଏହି ଅତ୍ୟାଧୁନିକ ଟ୍ରିଟମେଣ୍ଟ ପ୍ଲାଣ୍ଟ ତଥା ବର୍ଜ୍ୟ ଜଳ ବିଶୋଧନ କେନ୍ଦ୍ର । ପୂର୍ବରୁ ଶ୍ରୀମନ୍ଦିର ରୋଷଶାଳାରୁ ବାହାରୁଥିବା ପେଜକୁ ସିଧାସଳଖ ନଳାକୁ ଛଡା ଯାଉଥିଲା ବେଳେ ଏହାକୁ ସିଧା ଏହି ପ୍ଲାଣ୍ଟକୁ ଅଣାଯାଉଛି । ସେଠାରେ ବିଭିନ୍ନ ପ୍ରକାର ମେସିନ ଓ କେମିକାଲ ସାହାଯ୍ୟରେ ଏକାଧିକ ପ୍ରକ୍ରିୟାରେ ଏହାକୁ ବିଶୋଧନ କରାଯାଉଛି । ମୋଟ 10ଜଣ ପ୍ରଶିକ୍ଷିତ କର୍ମଚାରୀ ଏହି ବର୍ଜ୍ୟ ଜଳ ବିଶୋଧନ କେନ୍ଦ୍ରରେ କାର୍ଯ୍ୟ କରୁଛନ୍ତି । ଅତ୍ୟାଧୁନିକ କମ୍ପ୍ୟୁଟରଚାଳିତ ଅପରେଟିଂ ସିଷ୍ଟମ ମଧ୍ୟ ରହିଛି । ତେବେ ପୂର୍ବରୁ ଶ୍ରୀମନ୍ଦିର ରୋଷଶାଳାରୁ ନିର୍ଗତ ପେଜ ବାହାରେ ପଡୁଥିବାରୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଥିଲା । ବର୍ଜ୍ୟ ଜଳ ବିଶୋଧନ କେନ୍ଦ୍ର କାର୍ଯ୍ୟକ୍ଷମ ହେବା ପରେ ଏହି ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇଛି କହିଲେ ଭୁଲ ହେବ ନାହିଁ ।

puri kitchen
ପେଜରୁ ବିଶୁଦ୍ଧ ଜଳ (ETV Bharat Odisha)

କଣ କହୁଛନ୍ତି ପ୍ରକଳ୍ପ ସୁପରଭାଇଜର:

ବିଶୋଧନ କେନ୍ଦ୍ରରେ ସୁପରଭାଇଜର ରୂପେ କାର୍ଯ୍ୟ କରୁଥିବା ଯଶୋବନ୍ତ ବିଶି କହିଛନ୍ତି, ‘‘ଶ୍ରୀମନ୍ଦିର ରୋଷଶାଳାରୁ ପ୍ରତିଦିନ 20ରୁ 30 ହଜାର ଲିଟର ପେଜ ବାହାରୁଛି । ଏହାକୁ ବର୍ଜ୍ୟଜଳ ବିଶୋଧନ କେନ୍ଦ୍ରରେ ବିଶୋଧନ କରାଯାଉଛି । ତେବେ ଏହି କେନ୍ଦ୍ରର କ୍ଷମତା ରହିଛି ଏକ ଲକ୍ଷ ଲିଟର । ଏଣୁ ଆଗାମୀ ଦିନରେ ଅଧିକ ପେଜ ଆସିଲେ ବି ଏହାକୁ ବିଶୋଧନ ପାଇଁ କୌଣସି ଅସୁବିଧା ହେବନାହିଁ । ପ୍ରକ୍ରିୟାକରଣ ପରେ ପେଜରୁ ବିଶୋଧନ ହୋଇ ବାହାରୁଥିବା ପାନୀୟ ଜଳକୁ ବାଦ ଦେଇ ଦୈନନ୍ଦିନ କାର୍ଯ୍ୟ ଗାଧୋଇବା କାର୍ଯ୍ୟ, ଗଛରେ ପାଣି ଦେବା, ଘର ନିର୍ମାଣ କାର୍ଯ୍ୟ ସହିତ ଅନ୍ୟାନ୍ୟ ଦୈନଦିନ କାର୍ଯ୍ୟରେ ମଧ୍ୟ ବ୍ୟବହାର କରିହେବ ।’’

puri kitchen
ପେଜରୁ ବିଶୁଦ୍ଧ ଜଳ (ETV Bharat Odisha)
puri kitchen
ଅବଢା (ETV Bharat Odisha)
80 ହଜାର ଶ୍ରଦ୍ଧାଳୁଙ୍କ ପାଇଁ ରନ୍ଧା ଯାଉଛି ପ୍ରସାଦ:-ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରୋଷଶାଳାରେ ମହାପ୍ରସାଦ ସୂପକାର ସେବକମାନେ ମହାପ୍ରସାଦ ରନ୍ଧନ କରିଥାଆନ୍ତି । ମହାପ୍ରଭୁଙ୍କ ଦୈନଦିନ ସକାଳ ଧୂପ, ମଧ୍ୟାହ୍ନ ଧୂପ, ସଂଧ୍ୟା ଧୂପରେ ମହାପ୍ରଭୁଙ୍କ କୋଠ ଭୋଗ ନୀତି ଅନୁଷ୍ଠିତ ହେଇଥାଏ । ଭକ୍ତଙ୍କ ପାଇଁ ପ୍ରତିଦିନ 2ରୁ 3ଟି ଭୋଗ ମଣ୍ଡପ ନୀତି ହୋଇଥାଏ । ପ୍ରତିଦିନ 40ରୁ 50 ହଜାର ଭକ୍ତଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ ହୋଇଥାଏ । ସେହିପରି ଦୈନଦିନ 40ରୁ 50 ହଜାର ଲୋକଙ୍କ ପାଇଁ ବରାଦି ଭୋଗ ହୋଇଥାଏ । ଏହିଭଳି ଦେଖିଲେ ଦୈନିକ 80 ହଜାରରୁ ଏକ ଲକ୍ଷ ଭକ୍ତଙ୍କ ପାଇଁ ମହାପ୍ରସାଦ ତଥା ଭୋଗ ପ୍ରସ୍ତୁତ ହୋଇଥାଏ । ତେବେ ପର୍ବପର୍ବାଣୀ ଅଧିକ ମହାପ୍ରସାଦ ପ୍ରସ୍ତୁତ ହୋଇଥାଏ ।

ଏହା ମଧ୍ୟ ପଢନ୍ତୁ:- କେରଳ ଟ୍ରାଜେଡି: ସରୁନି ଉଦ୍ଧାର ଅପରେସନ, 280 ଡେଇଁଲା ମୃତ୍ୟୁସଂଖ୍ୟା, ଘଟଣାସ୍ଥଳ ଅଭିମୁଖେ ମୁଖ୍ୟମନ୍ତ୍ରୀ, ରାହୁଲ ଓ ପ୍ରିୟଙ୍କା - KERALA LAND SLIDE UPDATES

puri kitchen
ପେଜରୁ ବିଶୁଦ୍ଧ ଜଳ (ETV Bharat Odisha)
puri kitchen
ପେଜରୁ ବିଶୁଦ୍ଧ ଜଳ (ETV Bharat Odisha)

ସରକାରଙ୍କ ପଦକ୍ଷେପକୁ ସ୍ବାଗତ କଲେ ସେବାୟତ:

puri kitchen
ପେଜରୁ ବିଶୁଦ୍ଧ ଜଳ (ETV Bharat Odisha)

ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗର ସମ୍ପାଦକ,ନାରାୟଣ ମହାସୁଆର କହିଛନ୍ତି, ‘ମହାପ୍ରସାଦ ପ୍ରସ୍ତୁତ କରନ୍ତି ଜଗନ୍ନାଥ ମନ୍ଦିର 119ଟି ସେବା । 119ଟି ସେବା ମଧ୍ୟରୁ ସୁଆର ମହାସୁଆର ନିଯୋଗର 19ଟି ସେବା ରହିଛି । ମହାପ୍ରଭୁଙ୍କ ପ୍ରଥମେ ସକାଳ ଧୂପ ହୁଏ ପରେ ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ହୁଅ ପରେ ବଡସିଂହାର ହୁଅ । ଭକ୍ତ ମାନଙ୍କ ପାଇଁ ପ୍ରଥମ, ଦ୍ବିତୀୟ, ତୃତୀୟ ଭୋଗ ମଣ୍ଡପ ହୁଅ । ଆବଶ୍ୟକ ପଡିଲେ ତୃତୀୟ ଭୋଗ ମଣ୍ଡପ ହୁଅ । ଭକ୍ତଙ୍କ ସଂଖ୍ୟା ବଢିଲେ ସେହି ଅନୁସାରେ ଭୋଗ ମଣ୍ଡପ ହୁଏ । ଦୈନିକ 50ରୁ 60 ହଜାର ଲୋକଙ୍କ ପାଇଁ ଭୋଗ ଲାଗେ । ବିଶେଷ ଦିନ ମାନଙ୍କରେ ଭକ୍ତଙ୍କୁ ଦେଖି ପ୍ରସାଦ ପ୍ରସ୍ତୁତ କରାଯାଏ । ସରକାର ଏହି ଯେଉଁ ପଦକ୍ଷେପ ନେଇଛନ୍ତି ଏହା ସ୍ବାଗତ ଯୋଗ୍ୟ । ପେଜ ନଳା ପୂର୍ବରୁ ଗାଇଗୋରୁ ଆସି ପିଉଥିଲେ । ଏବେ ପେଜକୁ ବିଶୋଧନ କରି ସେଥିରୁ ସ୍ବଚ୍ଛ ପାଣି ବାହାରୁଛି । ଏହା ପାନୀୟ ଉପଯୋଗୀ ନୁହେଁ । ଏଥିରେ ସଫାସଫି, ଗଛରେ ପାଣି ଦିଆଯାଉଛି । ସରକାର ଭଲ ସିଷ୍ଟମ କରି ପାଣି ବାହାର କରୁଛନ୍ତି ନିହାତି ସ୍ବାଗତ ଯୋଗ୍ୟ ପଦକ୍ଷେପ ।’

puri kitchen
ପେଜରୁ ବିଶୁଦ୍ଧ ଜଳ (ETV Bharat Odisha)

ଆଉ ନାହିଁ ଦୁର୍ଗନ୍ଧ ସମସ୍ୟା:

ପ୍ରତିଦିନ ହଜାର ହଜାର ଭକ୍ତଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତି ହେଉଥିବା ବେଳେ ହଜାର ହଜାର ଲିଟର ପେଜ ନିର୍ଗତ ହୁଏ । ପୁର୍ବରୁ ଏହା ନଳାକୁ ପକେଇ ଦିଆଯାଇଥିଲା । ତେବେ ଏଥିପାଇଁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଥିଲା । ଭକ୍ତମାନେ ଏଥି ପାଇଁ ଅପ୍ରିତିକର ପରିସ୍ଥିତି ସମ୍ମୁଖୀନ ହେଉଥିଲେ । ତେବେ ବର୍ଜ୍ୟ ଜଳ ବିଶୋଧନ କେନ୍ଦ୍ର ସ୍ଥାପନ ପରେ ଏହି ସମସ୍ୟା ଦୂର ହୋ ପେଜ ରୁ ବାହାରୁଚି ସ୍ୱଚ୍ଛ ଜଳ। ଏହାକୁ ଶ୍ରୀ ମନ୍ଦିର ପରିକ୍ରମା ମାର୍ଗରେ ହେଇଥିବା ବଗିଚାରେ ବିଭିନ୍ନ ଗଛରେ ବ୍ୟବହାର କରାଯାଉଛି । ଏଭଳି ଏକ ବିଶୋଧନ କେନ୍ଦ୍ର ନିଶ୍ଚିତ ନିଆରା ପ୍ରକଳ୍ପ । ଏହି ଭଳି ପେଜରୁ ଶୁଦ୍ଧ ଜଳ ବିଶୋଧନ କେନ୍ଦ୍ର ଅନ୍ୟ କୌଣସି ସ୍ଥାନରେ ନାହିଁ । ଏହି ପ୍ରକଳ୍ପକୁ ଭକ୍ତ, ସେବାୟତ ସ୍ୱାଗତ କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.