ETV Bharat / state

କାଠ ଅଭାବ ଦୂର କରୁଛି ଦଧିବାମନ ସଂଘ, ଅନ୍ତିମ ସଂସ୍କାର ପାଇଁ ଯୋଗାଉଛି କାଠ - Shortage of Wood Problem - SHORTAGE OF WOOD PROBLEM

Dadhibabana Team: ଦଧିବାମନ ସଂଘ ନିଜ ପ୍ରୟାସରେ ମୃତଦେହ ପାଇଁ କାଠ ଯୋଗାଇ ଦେଉଛି । ଅଧିକ ପଢ଼ନ୍ତୁ

Dadhibabana Team
Dadhibabana Team (ETV Bharat Odisha)
author img

By ETV Bharat Odisha Team

Published : Jun 22, 2024, 7:11 AM IST

ସୁବର୍ଣ୍ଣପୁର: ସହରରେ ମୃତଦେହ ପାଇଁ କାଠର ଅଭାବକୁ ଦୂର କରିବାରେ ଆଗେଇ ଆସିଛି ଦଧୀବାମନ ସଂଘ । ସହରର ଘୋଡାଘାଟ ପଡାର 31 ଜଣ ସ୍ବେଚ୍ଛାସେବୀ ମୃତଦେହ ପାଇଁ କାଠ ଯୋଗାଇ ଦେବା ପାଇଁ ପ୍ରଶଂସନୀୟ ଉଦ୍ୟମ କରିଛନ୍ତି । ଏହି ଐତିହାସିକ ସହରରେ ବର୍ଷର ଅଧିକାଂଶ ସମୟରେ ମୃତଦେହ ସଂସ୍କାର କରିବା ପାଇଁ କାଠର ଅଭାବ ଦେଖାଦେଉଛି । ସହରର ଉଭୟ ବାବା ରାମେଶ୍ବରଙ୍କ ପୀଠ ଓ ଗୋକର୍ଣ୍ଣେଶ୍ବର ପୀଠରେ ରହିଥିବା ସ୍ବର୍ଗଦ୍ବାରରେ ମୃତଦେହ ପାଇଁ କାଠର ଅଭାବ ଦେଖା ଦେଇଥାଏ । ଖାଲି ସହର କାହିଁକି ଗ୍ରାମାଞ୍ଚଳରୁ ଲୋକେ ବାବା ରାମେଶ୍ବରଙ୍କ ପୀଠର ତ୍ରୀବେଣୀ ସଂଗମରେ ମୃତଦେହ ସଂସ୍କାର ପାଇଁ ଦୌଡି ଆସନ୍ତି । ହେଲେ ମୃତଦେହ ସଂସ୍କାର ପାଇଁ ଜାଳେଣୀ କାଠର ଅଭାବ ଯୋଗୁଁ ଲୋକେ ଉଭୟ ସ୍ବର୍ଗଦ୍ବାରରୁ ମୁହଁ ଫେରେଇ ନେଉଥିଲେ ।

କାଠ ଅଭାବ ଦୂର କରୁଛି ଦଧିବାମନ ସଂଘ, ଅନ୍ତିମ ସଂସ୍କାର ପାଇଁ ଯୋଗାଉଛି କାଠ (ETV Bharat Odisha)

ଏହି ପାବନ ପୀଠର ସ୍ବର୍ଗଦ୍ବାରରେ ମୃତଦେହ ସଂସ୍କାର କଲେ କୋଟି ଜନ୍ମର ପାପ ଧୋଇ ହୋଇ ପୂଣ୍ୟ ମିଳେ ବୋଲି ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ବିଶ୍ବାସ ରହିଛି । ତେବେ ମୃତଦେହ ସଂସ୍କାର ପାଇଁ ଲୋକେ ରାମେଶ୍ବର ପୀଠର ସ୍ବର୍ଗଦ୍ବାର ଉପରେ ବେଶୀ ନିର୍ଭର କରନ୍ତି । ହେଲେ ମୃତଦେହ ସଂସ୍କାର ପାଇଁ ଜାଳେଣୀ କାଠର ଅଭାବ ଯୋଗୁଁ ଲୋକେ ଉଭୟ ସ୍ବର୍ଗଦ୍ବାରରୁ ମୁହଁ ଫେରେଇ ନେଉଥିବା ବେଳେ ସହରବାସୀ ବି ବେଶ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସହରବାସୀ ବାରମ୍ବାର ସଦର ପୌର ପରିଷଦ ଓ ବନ ବିଭାଗକୁ କାଠ ଯୋଗାଇ ଦେବା ପାଇଁ କହି କହି ନିରାଶ ହେବା ପରେ ଦଧିବାମନ ସଂଘ ନିଜ ପ୍ରୟାସରେ ମୃତଦେହ ପାଇଁ କାଠ ଯୋଗାଇ ଦେଉଛି । ସ୍ବେଚ୍ଛାସେବୀ ବ୍ରଜଗୋପାଳ ପୂଜାରୀ ସ୍ବେଚ୍ଛାସେବୀମାନଙ୍କୁ ଏକତ୍ରୀତ କରି ସଂଘ ଗଠନ କରିବା ସହିତ ଦାନ ଅର୍ଥରେ କାଠ ଗୋଦାମ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.. ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଘର ମାଲିକକୁ ହତ୍ୟା କଲା ଭଡାଟିଆ ! - MURDER IN BHUBANESWAR

ବିଭିନ୍ନ ଯାଗାରୁ ପୁରୁଣା କାଠ ସଂଗ୍ରହ କରି ଗୋଦାମକୁ ଅଣାଯାଉଛି ଓ ଆବଶ୍ୟକ ସମୟରେ ମୃତଦେହ ସଂସ୍କାର ପାଇଁ ଯୋଗାଇ ଦିଆଯାଉଛି । ଗରୀବ ଲୋକଙ୍କୁ ମାଗଣାରେ କାଠ ଯୋଗାଇ ଦେଉଥିବା ବେଳେ ଥିଲାବାଲାଏ ସଂଘକୁ 1500ରୁ 2000 ଟଙ୍କା ଦାନ ଆକାରରେ ପ୍ରଦାନ କରିଥାନ୍ତି । ରାତି ଅଧିଆ ବି ସଂଘର କୌଣସି କାର୍ଯ୍ୟକର୍ତ୍ତାଙ୍କୁ ଖବର ଦେଲେ ସେମାନେ ଆସି ଲୋକଙ୍କୁ ମୃତଦେହ ସଂସ୍କାର ପାଇଁ କାଠ ଯୋଗାଇ ଦେଉଛନ୍ତି । ସଂସ୍କାର ପରି ଏକ ଗୁରୁତ୍ବପୂର୍ଣ୍ମ କାର୍ଯ୍ୟ ସଂପାଦନ କରିବାକୁ ପ୍ରଶାସନ କାଠ ଯୋଗାଇ ଦେବା ପାଇଁ ଅବହେଳା ପ୍ରଦର୍ଶନ କରୁଥିବା ଅଭିଯୋଗ ହେଉଛି । ତେବେ ଦଧୀବାମନ ସଂଘର ଏହି କାର୍ଯ୍ୟ ଯୋଗୁଁ ଲୋକେ ବେଶ ଉପକୃତ ହେଉଥିବା ବେଳେ ଦଧୀବାମନ ସଂଘର ଏହି କାର୍ଯ୍ୟ ପାଇଁ ବିଭିନ୍ନ ମହଲରେ ପ୍ରଶଂସା ହେଉଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.