ETV Bharat / state

ମଉକା ପଡ଼ିଛି ମଦୁଆଙ୍କୁ ଚେକିଂ, ୨ ହଜାର ଲାଞ୍ଚ ନେଇ SI ଗିରଫ - Vigilance Raid

author img

By ETV Bharat Odisha Team

Published : Mar 24, 2024, 8:16 AM IST

Shaheed nagar SI Arrest: ଭିଜିଲାନ୍ସ ଜାଲରେ ସହିଦନଗର‌ ଥାନା ଏସଆଇ । ନିୟମ ଉଲ୍ଲଘଂନକାରୀଠୁ 2 ହଜାର ଟଙ୍କା ଲାଞ୍ଚ ନେଉ ଥିବା ବେଳେ ମାଡି ବସିଲା ଭିଜିଲାନ୍ସ । ଅଧିକ ପଢନ୍ତୁ

Shadnagar SI Arrested
Shadnagar SI Arrested

ଭୁବନେଶ୍ୱର: ଦୁଇ ହଜାର ଟଙ୍କା ଲାଞ୍ଚ ନେଇ ଫସିଲେ ସହିଦନଗର‌ ଥାନା ଏସଆଇ । 5 ହଜାର ଟଙ୍କା ମାଗି 2 ହଜାର ନେବା ବେଳେ ଏସଆଇ ପ୍ରିୟବ୍ରତ ପ୍ରଧାନଙ୍କୁ ଗିରଫ କରିଛି ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ଟିମ୍ । ଲାଞ୍ଚ ଟଙ୍କା ସହ ଜବତ କରି ତାଙ୍କର ଘର ଓ ଅଫିସରେ ରେଡ କରିଛି ଭିଜିଲାନ୍ସ । ଡ୍ରଙ୍କ୍‌ ଡ୍ରାଇଭିଂ ଚେକିଂ ଆଳରେ ହେଉଥିଲା ଲାଞ୍ଚ କାରବାର । ନିୟମ ଉଲ୍ଲଘଂନକାରୀଙ୍କୁ ଧରି ଲାଞ୍ଚ ମାଗୁଥିଲେ ଏସଆଇ ।

ଏହା ମଧ୍ୟ ପଢନ୍ତୁ-ଗଞ୍ଜେଇ ଚାଲାଣରେ ଧରାପଡିଲେ ଶିକ୍ଷକ, ଭିଜିଲାନ୍ସ କେସରେ ଫସିଥିଲେ ଫୁଲବାଣିରେ - Ganja Seized FROM TEACHER

ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏବେ ଟ୍ବିନି ସିଟିରେ ଜୋରସୋର ଚାଲିଛି ଟ୍ରାଫିକ ଚେକିଂ ଓ ବ୍ଲକିଂ। ସହିଦନଗର ଥାନା ଅଞ୍ଚଳରେ ଚେକିଂ ବେଳେ ପୁରୀର ମନୋରଞ୍ଜନ ପାତ୍ରଙ୍କୁ ଧରିଥିଲା ପୋଲିସ । ତାଙ୍କ ଗାଡିକୁ ମଧ୍ୟ ଜବତ କରାଯାଇଥିଲା । ଚେକିଂ ସମୟରେ ଏସଆଇ ପ୍ରିୟବ୍ରତ ଯୁବକଙ୍କ ଡିଏଲକୁ ଜବତ କରିଥିଲେ । ଏହାକୁ ସସପେଣ୍ଡ ପାଇଁ ଆରଟିଓକୁ ପଠାଯାଏ । କିନ୍ତୁ ଡିଏଲ ତିନିମାସ ପାଇଁ ସସପେଣ୍ଡ ନକରି ଫେରାଇ ଦେବାକୁ ମନୋରଞ୍ଜନକୁ କହିଥିଲେ ଏସଆଇ । ଏଥି ପାଇଁ ତାଙ୍କୁ 5 ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହାପରେ ମନୋରଞ୍ଜନ ଏନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରି 2 ହଜାର ଟଙ୍କା ନେଇ ଏସଆଇକୁ ଦେବା ପାଇଁ ସହିଦ ନଗର ଥାନା ଯାଇଥିଲେ । ଏସଆଇ ପ୍ରିୟବ୍ରତ ପ୍ରଧାନ ଲାଞ୍ଚ ନେବା ବେଳେ‌ ମାଡି ବସିଥିଲା ଭିଜିଲାନ୍ସ ଟିମ୍ । ତୁରନ୍ତ ତାଙ୍କୁ ପିସି ଆକ୍ଟରେ ଗିରଫ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ଭିଜିଲାନ୍ସ ଜାଲରେ ରିଆମାଳ ବ୍ଲକ ପ୍ରାଣୀ ଚିକିତ୍ସକ, କୁକୁଡ଼ା ଚାଷୀଙ୍କଠୁ ନେଉଥିଲେ ଲାଞ୍ଚ - Vigilance Raid

ଏସଆଇ ପ୍ରିୟବ୍ରତ ପ୍ରଧାନଙ୍କ ଘର ଓ ବାସ ଭବନ ସମେତ ଅଫିସରେ‌ ଚଢାଉ ହୋଇଛି । ସେ ପୂର୍ବରୁ ଜଣେ‌ କନଷ୍ଟେବଳ ଭାବେ କାମ କରୁଥିଲେ । ପରେ‌ ୨୦୧୮ରେ ଏସଆଇ ବ୍ୟାଚରେ ଉତ୍ତୀର୍ଣ୍ଣ ହୋଇ ସହିଦନଗର ଥାନାରେ ପୋଷ୍ଟିଂ ପାଇଥିଲେ । ଏଇ ଘଟଣା ସାମ୍ନାକୁ ଆସିବା ପରେ‌ ଗାଡି ଚେକିଂ ଆଳରେ ଲାଞ୍ଚ କାରବାର ଘଟଣା ଏବେ‌ ପଦାକୁ ଆସିଛି । ନିୟମର ଆଳ ଦେଖାଇ ଏବେ‌ ଉଲ୍ଲଘଂନକାରୀଠୁ ମୋଟା ଅଙ୍କର ଟଙ୍କା ନେଉଛନ୍ତି ପୋଲିସ କର୍ମଚାରୀ । ଗିରଫଦାରୀ ଓ ଗାଡି ସିଜ ବା ଡିଏଲ ବାତିଲ ଭଳି ଅନେକ ଭୟ ଦେଖାଇ ନିୟମ ଉଲ୍ଲଘଂନକାରୀଙ୍କଠୁ ଟଙ୍କା ଲୁଟୁଛନ୍ତି ପୋଲିସ ଅଧିକାରୀ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.