ETV Bharat / state

ସମ୍ବଲପୁରରେ ଅଗ୍ନିବର୍ଷା ! ଅଂଶୁଘାତରେ ୮ ଜଣଙ୍କ ମୃତ୍ୟୁ ସନ୍ଦେହ, ପ୍ରଶାସନର ଖଣ୍ଡନ - Unnatural Death In Sambalpur - UNNATURAL DEATH IN SAMBALPUR

Unnatural Death In Sambalpur: ପଶ୍ଚିମ ଓଡି଼ଶାରେ ଭୀଷଣ ଗରମ ଅନୁଭୂତ ହୋଇଛି । ଜିଲ୍ଲାରେ ୮ ଜଣଙ୍କ ଜୀବନ ଯାଇଥିବାବେଳେ ଏହା ଅଂଶୁଘାତ ଜନିତ ବୋଲି ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

Unnatural Death
Unnatural Death (ETV Bharat Odisha)
author img

By ETV Bharat Odisha Team

Published : May 31, 2024, 4:46 PM IST

ସମ୍ବଲପୁର: ସମଗ୍ର ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପଶ୍ଚିମ ଓଡି଼ଶାରେ ପ୍ରବଳ ଗରମ ଅନୁଭୂତ ହୋଇଛି । ଗତକାଲି (ଗୁରୁବାର) ଝାରସୁଗୁଡା ଜିଲ୍ଲାରେ ସର୍ବାଧିକ 47 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ସମ୍ବଲପୁରରେ 46.2 ଡିଗ୍ରୀ ରେକର୍ଡ ହୋଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଲୋକେ ଦିନ 10ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି । ଜରୁରୀ କାମ ଥିଲେ ଲୋକେ ଛତା, ଗାମୁଛା ଧରି ବାହାରୁଛନ୍ତି । ଖରାରୁ ବଞ୍ଚିବା ପାଇଁ ଲୋକେ ଲସି, ସର୍ବତ ଦୋକାନରେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଛି ।

Unnatural Death (ETV Bharat Odisha)

ସମ୍ବଲପୁରରେ ପ୍ରବଳ ଗରମ ଜାରି ରହିଛି । ଗ୍ରୀଷ୍ମ ପ୍ରବାହ ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏଥିରେ ପୁଣି ଦାଉ ସାଧୁଛି ଅଘୋଷିତ ବିଦ୍ୟୁତ କାଟ୍ । ଗତକାଲି ସମ୍ବଲପୁରରେ 8 ଜଣ ବ୍ୟକ୍ତିଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିବାବେଳେ ଏହା ଅଂଶୁଘାତ ଜନିତ ମୃତ୍ୟୁ ବୋଲି ଅଭିଯୋଗ କରାଯାଇଛି l ତେବେ ସମ୍ବଲପୁର ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଏହାକୁ ଖଣ୍ଡନ କରିଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, "କାହାର ବି ଅଂଶୁଘାତ ଜନିତ ମୃତ୍ୟୁ ହୋଇନାହିଁ । ଯେଉଁ ଅଞ୍ଚଳରୁ ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ଆସିଛି ସେହି ଅଞ୍ଚଳର ତହସିଲଦାରମାନଙ୍କୁ ରିପୋର୍ଟ ମଗାଯାଇଛି । ରିପୋର୍ଟ ଆସିବାର 48 ଘଣ୍ଟା ପରେ ପୋଷ୍ଟମର୍ଟମ ରିପୋର୍ଟ ଆସିଥାଏ । ରିପୋର୍ଟ ଆସିଲା ପରେ ଅଂଶୁଘାତ ଜନିତ ମୃତ୍ୟୁ ହୋଇଛି ନା ନାହିଁ ତାହା ସ୍ପଷ୍ଟ ହେବ ।"

ଏହା ବି ପଢନ୍ତୁ...ରାଉରକେଲାରେ ୧୬ ଜଣଙ୍କ ଅସ୍ବାଭାବିକ ମୃତ୍ୟୁ, ଅଂଶୁଘାତ ସନ୍ଦେହ - Unnatural Deaths In Rourkela

ଅଂଶୁଘାତ ମୁକାବିଲା ପାଇଁ ସବୁ ହସ୍ପିଟାଲ ଗୁଡିକରେ ଏସି ଓ କୁଲରର ବ୍ୟବସ୍ଥା କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ବ୍ଲକ ମୁଖ୍ୟାଳୟ ଓ ଜିଲ୍ଲା ମୁଖ୍ୟାଳୟରେ ଅଂଶୁଘାତ ମୁକାବିଲା ପାଇଁ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି । ଶ୍ରମିକମାନଙ୍କୁ ପୂର୍ବାହ୍ନ 11ଟା ରୁ 3 ଟା ଯାଏଁ ଖରାରେ କାମ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ସମ୍ବଲପୁର ADMO ଅଶୋକ ଦାସ ମଧ୍ୟ ଅଂଶୁଘାତ ଜନିତ ମୃତ୍ୟୁ ଖବରକୁ ଖଣ୍ଡନ କରିଛନ୍ତି । ମୃତକମାନେ ହେଲେ ସମ୍ବଲପୁର ସହରର କୁମାରପାଲ ସୌଦାଗର ନାମକ ଜଣେ ବ୍ୟବସାୟୀ, ମାନେଶ୍ଵର ବ୍ଲକ ମାଳତି ଗୁଣ୍ଡେରପୁର ନିକଟସ୍ଥ ସୁବର୍ଣ୍ଣପୁର ଗାଁର ଏଭରେନ ମୁଣ୍ଡା, ଗୋପାଳମାଳର ମୁନୁ ଖଡିଆ, କୁଚିଣ୍ଡା ରଙ୍ଗବତୀ ବିଲୁଙ୍ଗ ଗାଁର ରାଜେନ୍ଦ୍ର ଜୈଶ୍ବାଲ । ଜିଲ୍ଲା ଜରୁରୀକାଳୀନ ଅଧିକାରୀଙ୍କ ସୂଚନା ଅନୁସାରେ, ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ଶୂନ । ମାର୍ଚ୍ଚ 1 ରୁ ମଇ 30 ମଧ୍ୟରେ 156 ଜଣ ଲୋକ ଅଂଶୁଘାତର ଶିକାର ହୋଇ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.