ETV Bharat / state

ରାୟଗଡାରେ ଅପହଞ୍ଚ ସ୍ବାସ୍ଥ୍ୟ ସେବା; ଜ୍ବରରେ ପୀଡିତ ହୋଇ ଫୁଲି ଯାଉଛି ହାତ ଗୋଡ, କାରଣ ଅସ୍ପଷ୍ଟ - Unknown Disease

author img

By ETV Bharat Odisha Team

Published : Sep 8, 2024, 12:56 PM IST

Unknown Disease: ହାଲୁଆ ଗ୍ରାମରେ ଜ୍ବରରେ ପୀଡତି 50ରୁ ଉର୍ଦ୍ଧ୍ବ ଲୋକ । ଗ୍ରାମରେ ପହଞ୍ଚି ପାରୁନି ସ୍ବାସ୍ଥ୍ୟା ସେବା । ମ୍ୟାଲେରିଆ ବ୍ୟାପିଥିବା ଆଶଙ୍କା । ଅଧିକ ପଢନ୍ତୁ

UNKNOWN DISEASE
UNKNOWN DISEASE (Etv Bharat)

ରାୟଗଡା: ବ୍ୟାପିଛି ଅଜଣା ଜ୍ବର । ଜିଲ୍ଲାର 11ଟି ବ୍ଲକରେ ଏବେ ଏହି ରୋଗର ଆତଙ୍କ ଦେଖାଦେଇଛି । ଘରେ ଘରେ ଜ୍ବର ଓ ବାନ୍ତି ବ୍ୟାପିଛି । ସ୍ଥାନୀୟ ଲୋକେ ଏହାକୁ ମ୍ୟାଲେରିଆ ବୋଲି ସନ୍ଦେହ କରୁଥିବା ବେଳେ ଏପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବିଭାଗ ଟିମ୍‌ କିନ୍ତୁ ପହଞ୍ଚିନାହିଁ । ଜିଲ୍ଲାର ସଦର ମହକୁମାଠାରୁ ମାତ୍ର 5 କିଲୋମିଟର ଦୂରରେ ଥିବା ହାଲୁଆ ଗ୍ରାମର ପ୍ରାୟ ଏକାଧିକ ଲୋକେ ଜ୍ବରରେ ପୀଡିତ ଅଛନ୍ତି । 10 ଦିନ ହେବ ଲୋକେ ଜ୍ବରରେ ପଡିଥିବା ବେଳେ କୌଣସି ସ୍ବାସ୍ଥ୍ୟକର୍ମୀ କିମ୍ବା ହେଲଥ ଟିମ୍‌ ଗାଁରେ ପହଞ୍ଚି ପାରିନାହାନ୍ତି । ଲକ୍ଷଣରୁ ଏହା ମ୍ୟାଲେରିଆ ବୋଲି ଆଶଙ୍କା କରାଯାଉଥିଲେ ସୁଦ୍ଧା ଏହାକୁ ସଠିକ ଭାବରେ ଚିହ୍ନଟ କରାଯାଇ ପାରିନି ।

UNKNOWN DISEASE (Etv Bharat)

ଏହା ମଧ୍ୟ ପଢନ୍ତୁ-ଡେଙ୍ଗୁ-ମ୍ୟାଲେରିଆ ପରେ ଚିନ୍ତା ବଢାଇଲାଣି ଭାଇରାଲ ଜ୍ଵର: ଏମିତି ହୋଇପାରେ ଲକ୍ଷଣ, କଣ କରିବେ ଜାଣନ୍ତୁ - Stay safe from Viral fever

ହାଲୁଆ ଗ୍ରାମରେ ପ୍ରାୟ 200 ପରିବାର ରହୁଥିବା ବେଳେ ଜନସଂଖ୍ୟା 500ରୁ ଊର୍ଦ୍ଧ୍ବ । ଗ୍ରାମର ଏକାଧିକ ଲୋକ ଏବେ ଜ୍ବରରେ ପୀଡିତ ହୋଇ ଖଟିଆରେ ପଡି ରହିଛନ୍ତି । ପ୍ରଥମେ ଜ୍ଵର ହେବା ସହ ପରେ ଗୋଡ଼ ହାତ ଫୁଲି ଯାଉଛି । ଏଥିସହ ଝାଡା ବାନ୍ତି ଭଳି ଲକ୍ଷଣ ବି ଦେଖାଯାଉଛି । 4 ସାହିକୁ ନେଇ ଗଠିତ ଏହି ଗ୍ରାମରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ 50ରୁ ଊର୍ଦ୍ଧ୍ବ ହେବ । 40ରୁ ଊର୍ଦ୍ଧ୍ବ ବୟସ୍କମାନେ ଜ୍ବରରେ ଆକ୍ରାନ୍ତ ହେଉଥିବା ବେଳେ ରୋଗର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହେଇ ନ ପାରିବାରୁ ଗ୍ରାମରେ କୋକୁଆ ଭୟ ଖେଳି ଯାଇଛି ।

ଏହା ମଧ୍ଯ ପଢନ୍ତୁ-ଡେଙ୍ଗୁ ପରେ ବ୍ୟାପୁଛି ମ୍ୟାଲେରିଆ; ୩୦ ହଜାର ଟପିଲାଣି ରୋଗୀ ସଂଖ୍ୟା, ୭ ଜିଲ୍ଲାରେ ସ୍ଥିତି ସାଙ୍ଘାତିକ - Malaria cases rising in Odisha

ଗ୍ରାମରେ ସ୍ବାସ୍ଥ୍ୟ ସେବା ନଥିବା ବେଳେ ରାୟଗଡାକୁ ଯାଇ କିଛି ରୋଗୀ ଚିକିତ୍ସିତ ହେଉଛନ୍ତି । କିନ୍ତୁ ଅର୍ଥ ଅଭାବରୁ ଅନେକ ଆକ୍ରାନ୍ତ ସହରକୁ ଯାଇ ଚିକିତ୍ସିତ ହୋଇନପାରି ଭାଗ୍ୟକୁ ଆଦରି ଘରେ ପଡି ରହିବାକୁ ବାଧ୍ୟ ହୋଇଛନ୍ତି । ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲମ୍ବା ଧାଡିର ଭୟ ରୋଗ ଭୟ ଠାରୁ ଅଧିକ ରହିଛି । ଏନେଇ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଅବଗତ ଥିବା ଏବଂ ଆଜି ଏକ ଡାକ୍ତରୀ ଦଳ ଗ୍ରାମକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିବା କଥା ଗ୍ରାମବାସୀ କହୁଛନ୍ତି ।

ଏପର୍ଯ୍ୟନ୍ତ ଅଜଣା ରୋଗରେ ଆକ୍ରାନ୍ତଙ୍କ ମଧ୍ୟରୁ କାହାର ମୃତ୍ୟୁ ଘଟିନଥିଲେ ମଧ୍ୟ ଯଦି ସ୍ୱାସ୍ଥ୍ୟ ବିଭାଗ ଏହାର ନିରାକରଣ ପାଇଁ କୌଣସି ପଦକ୍ଷେପ ନନେବେ ତେବେ ପରିସ୍ଥିତି ଅଣାୟତ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମଓ)ଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ସେ କ୍ୟାମେରା ସମ୍ମୁଖରେ କିଛି କହିବାକୁ ମନା କରି ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ରାଜ୍ୟରେ ବଢୁଛି ମ୍ୟାଲେରିଆ, ରାୟଗଡାରେ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ! ସଚେତନ ରହିବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ - Student dies of malaria

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.