ETV Bharat / state

୨୨୦ନଂ NHରେ ‌ସିରିଜ ଦୁର୍ଘଟଣା, 4 ମୃତ

ମୟୂରଭଞ୍ଜରେ ସିରିଜ ଦୁର୍ଘଟଣା । ଅଟୋକୁ ଧକ୍କା ଦେଲା ଟ୍ରକ ୪ ମୃତ । ଭାରସାମ୍ୟ ହରାଇ ଓଲଟିଲା ଟ୍ରକ ।

SERIES ROAD ACCIDENT IN MAYURBHANJ
SERIES ROAD ACCIDENT IN MAYURBHANJ (ETV Bharat Odisha)
author img

By ETV Bharat Odisha Team

Published : Nov 30, 2024, 3:25 PM IST

ରାଇରଙ୍ଗପୁର: ଟ୍ରକ ଡ୍ରାଇଭର ବେପରୁଆ ଗାଡି ଚାଳନା ହେଲା କାଳ । ସିରିଜ ଦୁର୍ଘଟଣାରେ ଗଲା ୪ ଜଣ ଜୀବନ । ଏଭଳି ବଡ଼ ଅଘଟଣ ଘଟିଛି ମୟୂରଭଞ୍ଜ ଜିଲ୍ଲାରେ । ୨୨୦ ନଂ ଜାତୀୟ ରାଜପଥରେ ସିରିଜ ସଡ଼କ ଦୁର୍ଘଟଣାରେ ୪ ଜଣ ପ୍ରାଣ ହରାଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମଳିଛି । ତେବେ ଟ୍ରକ ଡ୍ରାଇଭର ବେପରୁଆ ଗାଡି ଚାଳନା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।

ଅଟୋକୁ ଧକ୍କା ଦେଲା ଟ୍ରକ:

SERIES ROAD ACCIDENT IN MAYURBHANJ
SERIES ROAD ACCIDENT IN MAYURBHANJ (ETV Bharat Odisha)

ଆଜି (ଶନିବାର) ଭୋର୍ ସକାଳ ସମୟରେ ମୟୂରଭଞ୍ଜ ଜିଲ୍ଲାର ତିରିଂରୁ ଏକ ଟ୍ରକ ରାଇରଙ୍ଗପୁର ଆଡ଼କୁ ଆସୁଥିଲା । ଏହି ସମୟରେ ପ୍ରଥମେ ତିରିଂ ଥାନା ଅନ୍ତର୍ଗତ ଡାଳିମାରେ ମର୍ଣ୍ଣିଂୱାକରେ ଯାଉଥିବା ଜଣେ ଯୁବକଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଉକ୍ତ ଯୁବକଙ୍କ ମୃତ୍ୟୁ ହୋଇଥିଲା । ସେଠାରୁ ଦ୍ରୁତ ଗତିରେ ଟ୍ରକଟି ଫେରାର ହେଉଥିବା ବେଳେ ବହଳଦା ଥାନା ଅର୍ନ୍ତଗତ ବାଗଡେଗା ଛକ ନିକଟରେ ଏକ ଅଟୋକୁ ଧକ୍କା ଦେଇଥିଲା । ଯାହାଫଳରେ ଅଟୋ ଚାଳକଙ୍କ ସମେତ ଅଟୋରେ ଥିବା ଜଣେ ଦମ୍ପତିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା ।

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ:

ତେବେ ମୃତ ଦମ୍ପତି କଟକ ନିଜ ଘର ଭଗାବନ୍ଦିକୁ ଫେରୁଥିଲେ । ଉକ୍ତ ଟ୍ରକ୍ ଧକ୍କାରେ ଅନ୍ୟ ତିନି ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ପରେ ଟ୍ରକଟି ଘଟଣା ସ୍ଥଳରୁ ଚମ୍ପଟ ମାରୁଥିବା ବେଳେ ଭାରସାମ୍ୟ ହରାଇ ବହଳଦାରେ ରାସ୍ତା କଡକୁ ଓଲଟି ପଡ଼ିଥିଲା । ଫଳରେ ଉକ୍ତ ଡ୍ରାଇଭର ମଧ୍ୟ ଗୁରୁତର ଆହତ ହେବାରୁ ତାଙ୍କୁ ମଧ୍ୟ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଓଲଟିଲା ବସ୍‌, 11 ମୃତ

ଏହା ମଧ୍ୟ ପଢନ୍ତୁ...ଟ୍ରକ ଧକ୍କାରେ 4 ବାଇକ ଆରୋହୀ ମୃତ

ଏହା ମଧ୍ୟ ପଢନ୍ତୁ...ରାସ୍ତା ପାର୍‌ ହେଉଥିଲେ, ମହିଳାଙ୍କ ଉପରେ ମାଡିଗଲା ଟ୍ରକ

ପୋଲିସର ଛାନଭିନ ଆରମ୍ଭ:

ସେପଟେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଘଟଣାର ତଦନ୍ତ ଆରମ୍ଭ କରିଛି । ଉଭୟ ଦୁର୍ଘଟଣା ସ୍ଥାନରେ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିବା ସୂଚନା ମିଳିଛି । ତେବେ ସମସ୍ତ ମୃତକଙ୍କ ପରିଚୟ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.