ETV Bharat / state

ରଥଯାତ୍ରା ଦେଖି ଫେରିବା ବେଳେ ଓଲଟି ପଡିଲା ଗାଡ଼ି; ୮ ଆହତ, ଜଣେ ଗୁରୁତର - Road Accident

author img

By ETV Bharat Odisha Team

Published : Jul 9, 2024, 11:26 AM IST

Updated : Jul 9, 2024, 11:31 AM IST

Road Accident: ପୁରୀରୁ ରଥଯାତ୍ରା ଦେଖି ଫେରୁଥିବା ବେଳେ ଗାଡ଼ି ଦୁର୍ଘଟଣା । ଘଟଣାରେ ଆଠ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ରହିଛନ୍ତି । ଅଧିକ ପଢନ୍ତୁ,

ରଥଯାତ୍ରା ଦେଖି ଫେରିବା ବେଳେ ଗାଡ଼ି ଦୁର୍ଘଟଣା; ୮ ଆହତ, ଜଣେ ଗୁରୁତର
ରଥଯାତ୍ରା ଦେଖି ଫେରିବା ବେଳେ ଗାଡ଼ି ଦୁର୍ଘଟଣା; ୮ ଆହତ, ଜଣେ ଗୁରୁତର (ETV Bharat Odisha)

ନିଆଳି: ପୁରୀରୁ ରଥଯାତ୍ରା ଦେଖି ଫେରୁଥିବା ସମୟରେ କାର ଦୁର୍ଘଟଣା ଗସ୍ତ। କେହି ମୁତାହତ ହୋଇନଥିଲେ ସୁଦ୍ଧା ୮ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ନେଇ ସୂଚନା ମିଳିଛି । ଦୁର୍ଘଟଣାଟି ନିମାପଡା ଥାନା ଭାଟ ବନ୍ଧ ନିକଟରେ ଘଟିଥିବା ବେଳେ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଅଠାନ୍ତରରୁ ୨ଟି ଗାଡିରେ ପ୍ରାୟ ୨୦ଜଣ ବ୍ୟକ୍ତି ଜଗନ୍ନାଥଙ୍କ ଦର୍ଶନ କରିବାକୁ ପୁରି ଯାଇଥିଲେ । ଆଜି ଭୋରୁ ଦର୍ଶନ ସାରି ଘରକୁ ଫେରିବା ବେଳେ ନିମାପଡା ଥାନା ଭାଟ ବନ୍ଧ ନିକଟରେ ଗୋଟିଏ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା । ସମସ୍ତ ଯାତ୍ରୀ ଗାଡି ଭିତରେ ଚାପି ହୋଇ ଯାଇଥିଲେ । ପ୍ରାୟ ୮ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଥିବା ଜଣାପଡିଛି । ପଛରେ ଆସୁଥିବା ଅନ୍ୟଏକ ଗାଡି ରେ ସମସ୍ତ ଆହତଙ୍କୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇ ଦିଆଯାଇଛି ।

୮ ଜଣ ଆହତଙ୍କ ମଧ୍ୟରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ମହିଳାଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇ ଦିଆଯାଇଛି । ଗୁରୁତର ଜଣକ ଛବି ଲତା ବାରିକ ବୟସ ୫୬ ହୋଇଥିବା ବେଳେ ତାଙ୍କ ମୁଣ୍ଡ, ମୁହଁ, ହାତ , କାନ୍ଧ , ପିଠିରେ ଆଘାତ ଲାଗିଛି । ଆହତମାନେ ହେଲେ ସୁଷମା ବେହେରା, ମମତା ବେହେରା, ଶ୍ୟାମ ସୁନ୍ଦର ବେହେରା, ପ୍ରଭାତି ଚିନାରା, ଟୁନା ସାହୁ, ଲକ୍ଷ୍ମୀପ୍ରିୟା ବାରିକ, ଲକ୍ଷ୍ମୀ ବେହେରା, ଝାନସୀ ବାରିକ। ଆହତଙ୍କ ମଧ୍ୟରେ ଅଧିକ ବୟସ୍କ ବ୍ୟକ୍ତି ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଏମିତି ବି ଆସେ ମୃତ୍ୟୁ ! ଘରେ ଶୋଇଥିଲେ ବୃଦ୍ଧା ପଶି ଆସିଲା ଟ୍ରକ

ପ୍ରକାଶ ଥାଉ କି, ରାଜ୍ୟରେ ଏହା ପ୍ରଥମ ହିଟ ଆଣ୍ଡ ରନ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଏଠାରେ ଅନେକ ଦୁର୍ଘଟଣାମାନ ଘଟି ଅକାଳରେ ଲୋକଙ୍କ ଜୀବନ ଯାଇଛି ଏବଂ ଅନେକ ଗୁରୁତର ହୋଇ ଅଦାମୀ ମଧ୍ୟ ହୋଇଛନ୍ତି । ତେବେ ଦୁର୍ଘଟଣା ରୋକିବାକୁ ଲୋକଙ୍କୁ ଦୃତଗତିରେ ଗାଡ଼ି ନଚଳାଇ ସାବଧାନତାର ସହ ଗାଡି ଚଲାଇବାକୁ ପରାମର୍ଶ ଦିଆଯାଉଛି ।

ଇଟିଭି ଭାରତ, ନିଆଳି

Last Updated : Jul 9, 2024, 11:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.