ETV Bharat / state

ପରିକ୍ରମା ପ୍ରକଳ୍ପ ଦେଖିବାକୁ ଯାଉଥିଲେ ବସକୁ ପିଟିଲା ହାଇୱା, 18 ଆହତ

Truck hits Bus: ରାୟଗଡ଼ାରୁ ପୁରୀ ଅଭିମୁଖେ ଆସୁଥିବା ବସକୁ ପିଟିଲା ହାଇୱା । ଖୋର୍ଦ୍ଧା 16 ନଂ ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା । ଅଧିକ ପଢନ୍ତୁ

ବସକୁ ପିଟିଲା ହାଇୱା
truck hits bus
author img

By ETV Bharat Odisha Team

Published : Feb 2, 2024, 9:11 AM IST

Updated : Feb 2, 2024, 10:11 AM IST

ବସକୁ ପିଟିଲା ହାଇୱା

ଖୋର୍ଦ୍ଧା: ଖୋର୍ଦ୍ଧାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ରାସ୍ତା ଉପରେ ଛିଡା ହୋଇଥିବା ବସକୁ ଧକ୍କା ଦେଲା ହାଇୱା । ଦୁର୍ଘଟଣାରେ 18 ଜଣ ଆହତ ହୋଇଥିବା ସୂଚନା ମିଳିଛି । କଲିକତା ଚେନ୍ନାଇ 16 ନଂ ଜାତୀୟ ରାଜପଥର ଗଡ଼ ଖୋର୍ଦ୍ଧା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଆହତ ଯାତ୍ରୀଙ୍କୁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୁରୀ ପରିକ୍ରମା ପ୍ରକଳ୍ପ ବୁଲିବାକୁ ବସଟି ରାୟଗଡ଼ା ଜିଲ୍ଲାରୁ ଯାତ୍ରୀଙ୍କୁ ଧରି ପୁରୀ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ଆହତ ଯାତ୍ରୀଙ୍କ ପରିଚୟ ମିଳିପାରିନାହିଁ ।

ଏହା ମଧ୍ୟ ପଢନ୍ତୁ- ବାଇକକୁ ଧକ୍କା ଦେଇ 1 କିମି ଘୋଷାଡି ନେଲା ଚଳନ୍ତା କାର

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି (ଗୁରୁବାର) ରାତିରୁ ରାୟଗଡା ଜିଲ୍ଲା ଗୁଡାରି ଏନଏସିରୁ 42 ଜଣ ଯାତ୍ରୀଙ୍କୁ ନେଇ ଏକ ବସ ପୁରୀ ଅଭିମୁଖେ ବାହାରିଥିଲା । ରାତି ତମାମ ଗାଡି ଚାଲିଥିବା ବେଳେ ଆଜି ସକାଳୁ ଯାତ୍ରୀ ମାନେ ଶୌଚ ହେବା ପାଇଁ ବସଟି ଖୋର୍ଦ୍ଧା 16 ନମ୍ବର ଜାତୀୟ ରାଜପଥର ଗଡ଼ଖୋର୍ଦ୍ଧା ଛକ ନିକଟରେ ଅଟକିଥିଲା । କିଛି ଯାତ୍ରୀ ଗାଡିରୁ ଓହ୍ଲାଇଥିଲେ ଏବଂ କିଛି ବସ ଭିତରେ ବସିଥିଲେ । ଏହି ସମୟରେ ପଛପଟୁ ଦ୍ରୁତଗତିରେ ଆସୁଥିବା ଏକ ହାଇୱା ବସକୁ ପଛପଟୁ ଧକ୍କା ଦେଇଥିଲା । ଏନେଇ ଖବର ପାଇ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ବସ ଭିତରେ ଆହତ ଅବସ୍ଥାରେ ଥିବା 18 ଜଣ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ । ପରେ ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବର୍ତ୍ତମାନ ଆହତ ଯାତ୍ରୀଙ୍କ ଚିକିତ୍ସା ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ- କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ମୃତ ଓ ଦୁଇ ଗୁରୁତର

ସେପଟେ ଖବର ପାଇ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ବାଦଲ ମହାନ୍ତି, ଖୋର୍ଦ୍ଧା ତହସିଲଦାର ଓ ପୋଲିସ ଅଧିକାରୀ ମେଡିକାଲରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ଡାକ୍ତରଙ୍କୁ ପଚାରି ବୁଝିବା ସହ ଆଲୋଚନା କରିଛନ୍ତି । ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପୋଲିସ ଦୁର୍ଘଟଣାଗସ୍ତ ଗାଡି ଦୁଇଟିକୁ ଜବତ କରିବା ସହ ଦୁର୍ଘଟଣା କିପରି ଓ କଣ ପାଇଁ ଘଟିଲା ସେନେଇ ଅଧିକ ତଦନ୍ତ ଚଳାଇଛି । ବସ ଡ୍ରାଇଭର ଜଣଙ୍କୁ ପୋଲିିସ ଧରିବାରେ ସଫଳ ହୋଇଛି ନା ନାହିଁ ତାହା ଅସ୍ପଷ୍ଟ ରହିଛି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Feb 2, 2024, 10:11 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.