ETV Bharat / state

ଡିପଥେରିଆ ପାଇଁ ଥରହର ଜଳବନ୍ଦୀ ଇଲାକା, ଜଣେ ଶିଶୁ ମୃତ - DIPHTHERIA DISEASE IN kalahandi

author img

By ETV Bharat Odisha Team

Published : Jun 20, 2024, 6:06 PM IST

DIPHTHERIA DISEASE IN KALAHANDI: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ଦୁର୍ଗମ ଅଞ୍ଚଳରେ ଡିପଥେରି ବ୍ୟାପିଥିବା ସନ୍ଦେହ । ସେପଟେ ସଂକ୍ରମିତ ଦୁର୍ଗମ ଅଞ୍ଚଳରେ ପହଞ୍ଚିଲା ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

DIPHTHERIA DISEASE IN KALAHANDI
DIPHTHERIA DISEASE IN KALAHANDI (ETV Bharat Odisha)

ଭବାନୀପାଟଣା: ଜଳବନ୍ଦୀ ଇଲାକା ଡିପଥେରିଆ ଆତଙ୍କ । ମ୍ୟାଲେରିଆ, ହଇଜା ଭଳି ବିଭିନ୍ନ ସଂକ୍ରମିତ ରୋଗ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସୁଥ‌ିବା କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ପରିଚିତ । ଏବେ ଡିପଥେରିଆ ନାମକ ଆଉ ଏକ ଘାତକ ସଂକ୍ରମଣରେ ସଂକ୍ରମିତ ଦୁର୍ଗମ ଅଞ୍ଚଳ ଭୟରେ ଥରୁଛି । ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳ ପୋଡାପଦର ପଞ୍ଚାୟତରେ ବର୍ତ୍ତମାନ ଏହି ରୋଗ ବ୍ୟାପିବାରେ ଲାଗିଛି । ଯେଉଁଥରେ ଆକ୍ରାନ୍ତ ହୋଇ ଜଣେ ଶିଶୁର ମୃତ୍ୟୁ ହୋଇଥ‌ିବା ଜଣାପଡ଼ିଛି ।

ପଡୋଶୀ ଜିଲ୍ଲା ରାୟଗଡ଼ା କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତର ମୁନୁଷପଦର ଗାଁରୁ ଏହି ରୋଗ ପୋଡାପଦର ପଞ୍ଚାୟତର ସରାପାସ ଗାଁକୁ ସଂକ୍ରମିତ ହୋଇଛି । ଭୌଗୋଳିକ ସ୍ଥିତିକୁ ଦେଖ‌ିଲେ କାଶୀପୁର ବ୍ଲକ ମୁନୁଷପଦର ଗାଁସୀମାକୁ ଲାଗିକି ରହିଛି ସରାପାସ ଗାଁ । ସୀମାନ୍ତ ଅଞ୍ଚଳ ହୋଇଥ‌ିବାରୁ ଏହି ଗାଁକୁ ଡିପଥେରିଆ ବ୍ୟାପି ଥିବା ସନ୍ଦେହ କରାଯାଉଛି ।ଏଭଳି ସୂଚନା ପାଇଲା ପରେ କଳାହାଣ୍ଡି ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ତତ୍ପରତା ଦେଖାଇଥ‌ିବା ବେଳେ ଉଦବେଗ ପ୍ରକାଶ କରିଛି ।

ସେପଟେ ସ୍ଥିତି ଅନୁଧ୍ୟାନ ପାଇଁ ଏକ ସ୍ଵତନ୍ତ୍ର ଡାକ୍ତରୀ ଟିମ୍ ପଠାଯାଇଛି । ସେଠାରେ ଜଣେ ଶିଶୁର ମୃତ୍ୟୁ ହୋଇଥିବା ପରେ ଗତ ମଙ୍ଗଳବାର ଭବାନୀପାଟଣାରୁ ବିଶେଷଜ୍ଞ ଟିମ୍ ସହିତ ପ୍ରଭାବିତ ଗାଁରେ ପହଞ୍ଚିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଡାକ୍ତରୀ ଟିମ୍ । ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳର ସେଇ ଗାଁକୁ ଯାଇ ପହଞ୍ଚି ଆକ୍ରାନ୍ତଙ୍କୁ ଚିହ୍ନଟ କରିଛନ୍ତି । ସେମାନଙ୍କ ମଧ୍ୟରୁ ସରାପାସ୍ ଗାଁରୁ ୪ ଜଣ ଏବଂ ଭୁରରୁରି ଟେମେରାରୁ ଜଣେ ଶିଶୁ ଆକ୍ରାନ୍ତ ଥ‌ିବା ଜଣା ପଡ଼ିଥିଲା । ଏହାପରେ ପ୍ରାଥମିକ ଚିକିତ୍ସା ସହ ସମସ୍ତ ଆକ୍ରାନ୍ତଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ଦୁଇଟି ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ .....ଡରାଇଲାଣି ଡିପଥେରିଆ ; ସଂକ୍ରମିତଙ୍କୁ ବୁଷ୍ଟର ଡୋଜ, ଜାଣନ୍ତୁ କାରଣ ଓ ନିରାକରଣ - Diphtheria Symptom Prevention

ଏହି ସଂକ୍ରମଣ କେଉଁ ରୋଗର ଏହା ଜାଣିବା ପାଇଁ ସେମାନଙ୍କ ରକ୍ତ ନମୂନା ପରୀକ୍ଷା ପାଇଁ ଲ୍ୟାବକୁ ପଠଯାଇଛି । ରକ୍ତ ପରୀକ୍ଷା ରିପୋର୍ଟ ଆସିଲେ ଯାଇ ସଠିକ ତଥ୍ୟ ମିଳିପାରିବ ବୋଲି ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡାକ୍ତର ନିତୀଶ ଝା କହିଛନ୍ତି । ସେ କହିଛନ୍ତି ଯେ, ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳର ଦୁର୍ଗମ ଗାଁ ଗୁଡିକରେ ପହଞ୍ଚି ଏଭଳି ଅପରେସନ୍ କରିବା କଷ୍ଟସାଧ୍ୟ । ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳକୁ ଆଜି ଯାଏଁ ଗମନା ଗମନର ସୁବ୍ୟବସ୍ଥା ହୋଇପାରି ନଥ‌ିବା ବେଳେ ବିଭିନ୍ନ ସମୟରେ ଏସବୁ ପରିସ୍ଥିତି ଏକ ଜଟିଳ ସମସ୍ୟା ଭାବେ ଅଞ୍ଚଳବାସୀ ପାଇଁ ନାହିଁ ନଥ‌ିବା ଅସୁବିଧା ସୃଷ୍ଟି କରୁଛି । ସେଠାରେ ନା ଅଛି ମୋବାଇଲ ନେଟୱାର୍କନା , ନା ଗମନାଗମନ ପାଇଁ ଭଲ ରାସ୍ତା । ଡଙ୍ଗା ଉପରେ ଭରସା କରୁଥିବା ଏହି ଅଞ୍ଚଳବାସୀଙ୍କୁ ଭଗବାନ ହିଁ ଭରସା ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.