ETV Bharat / state

3 ପରିବାରକୁ ସର୍ବଶ୍ବାନ୍ତ କରିଦେଲା ଅଗ୍ନିକାଣ୍ଡ, ଜଳିଗଲେ ୧୫ରୁ ଉର୍ଦ୍ଧ୍ବ ଗାଈଗୋରୁ - FIRE BREAK OUT IN JAGATSINGHPUR - FIRE BREAK OUT IN JAGATSINGHPUR

Fire Break Out: ଅଗ୍ନିକାଣ୍ଡରେ ଜଳିଗଲା ୧୦ ବଖରା ଘର । ସର୍ବଶ୍ବାନ୍ତ ହୋଇଗଲେ ୩ ପରିବାର । ଅଧିକ ପଢନ୍ତୁ

Fire Break Out
Fire Break Out (ETV Bharat Odisha)
author img

By ETV Bharat Odisha Team

Published : Jun 16, 2024, 10:17 PM IST

ଜଗତସିଂହପୁର: ଅଗ୍ନିକାଣ୍ଡରେ ଜଳିଗଲା ୧୦ ବଖରା ଘର । ଏହାସହ ୧୫ଟି ଛେଳି ଓ ୨ ଗାଈ ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡ଼ିଛି । ସଦର ବ୍ଲକ ଅନ୍ତର୍ଗତ ପିତେଇପୁର ଗ୍ରାମରେ ଏଭଳି ଦୁଃଖଦ ଘଟଣା ଘଟିଛି । ଆଜି (ରବିବାର) 10 ବଖରା ଘର ଜଳି ଭସ୍ମିଭୂତ ହୋଇଯାଇଛି । ତେବେ ସଟ୍‌ ସର୍କିଟ କାରଣରୁ ଏଭଳି ହୋଇଥିବା ସନ୍ଦେହ କରାଯାଉଛି । ଏଥିରେ ବହୁ ସଂଖ୍ୟାରେ ଗୋରୁଗାଈଙ୍କ ଜୀବନ ଯାଇଛି । ଖବର ପାଇ ଘଟଣାସ୍ଥଳରେ ରାଜସ୍ୱ ନିରୀକ୍ଷକ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଜଗତସିଂହପୁର ତହସିଲ ଅନ୍ତର୍ଗତ ପିତେଇପୁର ପଞ୍ଚାୟତ ଭଗବାନପୁରରେ ସର୍ଟ ସର୍କିଟ୍‌ ଯୋଗୁଁ ନାରାୟଣ ସେଠୀଙ୍କ ଘରେ ନିଆଁ ଲାଗି ଯାଇଥିଲା । ପରିବାର ଲୋକେ ସମସ୍ତ କାମଧନ୍ଧା କରିବାକୁ ଚାଲି ଯାଇଥିବାରୁ ନିଆଁ ଲିଭାଇବାକୁ ପାଖରେ କେହି ନଥିଲେ । ଫଳରେ ନିଆଁ ବ୍ୟାପିବା ସହିତ ଘର ସହିତ ଗୁହାଳ ଘର ଜଳିଯାଇଥିଲା । ଗୁହାଳ ଘର 15ଟି ଛେଳି ସହିତ ୨ଟି ଗାଈ ଥିଲେ । ନିଆଁ ଲାଗି ଯିବାରୁ ଗୃହପାଳିତ ପଶୁ ଗୁଡିକ ଜୀବନ୍ତ ଦଗ୍ଧ ହୋଇଥିଲେ । ନିଆଁ ହୁତୁ ହୁତୁ ହୋଇ ଜଳିବା ସହିତ ପଡିଶା ଘରକୁ ବ୍ୟାପିଥିଲା । ଏହାଦେଖି ସମସ୍ତ ଗ୍ରାମବାସୀ ଏକାଠି ହୋଇ ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ବି ବିଫଳ ହୋଇଥିଲେ । ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ହେଲେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିବାରେ ବିଳମ୍ବ ହୋଇଥିଲା ।

ଏହା ବି ପଢନ୍ତୁ...ମଣିପୁର ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳା ନିକଟରେ ଭୟାବହ ଅଗ୍ନିକାଣ୍ଡ - Fire Near Manipur CM Bungalow

ପରବର୍ତ୍ତୀ ସମୟରେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହେଲେ ଅଗ୍ନିକାଣ୍ଡରେ ଗୋରୁଗାଈଙ୍କ ଜୀବନ ଯାଇଥିବାବେଳେ ଗୋପାଳକଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡ଼ିଛି । ଏହି ଦୁଃଖଦ ଖବର ପାଇ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରବର୍ତ୍ତୀ ସମୟରେ କ୍ଷୟକ୍ଷତି ଆକଳନ କରି ଆର୍ଥିକ ସହାୟତା ପ୍ରଦାନ କରିବାକୁ ବିଧାୟକ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଗ୍ନିକାଣ୍ଡରେ ୩ଟି ପରିବାର ସର୍ବଶ୍ବାନ୍ତ ହୋଇପଡିଥିବା କୁହାଯାଉଛି ।

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.