ETV Bharat / state

ଶ୍ରୀମନ୍ଦିରରେ ସେବାୟତଙ୍କ ମନମାନି, ମହିଳା ଶ୍ରମିକଙ୍କୁ ମାଡ଼ ମାରିବା ସହ ଜାତିଆଣ ଆକ୍ଷେପ - SEVAYATA BEAT UP WOMEN WORKER - SEVAYATA BEAT UP WOMEN WORKER

Servitor Beat Up ASI Women Workers: ଶ୍ରୀମନ୍ଦିରରେ ମହିଳା ଶ୍ରମିକଙ୍କୁ ସେବାୟତ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

ଶ୍ରୀମନ୍ଦିରରେ ସାବାୟତଙ୍କ ମନମାନି
ଶ୍ରୀମନ୍ଦିରରେ ସାବାୟତଙ୍କ ମନମାନି
author img

By ETV Bharat Odisha Team

Published : Apr 17, 2024, 9:36 PM IST

ଶ୍ରୀମନ୍ଦିରରେ ସାବାୟତଙ୍କ ମନମାନି

ପୁରୀ: ଶ୍ରୀମନ୍ଦିରରେ ପୁଣି ଅଭାବନୀୟ ଘଟଣା । ମହିଳା ଶ୍ରମିକଙ୍କୁ ଆକ୍ରମଣ ସହ ଜାତିଆଣ ଆକ୍ଷେପ କଲେ ସେବାୟତ । ସାମାନ୍ୟ ଘଟଣାକୁ ନେଇ ମହିଳା ଶ୍ରମିକଙ୍କୁ ମାଡ଼ ମାରିଛନ୍ତି ସେବାୟତ । ଏନେଇ ଶ୍ରୀମନ୍ଦିରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କରିଥିବା ସେବାୟତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ଶ୍ରମିକ । ସେପଟେ ଆକ୍ରମଣର ଶିକାର ହୋଇଥିବା ମହିଳାଙ୍କ ପକ୍ଷରୁ ସିଂହଦ୍ଵାର ଥାନାରେ ଏତଲା ଦିଆଯାଇଛି ।

ସୂଚନା ଅନୁସାରେ, ଆଜି (ବୁଧବାର) ମଧ୍ୟାହ୍ନ ସମୟରେ ଏଏସଆଇ ପକ୍ଷରୁ ନିୟୋଜିତ ହୋଇଥିବା କିଛି ଠିକା ଶ୍ରମିକ ଶ୍ରୀମନ୍ଦିରରେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଥିଲେ । ତେବେ ପୂର୍ଣ୍ଣିମା ବେହେରା ନାମକ ଜଣେ ମହିଳା ଶ୍ରମିକ ଶ୍ରୀମନ୍ଦିର ପରିସର ଭିତରେ କାର୍ଯ୍ୟ କରୁଥିଲେ । ମନ୍ଦିରର ଦକ୍ଷିଣ ଦ୍ୱାର ଗୁମୁଟ ମରାମତି ସହ ଓ ରୋଷଶାଳାର ପାଖରେ କାର୍ଯ୍ୟ ଚାଲୁଥିବା ବେଳେ ମହିଳା ଶ୍ରମିକ ଜଣକ ପାଟିରେ ହାତ ଦେଇ ଛିଡ଼ା ହୋଇଥିଲେ । ଏହାକୁ ନେଇ ସେବାୟତ ଜଣଙ୍କ ହଠାତ୍ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜାତିଆଣ ଆକ୍ଷେପ କରି ମାଡ଼ ମାରିଥିଲେ । ସେବାୟତ ଜଣଙ୍କ ମହିଳାଙ୍କୁ ଆକ୍ରମଣ କରିବା ସମୟରେ ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ଥିଲେ ମଧ୍ୟ ସେମାନେ ନିରବଦ୍ରଷ୍ଟା ପାଲଟିଥିଲେ । ଯାହାକୁ ନେଇ ସମସ୍ତ ଶ୍ରମିକ କାର୍ଯ୍ୟବନ୍ଦ କରିବା ସହ ସିଂହଦ୍ଵାର ଥାନା ସମ୍ମୁଖରେ ଆନ୍ଦୋଳନ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ପୁଣି ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ, ସିଂହଦ୍ଵାର ଥାନାରେ ଅଟକ ବିଦେଶିନୀ - Non Hindu Entry In Jagannath Temple

ସେପଟେ ଏହି ଘଟଣାକୁ ଅତି ଗୁରୁତର ସହ ନେଇଛି ଏଏସଆଇ ।‌ ଏଏସଆଇ ଅଧିକାରୀ ଜ୍ୟୋତିରଞ୍ଜନ ପ୍ରଧାନ ଘଟଣା ବିଷୟରେ ଜାଣିବା ପରେ ଆକ୍ରମଣର ଶିକାର ହୋଇଥିବା ମହିଳା ଶ୍ରମିକଙ୍କୁ ନେଇ ସିଂହଦ୍ଵାର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏଏସଆଇ ପକ୍ଷରୁ ନିୟୋଜିତ ହୋଇଥିବା ଶ୍ରମିକମାନଙ୍କ ସୁରକ୍ଷାକୁ ନେଇ ଏଏସଆଇ ଚିନ୍ତା ପ୍ରକଟ କରିଛି । ତୁରନ୍ତ ସିସିଟିଭି ଫୁଟେଜ ଯାଞ୍ଚ କରି ସେବାୟତ ଜଣକୁ ଚିହ୍ନଟ କରି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଏସଆଇ ଅଧିକାରୀ କହିଛନ୍ତି । ସେପଟେ ମହିଳା ଶ୍ରମିକଙ୍କ ଉପରେ ଆକ୍ରମଣକୁ ବିଭିନ୍ନ ମହଲରେ ନିନ୍ଦା କରଯାଇଛି । ପୋଲିସ୍ ଘଟଣାର ତଦନ୍ତ କରି ଅଭିଯୁକ୍ତ ସେବାୟତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି ହୋଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.