ETV Bharat / state

ବିଜେପି ସହ 23 ବର୍ଷର ସଂପର୍କ ତୁଟାଇଲେ ଭୃଗୁ ବକ୍ସିପାତ୍ର: ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା - Bhrugu Baxipatra quits bjp

author img

By ETV Bharat Odisha Team

Published : Apr 3, 2024, 10:10 AM IST

Updated : Apr 3, 2024, 10:45 AM IST

Bhrugu Baxipatra quits BJP: ରାଜ୍ୟ ବିଜେପିକୁ ଶକ୍ତ ଝଟକା । ଦଳ ଛାଡିଲେ ପୁରୁଖା ନେତା ଭୃଗୁ ବକ୍ସିପାତ୍ର । ବିଜେପି ସହ ଦୀର୍ଘ 23 ବର୍ଷର ସମ୍ପର୍କ ତୁଟାଇଲେ। ସେ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ

Bhrugu Baxipatra
Bhrugu Baxipatra

ବ୍ରହ୍ମପୁର: ବିଜେପି ଛାଡିଲେ ଦଳର ଜଣେ ଟାଣୁଆ ନେତା ଭୃଗୁ ବକ୍ସିପାତ୍ର । ବହୁ ଦିନର ଚର୍ଚ୍ଚାରେ ଆଜି ସେ ବିରାମ ଲଗାଇଛନ୍ତି । ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ସେ ଆଜି ଇସ୍ତଫା ଦେଇଛନ୍ତି । ରାଜ୍ୟ ସଭାପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଛନ୍ତି । 23ବର୍ଷ ଧରି ବିଜେପିରେ ରହିଥିବା ଭୃଗୁ ରାଜ୍ୟ ବିଜେପିର କାର୍ଯ୍ୟରେ ଅସନ୍ତୁଷ୍ଟ ଥିବା ନେଇ ବେଶ୍ ଚର୍ଚ୍ଚା ହେଉଥିଲା । ସେ ଗତ ୨୦୧୯ରେ ବ୍ରହ୍ମପୁରରୁ ବିଜେପି ଲୋକସଭା ପ୍ରାର୍ଥୀ ହୋଇଥିଲେ । ତେବେ ସେ ବିଜେଡିରେ ଯୋଗ ଦେବା ସହ ବ୍ରହ୍ମପୁର ଲୋକସଭା ଆସନରୁ ଲଢି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଦୁଃଖର ସହ ଇସ୍ତଫା ଦେଉଛି: ସେ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି, "ଅତ୍ୟନ୍ତ ଦୁଃଖର ସହିତ ମୁଁ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଉଛି । ଗତ 23 ବର୍ଷ ଧରି ଜଣେ ସଭ୍ୟ ଭାବେ ରାଜ୍ୟରେ ପାର୍ଟିର ଉନ୍ନତି ପାଇଁ ସମସ୍ତ ପ୍ରୟାସ କରିଛି । ପାର୍ଟି ଦେଇଥିବା ସମସ୍ତ ଦାୟିତ୍ବ ଅତ୍ୟନ୍ତ ନିଷ୍ଠା, ପରିଶ୍ରମ ଏବଂ ସ୍ଥିରତାର ସହ ତୁଲାଇଛି । ବିଭିନ୍ନ ସାଙ୍ଗଠନିକ ଏବଂ ରାଜନୈତିକ କାର୍ଯ୍ୟ ବୃଦ୍ଧି କରିବାରେ ଦଳ ମୋ ଉପରେ ଆସ୍ଥା ରଖିଥିବାକୁ ମୁଁ କୃତଜ୍ଞ । କିନ୍ତୁ ଗତ କିଛି ଦିନ ହେବ ଦଳରେ ମୋର କିମ୍ବା ମୋ ସେବାର ଆବଶ୍ୟକତା ଆଉ ନାହିଁ ବୋଲି ଉପଲବ୍ଧି କଲି । ତେଣୁ ଆଗକୁ ବଢିବା ପାଇଁ ସ୍ଥିର କଲି । ଲୋକଙ୍କ ସେବା ଏବଂ ଓଡିଶାର ବିକାଶରେ ନିଜର କାର୍ଯ୍ୟକୁ ବଜାୟ ରଖିବି । "

ଏହା ମଧ୍ୟ ପଢନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ ପଛରେ ରାଜନୈତିକ ଉଦ୍ଦେଶ୍ୟ: ଭୃଗୁ

ବିଜେପି ଛାଡିଲେ ନୀଳଗିରି ବିଧାୟକ, ହୋଇପାରେ ଘରବାହୁଡା - Nilagiri MLA Sukanta Nayak

କହିରଖୁଛୁକି 2019ରେ ବିଜେପି ଲୋକସଭା ପ୍ରାର୍ଥୀ ହୋଇଥିଲେ । ହେଲେ ଚଳିତ ଥର ତାଙ୍କୁ ଟିକେଟ ଦେଇନି ଦଳ । ତାଙ୍କ ବଦଳରେ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ବିଜେପି ଆସ୍ଥା ପ୍ରକଟ କରିଛି । ଏହି କାରଣ ପାଇଁ ସେ ଅସନ୍ତୋଷ ଜାହିର କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ବ୍ରହ୍ମପୁର ଲୋକସଭା ଆସନରୁ ବିଜେପି ପ୍ରଦୀପ ପାଣିଗ୍ରାହୀକୁ ଟିକେଟ ଦେଇଥିବା ବେଳେ କଂଗ୍ରେସ ରଶ୍ମିରଞ୍ଜନ ପଟ୍ଟନାୟକକୁ ଟିକେଟ ଦେଇଛି । ତେବେ ବର୍ତ୍ତମାନ ସୁଦ୍ଧା ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇନାହିଁ । ତେବେ ଏଭଳି ସ୍ଥଳେ ଭୃଗୁ ବିଜେପି ଛାଡିଥିବା ବେଳେ ବିଜେଡିରେ ଯୋଗ ଦେଇପାରନ୍ତି ଏବଂ ବିଜେଡି ପକ୍ଷରୁ ଟିକେଟ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Apr 3, 2024, 10:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.