ETV Bharat / state

ମନେପଡନ୍ତି ମିଡିଆ ବାଦଶାହା ରାମୋଜୀ ରାଓ; ବ୍ରହ୍ମପୁରରେ ଶୋକସଭା, ଶ୍ରଦ୍ଧାଞ୍ଜଳି ଦେଲେ ବରିଷ୍ଠ ସାମ୍ୱାଦିକ - TRIBUTE TO RAMOJI RAO

author img

By ETV Bharat Odisha Team

Published : Jun 20, 2024, 11:42 AM IST

Updated : Jun 20, 2024, 11:57 AM IST

Homage To Ramoji Rao Sir: ପଦ୍ମବିଭୂଷଣ ରାମୋଜୀ ରାଓ ଏବେ ବି ଝୁରୁଛି ସାରା ଦେଶ । ବ୍ରହ୍ମପୁର ପ୍ରେସ କ୍ଲବରେ ଆୟୋଜିତ ସଭାରେ ତାଙ୍କୁ ମନେଇ ପକାଇ ଝୁରିଛନ୍ତି ବରିଷ୍ଠ ସାମ୍ବାଦିକ । ଅଧିକ ପଢନ୍ତୁ,

ମନେପଡନ୍ତି ମିଡିଆ ବାଦଶାହା ରାମୋଜୀ ରାଓ; ବ୍ରହ୍ମପୁରରେ ଶୋକସଭା, ଶ୍ରଦ୍ଧାଞ୍ଜଳି ଦେଲେ ବରିଷ୍ଠ ସାମ୍ୱାଦିକ
ମନେପଡନ୍ତି ମିଡିଆ ବାଦଶାହା ରାମୋଜୀ ରାଓ; ବ୍ରହ୍ମପୁରରେ ଶୋକସଭା, ଶ୍ରଦ୍ଧାଞ୍ଜଳି ଦେଲେ ବରିଷ୍ଠ ସାମ୍ୱାଦିକ (ETV Bharat Odisha)

ବ୍ରହ୍ମପୁର: ସ୍ୱର୍ଗତ ପଦ୍ମବିଭୂଷଣ ରାମୋଜୀ ରାଓଙ୍କୁ ଆଜି ଝୁରୁଛି ଗଣମାଧ୍ୟମ ଜଗତ । ମିଡ଼ିଆ ଜଗତର ଟାଇକୁନଙ୍କ ଦ୍ୱାଦଶ ଅବସରେ ବ୍ରହ୍ମପୁରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ଏକ ସ୍ମୃତିଚାରଣ ସଭା ଆୟୋଜିତ କରାଯାଇଛି । ସହରର ପ୍ରେସ କ୍ଳବ ପରିସରରେ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମ୍ୱାଦିକତା ଓ ଗଣ-ଯୋଗାଯୋଗ ବିଭାଗର ମୁଖ୍ୟ ବନ୍ଦିତା ପଣ୍ଡାଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତ ରାମୋଜି ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏହି ଅବସରରେ ଓଡ଼ିଶାରେ କିଭଳି କଳା, ସାହିତ୍ୟ ସଂସ୍କୃତି ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମକୁ ବହୁଳ ଭାବରେ ଟେଲିଭିଜନରେ ପ୍ରସାରଣ କରିବା କ୍ଷେତ୍ରର ଏକଦା ଇଟିଭିର ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ଏବଂ ସାରା ଦେଶରେ ବର୍ତ୍ତମାନ ମଧ୍ୟ ବହୁ ପୂର୍ବରୁ ଡିଜିଟାଲ କ୍ଷେତ୍ରରେ ଇଟିଭି ଭାରତର ବୃହତ୍ତ ନେଟୱାର୍କ କାର୍ଯ୍ୟ କରୁଥିବା ଏବଂ ଏହାର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସ୍ୱର୍ଗତ ରାମୋଜୀ ରାଓ ଏ ସମସ୍ତ ପରିକଳ୍ପନା ଏବଂ ତାର ସଫଳ ରୂପାୟନ କରି ବାସ୍ତବ ରୂପେ ଅନ୍ୟମାନଙ୍କ ପାଇଁ ଏକ ଦିଗଦର୍ଶକ ବୋଲି କହିଛନ୍ତି ରବିନାରାୟଣ ବେହେରା ।

ସେହିପରି ବନ୍ଦିତା ପଣ୍ଡା ଯୋଗ ଦେଇ ବୈଦ୍ୟୁତିକ ଗଣମାଧ୍ୟମର ମୂଳଦୁଆ କିଭଳି ଇଟିଭିରୁ ଆରମ୍ଭ ହୋଇଥିଲା ଏବଂ ଖବର ପ୍ରସାରଣଠାରୁ ଆରମ୍ଭ କରି ଲୋକଙ୍କ ମନରଞ୍ଜନ କରିବା ପାଇଁ ଇଟିଭି ନେଟୱାର୍କ କିଭଳି କାର୍ଯ୍ୟ କରୁଥିଲା ତାହାକୁ ଉପସ୍ଥାପନା କରିବା ସହିତ ସମସ୍ତ କାର୍ଯ୍ୟକୁ କିପରି ଏହାର ପ୍ରତିଷ୍ଠାତା ନିଜେ ସ୍ୱର୍ଗତ ରାମୋଜି ରାଓ ଅନୁଧ୍ୟାନ କରୁଥିଲେ ତାହାକୁ ଉପସ୍ଥାପନ କରିଛନ୍ତି । ଏଥିସହ କେବଳ ଆମ ରାଜ୍ୟ କାହିଁକି ଦେଶର ଅସ୍ମିତା ବିଷୟକୁ ଚିନ୍ତା କରି ସେ ପ୍ରତେକ ଭାଷାକୁ ଗୁରୁତ୍ୱ ଦେବା ଏବଂ ତାହାକୁ ଟେକ୍ନୋଲୋଜିରେ ଉପସ୍ଥାପନା କରାଯାଉଥିଲା ତାହାକୁ ମତବ୍ଯକ୍ତ କରିଛନ୍ତି ।

କାର୍ଯ୍ୟକ୍ରମରେ ଓଟିଭିର ବରିଷ୍ଠ ସାମ୍ୱାଦିକ ଅଶୋକ କୁମାର ବ୍ରହ୍ମା, ବରିଷ୍ଠ ସାମ୍ୱାଦିକ ସନ୍ତୋଷ କୁମାର ମିଶ୍ର, ଆପ୍ପା ରାଓ, ବରିଷ୍ଠ କଳାକାର ତଥା ଅଭିନୟ ଜଗତର ସଂପାଦକ ମିହୀର କୁମାର ତ୍ରିପାଠୀ, ବରିଷ୍ଠ ସାମ୍ବାଦିକ ବିଘ୍ନେଶ୍ୱେର ସାହୁ ଓ ସୁଦୀପ କୁମାର ସାହୁ ପ୍ରମୁଖ ଦେଶରେ ମିଡିଆ ଟାଇକୁନ୍ ଭାବରେ ସୁପରିଚିତ ରହିଥିବା ପଦ୍ମବିଭୂଷଣ ସ୍ୱର୍ଗତ ରାମୋଜି ରାଓଙ୍କୁ ଅତି ନିକଟରୁ ଦେଖିଥିବା ବେଳେ ତାଙ୍କର କାର୍ଯ୍ୟ ଶୈଳୀ ଏବଂ ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ, ଡିଜିଟାଲ ମିଡିଆ ଭଳି ପ୍ରମୁଖ କ୍ଷେତ୍ରରେ ଦୂରଦୃଷ୍ଟି,କର୍ମଚାରୀ ବତ୍ସଳ ସହିତ କାର୍ଯ୍ୟ ସହିତ ଜଣେ ସଫଳ ଗଣମାଧ୍ୟମ ପ୍ରତିନିଧି ତିଆରି କରିବାରେ ଇଟିଭିର କାର୍ଯ୍ୟ ଶୈଳୀ ଉପରେ ଆଲୋକପାତ କରିଛନ୍ତି ।

ଇଟିଭି ଭାରତର ବ୍ରହ୍ମପୁର ପ୍ରତିନିଧି ସମୀର କୁମାର ଆଚାର୍ଯ୍ୟଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଇଟିଭିରେ କାର୍ଯ୍ୟକରିଥିବା ଅନେକ ପ୍ରମୁଖ ବ୍ୟକ୍ତିତ୍ୱ ବର୍ତ୍ତମାନ ରାଜ୍ୟର ସମସ୍ତ ପ୍ରମୁଖ ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମରେ ପ୍ରମୁଖ ପଦପଦବୀରେ କାର୍ଯ୍ୟ କରୁଥିବା ପ୍ରକାଶ କରିଥିଲେ । ଏପରି ଏକ ମହାନ ବ୍ୟକ୍ତିତ୍ୱଙ୍କୁ ହରାଇ ଗଣମାଧ୍ୟମ ଜଗତର ଏକ ଅପୂରଣୀୟ କ୍ଷତି ବୋଲି କୁହାଯାଇଛି । ସିନେମା ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ସଫଳ ଉଦ୍ୟୋଗ ପ୍ରତିଷ୍ଠା ଲାଭ କରି ସାରା ଦେଶରେ ଉଲ୍ଲେଖନୀୟ ଅବଦାନ ଗ୍ରହଣ କରିଥିବା ସ୍ୱର୍ଗତ ରାମୋଜି ରାଓଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମରଣୋତ୍ତର ଭାରତରତ୍ନ ପ୍ରଦାନ କରାଗଲେ ଏହା ତାଙ୍କ ପାଇଁ ସବୁଠାରୁ ବଡ଼ ଶ୍ରଦ୍ଧାଞ୍ଜଳି ହେବ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: ସ୍ମୃତିରେ ମିଡିଆ ମହାନାୟକ ରାମୋଜୀ ରାଓ, ମନେ ପକାଇଲେ ଓଡିଶା ମିଡିଆ ପରିବାର

ଇଟିଭି ଭାରତ,ବ୍ରହ୍ମପୁର

Last Updated : Jun 20, 2024, 11:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.