ETV Bharat / state

ଦଳ ଛାଡୁଛନ୍ତି ତୃଣମୂଳ ନେତା; ସଂଗଠନ ସଜଡ଼ା ହୋଇନଥିବାରୁ ନିଷ୍କ୍ରିୟ ହେଉଛି ବିଜେଡି ! - BJD MLA Training Programme - BJD MLA TRAINING PROGRAMME

Training Programme For Newly Elected BJD MLA: ତୃଣମୂଳ ସ୍ତରରେ ଦୁର୍ବଳ ହେଉଛି ବିଜେଡି! ଦଳର ନେତା ଓ କର୍ମୀ ବିଜେଡି ଛାଡ଼ିବା ନେଇ ଏଭଳି କହିଲେ ବରିଷ୍ଠ ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ର । ଅଧିକ ପଢ଼ନ୍ତୁ

BJD
BJD (ETV Bharat Odisha)
author img

By ETV Bharat Odisha Team

Published : Aug 26, 2024, 10:52 PM IST

ଭୁବନେଶ୍ବର: ବିଧାନସଭାରେ ଦଳର ବିଧାୟକଙ୍କ ଆଭିମୁଖ୍ୟ ଓ କାର୍ଯ୍ୟକ୍ରମ ବାବଦରେ ତାଲିମ ଦେଇଛି ବିଜେଡି । କିନ୍ତୁ ଦଳର ସଂଗଠନ ସଜଡ଼ା କାର୍ଯ୍ୟ କରୁନାହିଁ ଦଳ । ତେଣୁ ଏହାର ପ୍ରଭାବ ତୃଣମୂଳ ସ୍ତରରେ ପଡୁଥିବା ଅଭିଯୋଗ ହେଉଛି । ଫଳରେ ବିଭିନ୍ନ ଜିଲ୍ଲାରେ ତୃଣମୂଳ ସଂଗଠନ ଛାଡୁଛନ୍ତି ଦଳର ନେତା ଓ କର୍ମୀ । ବିରୋଧୀ ଦଳରେ ଥିବାରୁ ସଂଗଠନ ବଞ୍ଚେଇ ରଖିବା ବିଜେଡି ଲାଗି ହୋଇଛି ଚ୍ୟାଲେଞ୍ଜ ।

BJD (ETV Bharat Odisha)

ନିଜେ ଖୋଳିଥିବା ଗାତରେ ପଡୁଛି ବିଜେଡି :

ବରିଷ୍ଠ ସାମ୍ବାଦିକ ପ୍ରଭୁକଲ୍ୟାଣ ମହାପାତ୍ର କହିଛନ୍ତି, "ବିଜେଡି ବିଧାୟକଙ୍କ ତାଲିମ କାର୍ଯ୍ୟକ୍ରମ ଦଳୀୟ ଭିର୍ତ୍ତିରେ ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି । ରାଜନୀତିର ଗନ୍ଧ ବାରି ବିଧାନସଭାରେ ଆୟୋଜିତ ତାଲିମ କାର୍ଯ୍ୟକ୍ରମରୁ ବିଜେଡି ନିଜକୁ ଦୂରେଇ ରଖିଥିଲା । ବିରୋଧୀ ଦଳ ଭଲ ପରାମର୍ଶ ମଧ୍ୟ ଦେଇଛନ୍ତି । କିନ୍ତୁ ଏପଟେ ବିଜେଡି ଏପର୍ଯ୍ୟନ୍ତ ନିଜର ସଂଗଠନ ସମ୍ଭାଳି ପାରିନାହିଁ । ଏ କଥା ବାଟରେ ପଡି ହାତରେ ଗଡୁଛି । ଖୋଦ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜସ୍ଵ ନିର୍ବାଚନ ମଣ୍ଡଳୀର ତୃଣମୂଳର ନିର୍ବାଚନ ପ୍ରତିନିଧି ବିଜେଡି ଛାଡୁଛନ୍ତି । ଏ ଧାରା ସେ କ୍ଷମତାରେ ଥିବା ବେଳେ ଆରମ୍ଭ କରିଥିଲେ । ନିଜେ ଖୋଳିଥିବା ଗାତରେ ନିଜେ ପଡିବେ । ଏଭଳି ଚିତ୍ର ରାଜ୍ୟର ସବୁ ଆଡେ ଦେଖିବାକୁ ମିଳୁଛି । ବାଡ଼ ଭାଙ୍ଗି ଶାସକ ଦଳରେ ବିଜେଡି ନେତା ସମିଲ ହେବାକୁ ଯାଉଛନ୍ତି ।"

ସଂଗଠନକୁ ସୁଦୃଢ କରି ରଖିବା ବଡ଼ ଚ୍ୟାଲେଞ୍ଜ :

ପ୍ରଭୁକଲ୍ୟାଣ ମହାପାତ୍ର ଆହୁରି ମଧ୍ୟ କହିଛନ୍ତି, "ବିଜେଡି ଶାସକ ଦଳର ମାନସିକତାରୁ ଏପର୍ଯ୍ୟନ୍ତ ଅପସରି ଯାଇନାହିଁ । ଶାସନ କ୍ଷମତାରୁ ଚାଲି ଯାଇଥିବା ସେ ଜାଣିପାରୁ ନାହାନ୍ତି । ବିରୋଧୀ ଦଳରେ ରଖି ସଂଗଠନକୁ ସୁରକ୍ଷା, ସୁଦୃଢ ଓ ମଜବୁତ କରାଯାଇପାରିବ ସେ ବିଦ୍ୟାକୁ ହାସଲ କରିବାକୁ ପଡିବ । ବିନା କ୍ଷମତାରେ ସଂଗଠନକୁ ସଜେଇ ରଖିବାକୁ ପଡିବ । ଦଳ ଛାଡି ତୃଣମୂଳ ନେତା ଓ କର୍ମୀ ଯାଉଥିବାରୁ ସଙ୍ଗଠନ ବଞ୍ଚେଇ ରଖିବା ବିଜେଡି ଲାଗି ଚ୍ୟାଲେଞ୍ଜ । ତେଣୁ ପ୍ରତି ଜିଲ୍ଲାର ନିର୍ବାଚିତ ପ୍ରତିନିଧିଙ୍କୁ ନବୀନ ନିବାସ ଓ ଶଙ୍ଖ ଭବନକୁ ଡାକି ଆଲୋଚନା କରାଯାଉଛି । ଦଳରେ ରହି ଶକ୍ତିଶାଳୀ ବିରୋଧୀ ଭାବେ କାର୍ଯ୍ୟ କରିବା ସହ 2029ରେ କ୍ଷମତାକୁ ଆସିବା ଲାଗି ପ୍ରୟାସ କରିବାକୁ କୁହାଯାଉଛି । ବିଜେଡି ସଂଗଠନ ଅତ୍ୟନ୍ତ ଦୁର୍ବଳ ସ୍ଥିତି ଆଡ଼କୁ ଗତି କରୁଛି । ତେଣୁ ଦଳର ସଂଗଠନକୁ ସୁଦୃଢ କରି ରଖିବା ବିଜେଡି ଲାଗି ବଡ଼ ଚ୍ୟାଲେଞ୍ଜ ।"

ସକ୍ରିୟ ବିରୋଧୀ ଦଳ ଦାଇତ୍ୱ ତୁଲାଇବୁ :

ବିଜେଡି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ କହିଛନ୍ତି, "ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ସାମିଲ ହୋଇ ଉତ୍ସାହିତ କରିଛନ୍ତି । ଆଗକୁ କ'ଣ କରିବାକୁ ପଡିବ ସେନେଇ ଆମେ ନୂଆ 18 ଜଣ ବିଧାୟକଙ୍କୁ ବରିଷ୍ଠ ନେତା ପରାମର୍ଶ ଦେଇଛନ୍ତି । ବିଜେଡି ଶାସନରେ 24 ବର୍ଷ ଥିଲା । ଓଡିଶା 2000 ମସିହାରେ କ'ଣ ଥିଲା, ଆଜି କ'ଣ ହୋଇଛି । ତାହାକୁ ଆମେ ଆଗକୁ ନେବୁ । ସେତେବେଳେ 70 ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖାରେ ଥିଲା, ଏବେ 14 ପ୍ରତିଶତ ତଳକୁ ଆସିଛି । ଏକ ସକ୍ରିୟ ବିରୋଧୀ ଦଳ ଭାବେ ଆମକୁ ଭୂମିକା ନିଭାଇବାକୁ ପଡିବ । ଓଡିଶାବାସୀ ସକ୍ରିୟ ବିରୋଧୀ ଦଳକୁ ଦେଖି ନାହାନ୍ତି । ଆମେ ସେହି ଦାୟିତ୍ୱ ତୁଲାଇବୁ ।"

କନିଷ୍ଠ ଓ ବରିଷ୍ଠଙ୍କ ମଧ୍ୟରେ ହୋଇଛି ଜ୍ଞାନର ଆଦାନପ୍ରଦାନ:

ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର କହିଛନ୍ତି, "କନିଷ୍ଠ ଓ ବରିଷ୍ଠଙ୍କ ମଧ୍ୟରେ ଜ୍ଞାନର ଆଦାନପ୍ରଦାନ ହୋଇଛି । ବିଭାଗ ସଂପର୍କିତ ଷ୍ଟାଣ୍ଡିଙ୍ଗ କମିଟି ନଥିଲା । ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବାବେଳେ ପ୍ରଥମେ 4ଟି ସଂପର୍କିତ ଷ୍ଟାଣ୍ଡିଙ୍ଗ କମିଟି ଗଠନ କରିଥିଲେ । 1993 ମସିହାରେ ଯୁଧିଷ୍ଠିର ଦାସ ବାଚସ୍ପତି ଥିବା ସମୟରେ ହୋଇଥିଲା । ପରବର୍ତ୍ତୀ ସମୟରେ ଏହି 4ଟି ବିଭାଗକୁ ସମ୍ପ୍ରସାରଣ କରାଯାଇଥିଲା । ନବୀନ ସରକାର ମହେଶ୍ବର ମହାନ୍ତି ବାଚସ୍ପତି ଥିବାବେଳେ 10 ବିଭାଗ ଷ୍ଟାଣ୍ଡିଙ୍ଗ କମିଟି ହୋଇଥିଲା ।"

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ବିଧାୟକଙ୍କ ଟ୍ରେନିଂ; ନବାଗତଙ୍କୁ ପ୍ରଶିକ୍ଷଣ ଦେବେ ଅଭିଜ୍ଞ - BJD Training Programme

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.