ETV Bharat / state

ପରିବହନ ଜରିଆରେ ବେଆଇନ କାରବାର: ସାଢେ ୨୭ କୋଟିର କାରବାର ଠାବ, ଆଲର୍ଟରେ ବିଭାଗ - Prohibited Items Seized

author img

By ETV Bharat Odisha Team

Published : Apr 7, 2024, 8:41 AM IST

Prohibited Items Seized: ପଡ଼ୋଶୀ ରାଜ୍ୟର ଆରଟିଓଙ୍କ ସହ ସମନ୍ୱୟ ବୈଠକ କରାଯାଇଛି । ରାଜ୍ୟ ଓ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ କଡ଼ାକଡ଼ି ଚେକିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ମାସ 5 ତାରିଖ ସୁଦ୍ଧା 27 କୋଟି 72 ଲକ୍ଷ ଟଙ୍କାର ସାମଗ୍ରୀ ଉପରେ ଜରିମାନା କରାଯାଇଛି । ଅଧିକ ପଢନ୍ତୁ

Prohibited Items Seized
Prohibited Items Seized

ଭୁବନେଶ୍ବର: ପରିବହନ ଆଳରେ ବେଆଇନ କାରବାର । ନିର୍ବାଚନ‌ ସମୟରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଆସୁଛି ବିଭିନ୍ନ ସାମଗ୍ରୀ । ସେଥିପାଇଁ ଆନ୍ତଃରାଜ୍ୟ ବସ ଚଳାଚଳ ଓ ଟ୍ରକ ଚଳାଚଳ ଭଳି ବିଭିନ୍ନ ପରିବହନ ଉପରେ ରହିଛି କଡ଼ା ନଜର । ଏଭଳି କାରବାର ଉପରେ ନଜର ରଖିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିଶନର । ପଡ଼ୋଶୀ ରାଜ୍ୟର ଆରଟିଓଙ୍କ ସହ ସମନ୍ୱୟ ବୈଠକ କରାଯାଇଛି । ରାଜ୍ୟ ଓ ଜିଲ୍ଲାର ସୀମାବର୍ତ୍ତୀ ଅଞ୍ଚଳରେ କଡ଼ାକଡ଼ି ଚେକିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପରିବହନ ବିଭାଗର ସୂଚନା ମୁତାବକ, ଆଚରଣବିଧି ଲାଗୁ ପରେ ଗତ ମାସ ୨୨ ତାରିଖରୁ ଚଳିତ ମାସ ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟ ପରିବହନ ବିଭାଗ ସହ ଆୟକର‌ ବିଭାଗ (IT) ଓ ସେବାକର ଆୟୁକ୍ତ(GST), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED), ପୋଲିସ ଓ ଅବକାରୀ ବିଭାଗର ମିଳିତ ରେଡ୍ କରାଯାଇଛି ।

୧୪୨ଟି ସ୍ଥାନରେ ଚଢାଉ କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ୨୫ ହଜାର ୬୧୦ଟି ଗାଡ଼ିକୁ ଚେକିଂ କରଯାଇଛି । ଚେକିଂବେଳେ ବେଆଇନ ଭାବେ ଚାଲାଣ ହେଉଥିବା ନଗଦ ଟଙ୍କା, ଶାଢ଼ି, ଗ୍ୟାସ୍ ଷ୍ଟୋଭ୍, ଅଟୋମୋବାଇଲ ପାର୍ଟସ ଓ ଜୋତା ଆଦି ସାମ୍ନାକୁ ଆସିଛି । ଏପରିକି ବେଆଇନ କାରବାର ପାଇଁ ବିଭିନ୍ନ ଗାଡିର 12ଲକ୍ଷ 84ହଜାର 585 ଟଙ୍କାର ଚାଲାଣ କଟାଯାଇଛି । ସେହିପରି ପଡୋଶୀ ରାଜ୍ୟରୁ ଆସୁଥିବା ଗାଡି ବା ଯାଉଥିବା ଗାଡି଼ ଗୁଡିକ ଉପରେ ମଧ୍ୟ କଡ଼ା ନଜର ରହିଛି । ସେଗୁ଼ଡିକୁ ଜୋରଦାର ଚେକିଂ କରାଯିବା ନେଇ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟର ସୀମାବର୍ତ୍ତୀ ଜିଲ୍ଲା ବାଲେଶ୍ବର, ମୟୂରଭଞ୍ଜ, ରାଉରକେଲା, ବରଗଡ଼, ନୂଆପଡ଼ା, ନବରଙ୍ଗପୁର, ଗଞ୍ଜାମର ଆଞ୍ଚଳିକ ପରିବହନ ଅଧିକାରୀମାନଙ୍କୁ ନେଇ ଉଭୟ ପଟରୁ ଆସୁଥିବା ଗାଡି଼ ଉପରେ ତୀକ୍ଷ୍ଣ ନଜର ଦେବାକୁ କୁହାଯାଇଛି । ବିଭିନ୍ନ ଚେକପୋଷ୍ଟ ରେ ଯାଞ୍ଚ ବେଳେ ଚଳିତ ମାସ 5 ତାରିଖ ସୁଦ୍ଧା 27 କୋଟି 72 ଲକ୍ଷ ଟଙ୍କାର ସାମଗ୍ରୀ ଉପରେ ଜରିମାନା କରାଯାଇଛି । ଏପରିକି ଅନେକ ସାମଗ୍ରୀର ବିଲ ନଥାଇ ଅଣାଯାଉଛି । ଯାହାକି ଜିଏସଟି ବିଭାଗ ଯାଞ୍ଚ ବେଳେ ଧରିଛନ୍ତି । ସେହିପରି ବେଆଇନ ମଦ ଓ ଗଞ୍ଜେଇ ଓ ଡ୍ରଗ୍ସ କାରବାର ଉପରେ ମଧ୍ୟ ନଜିର ରହିଛି । ନୟାଗଡ଼ ଓ ଅଗୁଗୋଳରେ ଆରଟିଓ ଯାଞ୍ଚ କରିବା ସମୟରେ ଏକ ସ୍କୁଟର ଜରିଆରେ ମହୁଲି ଚାଲାଣବେଳେ ଜବତ ହୋଇଛି । ସେହିପରି ଜଗତସିଂହପୁର ପାରାଦ୍ବୀପ ଠାରେ ମଧ୍ୟ ଏକ ଗାଡ଼ିରୁ ନଗଦ 2 ଲକ୍ଷ ଟଙ୍କା ନେଇ ଯାଉଥିବାବେଳେ ଜବତ କରାଯାଇଛି । ନିର୍ବାଚନ ସମୟରେ ୫୦ହଜାର‌ ଟଙ୍କା ପର୍ଯ୍ୟନ୍ତ ନେବା ଆଣିବାର ପ୍ରାବଧାନ‌ ରହିଛି ।

ଏହା ମଧ୍ୟ ପଢନ୍ତୁ...ନିର୍ବାଚନ ବେଳେ ଓଡ଼ିଶା ଫେରିପାରନ୍ତି ମାଓବାଦୀ, ଆଲର୍ଟରେ ସୁରକ୍ଷାକର୍ମୀ - Security Alert In Border Area

ଏହା ମଧ୍ୟ ପଢନ୍ତୁ...ମାଓ ପ୍ରବଣ ଅଞ୍ଚଳରେ ଅବାଧ ନିର୍ବାଚନ ପାଇଁ ଚେକିଂ ଓ ବ୍ଲକିଂ ଜୋରଦାର - Rayagada Police Tightens Security

ଖାଲି ସେତିକି ନୁହେଁ, ନିର୍ବାଚନ ପାଇଁ ମାଓ ଉପଦ୍ରବ ରୋକିବାକୁ ସୀମାବର୍ତ୍ତୀ ଇଲାକାରେ ସଜାଗ ପୋଲିସ । ନିର୍ବାଚନ ସମୟରେ ଯେପରି କୌଣସି ହିଂସାକାଣ୍ଡ ନଘଟେ ସେଥିପାଇଁ ପୋଲିସ ତତ୍ପର ରହିଛି । ବିଭିନ୍ନ ସ୍ଥାନରେ ସୁରକ୍ଷା କଡ଼ାକଡ଼ି କରାଯାଇଥିବାବେଳେ ଚେକିଂ ଓ ବ୍ଲକିଂ ଜୋରଦାର କରାଯାଉଛି । ପରିବହନ ଆଳରେ ବିଭିନ୍ନ ସାମଗ୍ରୀ ନେଇ କିପରି ଭୋଟରଙ୍କୁ ପ୍ରଭାବିତ କରାନଯିବ ତା' ଉପରେ ନଜର ରଖିଛି ପ୍ରଶାସନ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.