ETV Bharat / state

୫ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ସୁରକ୍ଷା ଯାଞ୍ଚରେ ୩ ବରିଷ୍ଠ ଅଧିକାରୀ

author img

By ETV Bharat Odisha Team

Published : Mar 2, 2024, 8:40 PM IST

PM Modi Odisha Visit: ମାର୍ଚ୍ଚ ୫ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁରକ୍ଷା ଦାୟିତ୍ବରେ ଓଡ଼ିଶା ପୋଲିସର ୩ ବରିଷ୍ଠ ଅଧିକାରୀ । ଅଧିକ ପଢନ୍ତୁ

PM Modi Odisha Visit
PM Modi Odisha Visit
୫ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ୫ ତାରିଖରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଯାଜପୁର ଗସ୍ତ ନେଇ ଚାଲିଛି ସୁରକ୍ଷା ପ୍ରସ୍ତୁତି । ଏସପିଜି ସୁରକ୍ଷା ଟିମ ରାଜଧାନୀ ଭୁବନେଶ୍ବରରେ ପହଞ୍ଚିସାରିଛି । ସେପଟେ ସୁରକ୍ଷା ତଦାରଖ କରୁଛନ୍ତି ଓଡ଼ିଶା ପୋଲିସର ୩ ବରିଷ୍ଠ ଅଧିକାରୀ । ଏନେଇ ଆଜି (ଶନିବାର) ସୂଚନା ଦେଇଛନ୍ତି ପୋଲିସ ଡିଜି ଅରୁଣ କୁମାର ଷଡଙ୍ଗୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଯେପରି ସୁରୁଖୁରୁରେ ଶେଷ ହେବ ସେ ନେଇ ପ୍ରସ୍ତୁତି ଚାଲିଥିବା ସେ କହିଛନ୍ତି ।

ଡିଜି କହିଛନ୍ତି, "ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନେଇ ଭୁବନେଶ୍ବରରେ ପହଞ୍ଚି ସାରିଛନ୍ତି SPG ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ । ଯାଜପୁରରେ ପ୍ରଧାନମନ୍ତ୍ରୀଙ୍କ ଏକ ସରକାରୀ କାର୍ଯ୍ୟକ୍ରମ ରହିଛି । ଏଥିଲାଗି ଇଣ୍ଟେଲିଜେନ୍ସ ଡିରେକ୍ଟର, ଯାଜପୁର ଏସପି ବିନିତ ଅଗ୍ରଓ୍ବାଲ ଓ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ ସୁରକ୍ଷା ତଦାରଖ କରିଛନ୍ତି। ବିଭିନ୍ନ ଦିଗକୁ ନେଇ ସୁରକ୍ଷା ଯାଞ୍ଚ ହୋଇଛି । ଏଥିପାଇଁ ଲୋକାଲ ଇଣ୍ଟେଲିଜେନ୍ସ ରିପୋର୍ଟ ଆଧାରରେ କାର୍ଯ୍ୟକ୍ରମ ସ୍ଥିର କରାଯାଉଛି। ସବୁ ଦିଗକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମ ସ୍ଥଳର ସୁରକ୍ଷା ବ୍ୟବସ୍ଥା ହେବ । ଚଣ୍ଡିଖୋଲ ସରକାରୀ କାର୍ଯ୍ୟକ୍ରମ ପାଇଁ ସେଠାରେ ଥିବା ହେଲିପ୍ୟାଡର ଯାଞ୍ଚ ସହ କାର୍ଯ୍ୟକ୍ରମ ସ୍ଥଳୀରେ ପାର୍କିଂର ଆୟୋଜନ ନେଇ ମଧ୍ୟ ଧ୍ୟାନ ଦିଆଯାଉଛି ।"

ଏହା ବି ପଢନ୍ତୁ- ପୁଣି ଆସିବେ ମୋଦି, ନିର୍ବାଚନରେ କେତେ ପଡ଼ିବ ପ୍ରଭାବ ?

ତିନି ଅଧିକାରୀ ବିଭିନ୍ନ ଦିଗକୁ ନେଇ ସୁରକ୍ଷା ପର୍ଯ୍ୟବେକ୍ଷଣ କରୁଛନ୍ତି । ଏହାପରେ ସ୍ଥିତି ଦେଖି ପୋଲିସ ଆରେଞ୍ଜମେଣ୍ଟ କରାଯିବ । ସେହି ଅନୁସାରେ ପୋଲିସ ମୋବିଲାଇଜେସନ ବା ମୁତୟନ କରାଯିବ । ଏନେଇ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଗାଇଡଲାଇନ ପାଳନ କରାଯିବ ବୋଲି ଡିଜିପି କହିଛନ୍ତି । ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ରିହରସଲ କରାଯିବ। କାରକେଡଠାରୁ ସମସ୍ତ ପ୍ରକାର ଟ୍ରାଫିକ ଓ ପୋଲିସ ମୁତୟନ ଉପରେ ଧ୍ୟାନ ଦିଆଯିବ । ମିଟିଂ ଯେଉଁଠି ହେଉଛି, ସେଠାରେ ଏକ ସରକାରୀ କାର୍ଯ୍ୟକ୍ରମ ସହ ଲୋକଙ୍କ ସହ ବୈଠକ ମଧ୍ୟ ରହିଛି । ଏନେଇ ଆତଙ୍କିତ ଆକ୍ରମଣ ବା ଆତ୍ମଘାତୀ ଆଦିକୁ ଦୃଷ୍ଟିରେ ରଖି ସେହି ଅଞ୍ଚଳକୁ ସୁରକ୍ଷା ବଳୟ ମଧ୍ୟରେ ରଖାଯିବ। ସମଗ୍ର ଅଞ୍ଚଳକୁ ଏକ ପୋଲିସର ସୁରକ୍ଷା ବଳୟ ଭିତରେ‌ ରଖିବାକୁ ବ୍ୟବସ୍ଥା କରାଯିବ । ଏନେଇ ଡିଟେକ୍ଟ ସ୍କ୍ବାଡ, ଡିସ୍ପୋଜାଲ ସ୍କ୍ବାଡ ଓ ଡଗ ସ୍କ୍ବାଡ ସହ ଅଗ୍ନିଶମ ଓ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.