ETV Bharat / state

ମାଲକାନଗିରି ଏନକାଉଣ୍ଟର, ଯବାନଙ୍କ ଗୁଳିରେ ଜଣେ ମାଓବାଦୀ ନିହତ - MALKANGIRI NAXALITE ENCOUNTER

ଛତିଶଗଡରୁ ମାଓବାଦୀ ଆସିଥିବା ଇନପୁଟ ସୂଚନା ଥିଲା । ମାଲକାନଗିରି ଜିଲ୍ଲାରେ ମାଓବାଦୀ-ସୁରକ୍ଷା ଯବାନ ଗୁଳି ବିନିମୟ ।

ମାଲକାନଗିରିରେ ଏନକାଉଣ୍ଟର: ଜଣେ ମାଓବାଦୀ ନିପାତ, ଜଣେ ଯବାନ ଆହତ
ମାଲକାନଗିରିରେ ଏନକାଉଣ୍ଟର: ଜଣେ ମାଓବାଦୀ ନିପାତ, ଜଣେ ଯବାନ ଆହତ (ETV Bharat Odisha)
author img

By ETV Bharat Odisha Team

Published : Nov 21, 2024, 11:23 AM IST

ମାଲକାନଗିରି: ଛତିଶଗଡ ସୀମାନ୍ତ ଏମଭି-୭୯ ଥାନା ଅଞ୍ଚଳରେ ସୁରକ୍ଷାବଳ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ନକ୍ସଲ ନିପାତ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତି । ଆହତ ଯବାନଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ବିଶାଖାପାଟଣାର ଏକ ହସ୍ପିଟାଲକୁ ଏୟାର ଲିଫ୍ଟ କରାଯାଇଛି । ମାଓବାଦୀମାନେ ଜଙ୍ଗଲ ମଧ୍ୟକୁ ଛତ୍ରଭଙ୍ଗ ଦେଇଛନ୍ତି । ଏବେ ମଧ୍ୟ ଜଙ୍ଗଲରେ ସର୍ଚ୍ଚ ଅପରେସନ ଚାଲିଛି ।

  • ଛତିଶଗଡରୁ ଓଡିଶା ଜଙ୍ଗଲକୁ ପଶିଥିଲେ ନକ୍ସଲ;-

ପ୍ରାଥମିକ ସୂଚନା ଅନୁଯାୟୀ, ଏମଭି-୭୯ ଥାନା ଅନ୍ତର୍ଗତ ଜିନେଲଗୁଡା ଗାଁ ନିକଟବର୍ତ୍ତୀ ଜଙ୍ଗଲରେ ଛତିଶଗଡ ପଟୁ କିଛି ନକ୍ସଲ ପ୍ରବେଶ କରି ଗତିବିଧି ଚଳାଇଥିବା ଇନପୁଟ୍‌ ସୂଚନା ପାଇଥିଲା ପୋଲିସ । ସେହି ଆଧାରରେ ଗତକାଲି (ବୁଧବାର) ଅପରାହ୍ନରୁ ‘ଏସଓଜି (SOG) ’ ଓ ‘ଡିଭିଏଫ (DVF)’ ବାହିନୀ ତରଫରୁ ଜଙ୍ଗଲରେ ମିଳିତ ଅପରେସନ ଆରମ୍ଭ କରାଯାଇଥିଲା । କମ୍ବିଂ ବେଳେ ମାଓବାଦୀଙ୍କ ମୁହାଁମୁହିଁ ହେବା ସହ ଗୁଳି ବିନିମୟ ଆରମ୍ଭ ହୋଇଥିଲା । ଏଥିରେ ଜଣେ ‘ଡିଭିଏଫ’ ଯବାନଙ୍କ ଦେହରେ ଗୁଳି ବାଜିଥିଲା । ତାଙ୍କୁ ବିଶାଖାପାଟଣାକୁ ଏୟାର ଲିଫ୍ଟ କରାଯାଇଛି । ଆହତ ଯବାନଙ୍କ ନାମ ଡମ୍ବୁରୁ ବଡ଼ନାୟକ ବୋଲି ଜଣାପଡ଼ିଛି ।

ମାଲକାନଗିରିରେ ଏନକାଉଣ୍ଟର: ଜଣେ ମାଓବାଦୀ ନିପାତ, ଜଣେ ଯବାନ ଆହତ
ମାଲକାନଗିରିରେ ଏନକାଉଣ୍ଟର: ଜଣେ ମାଓବାଦୀ ନିପାତ, ଜଣେ ଯବାନ ଆହତ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- ଓଡିଶା ମୁହାଁ ହେବେ କି ଛତିଶଗଡ ମାଓବାଦୀ ! ନୂଆପଡାରେ ମାଓ କ୍ୟାମ୍ପ ଠାବ ପରେ 60 ପ୍ରତିଶତ ସୀମାରେ କେନ୍ଦ୍ରୀୟ ଫୋର୍ସ ମୁତୟନ

ଏହା ମଧ୍ୟ ପଢନ୍ତୁ-ଛତିଶଗଡ ଏନକାଉଣ୍ଟର ପରେ ଓଡିଶା ମୁହାଁ ହେବେ କି ନକ୍ସଲ ! ମୁଖ୍ୟସ୍ରୋତକୁ ଫେରି ଆସିବାକୁ ରାଜ୍ୟ ସରକାରଙ୍କ ଚରମବାଣୀ - anti naxal exercise

ଏହା ମଧ୍ୟ ପଢନ୍ତୁ-ଛତିଶଗଡ ମାଓ ଅପରେସନ, ୩୧ ନକ୍ସଲ ନିପାତ , ସର୍ଚ୍ଚ ଅପରେସନ ଜୋରଦାର - Naxal Killed

  • ଜଣେ ମାଓବାଦୀ ମୃତ, ଅପରେସନରେ ସାମିଲ ହେଲା ବିଏସଏଫ

ସେହିପରି ଜଣେ ମାଓବାଦୀର ମୃତ୍ୟୁ ଘଟିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ଉକ୍ତ ଅଞ୍ଚଳରେ ଗୁଇନ୍ଦା ତଥ୍ୟ ଅନୁସାରେ, ମାଓବାଦୀଙ୍କ ଏକ ଗୋଷ୍ଠୀ ମେଳି ବାନ୍ଧିଥିଲେ । ସୁରକ୍ଷାକର୍ମୀଙ୍କ ଅପରେସନରେ ସେମାନେ ଜଙ୍ଗଲ ମଧ୍ୟରୁ ଛତ୍ରଭଙ୍ଗ ଦେଇଛନ୍ତି । ସେମାନଙ୍କୁ ଠାବ କରିବାକୁ ସର୍ଚ୍ଚ ଅପରେସନ ଜୋରଦାର କରିଛି ସୁରକ୍ଷା ବଳ । ଏବେ ଏହି ମିଳିତ ଅପରେସନରେ କେନ୍ଦ୍ରୀୟ ଫୋର୍ସ ‘ବିଏସଏଫ (BSF)’ ମଧ୍ୟ ସାମିଲ ହୋଇଥିବା ଜଣାପଡିଛି । ନିକଟବର୍ତ୍ତୀ ଜଙ୍ଗଲକୁ କର୍ଡନ କରି ସର୍ଚ୍ଚ ଅପରେସନ କରାଯାଉଛି । ଛତିଶଗଡରେ ଏକାଧିକ ଏନକାଉଣ୍ଟରେ ମାଓବାଦୀ ପ୍ରାଣ ହରାଇବା ପରେ ସେମାନେ ଓଡ଼ିଶା ମୁହାଁ ହେବାର ଯଥେଷ୍ଟ ଆଶଙ୍କା ରହିଥିଲା । ସେଥିପାଇଁ ଓଡିଶା ପୋଲିସ ମଧ୍ୟ ପୂର୍ବ ପ୍ରସ୍ତୁତି ଅନୁସାରେ ଅପରେସନ ପାଇଁ ପ୍ରସ୍ତୁତ ରହିଥିଲା ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.