ETV Bharat / state

ମୋଦିଙ୍କ ରୋଡ ସୋ' ପାଇଁ କଡ଼ା ସୁରକ୍ଷା, ଅଭେଦ୍ୟ ବଳୟ ଉପରେ SPG ନଜର - Security Arrangements Tightened - SECURITY ARRANGEMENTS TIGHTENED

Security arrangements in Bhubaneswar: ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ ସୋ' । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ମେଟାଲ ଡିଟେକ୍ଟର ଜରିଆରେ ଯାଞ୍ଚ କରାଯାଉଛି । ଅଧିକ ପଢନ୍ତୁ

ମୋଦିଙ୍କ ରୋଡ ସୋ' ପାଇଁ କଡ଼ା ସୁରକ୍ଷା
ମୋଦିଙ୍କ ରୋଡ ସୋ' ପାଇଁ କଡ଼ା ସୁରକ୍ଷା (ଫଟୋ- ଇଟିଭି ଭାରତ)
author img

By ETV Bharat Odisha Team

Published : May 10, 2024, 8:53 PM IST

Updated : May 10, 2024, 9:04 PM IST

ମୋଦିଙ୍କ ରୋଡ ସୋ' ପାଇଁ କଡ଼ା ସୁରକ୍ଷା (ETV BHARAT ODISHA)

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ ସୋ'କୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା । ରୋଡ଼ ସୋ' ଦେଖିବାକୁ ଆସୁଥିବା ଲୋକଙ୍କୁ ମେଟାଲ ଡିଟେକ୍ଟର ଜରିଆରେ ଯାଞ୍ଚ କରାଯାଉଛି । ସମସ୍ତଙ୍କୁ ଯାଞ୍ଚ କରି ଭିତରକୁ ଦେଖିବା ପାଇଁ ଛଡାଯାଉଛି । ଏଥି ସହ ପତାକା ଓ ବାଡି ଆଦିକୁ ମଧ୍ୟ ଯାଞ୍ଚ କରାଯାଉଥିବା ବେଳେ ପାଣି ବୋତଲ ମନା କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦି ଭୁବନେଶ୍ବରରେ ପହଞ୍ଚି ରୋଡ ସୋ' କରୁଛନ୍ତି ।

କୌଣସି ପ୍ରକାର କଠିନ ଧାତୁ ବା ସେଭଳି କିଛି ଜିନିଷ ନ ନେବାକୁ ବାରଣ କରାଯାଉଛି । କୋଠା ଓ ବ୍ରିଜ ଉପରେ ଜଗିଛି ପୋଲିସ । ରାମ ମନ୍ଦିରଠାରୁ ବାଣୀ ବିହାର ପର୍ଯ୍ୟନ୍ତ ଅନେକ ମାର୍କେଟ କମ୍ପ୍ଲେକ୍ସ ରହିଛି । ଯେଉଁଠି ପୋଲିସ ଓ ଏସପିଜି ଟିମ ମୁତୟନ ଅଛନ୍ତି । କୌଣସି କୋଠାକୁ ଅଜଣା ଲୋକଙ୍କୁ ନ ଛାଡ଼ିବାକୁ ଆଗୁଆ କୁ଼ହାଯାଇଛି । କୋଠା ଉପରେ ପୋଲିସ ଗାର୍ଡ ପରି ରହିଛନ୍ତି । ଏଥି ସହ ଏସପିଜିର ଅଧିକାରୀ ମଧ୍ୟ ବିଭିନ୍ନ କୋଠା ଉପରେ ନଜର ରଖିଛନ୍ତି ।

ଡବଲ ଲେୟାର ବ୍ୟାରିକେଡ:- ଲୋକଙ୍କ ଉପସ୍ଥିତି ପାଇଁ ଦୁଇଟି ବ୍ୟାରିକେଡ କରାଯାଇଛି । ବିଶେଷ କରି ରାସ୍ତାର ପାର୍ଶରେ ଦୁଇ ସ୍ତରର ବ୍ୟାରିକେଡ ରହିଛି । ଯାହାଦ୍ବାରା ବ୍ୟାରିକେଡ ଭିତରେ ପୋଲିସ ଜଗିବା ସହ ବ୍ୟାରିକେଡ ବାହାରେ ମଧ୍ୟ ଲୋକଙ୍କ ଗହଣରେ ପୋଲିସ କର୍ମଚାରୀ ଜଗି ରହିଛନ୍ତି । ପ୍ରତିଟି ଗଳି ଯାହାକି ରୋଡ଼ ସୋ' ହେବାକୁ ଥିବା ସଂଯୋଗ କରୁଛି, ସେ ସବୁକୁ ଦଉଡି ବାନ୍ଧି ରାସ୍ତାରେ ଗାଡି ମଟର ଅଟକାଇବା ସହ କେବଳ ବିନା ଗାଡିରେ ଯାଞ୍ଚ କରି ଭିତରକୁ ଲୋକଙ୍କୁ ଛଡାଯାଉଛି ।

ଗଣମାଧ୍ୟମ ପାଇଁ ସ୍ବତନ୍ତ୍ର ଷ୍ଟେଜ:- ବିଶେଷ କରି ଗଣ ମାଧ୍ୟମ ପାଇଁ 4ଟି ସ୍ଥାନରେ ଷ୍ଟେଜ ବନ୍ଧାଯାଇଛି । ସେଠାରେ ପାସଧାରୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ରହିବା ପାଇଁ ଅନୁମତି ଦିଆଯାଇଛି । କ୍ୟାମେରା, ବ୍ୟାଗପାକ ଓ ରିପୋର୍ଟରଙ୍କ କ୍ୟାମେରା ମ୍ୟାନଙ୍କ ବ୍ୟାଗ ମଧ୍ୟ ତନ ତନ କରି ଯାଞ୍ଚ କରାଯାଉଛି ।

ସ୍ବାଗତ ପାଇଁ ବିଶେଷ ବ୍ୟବସ୍ଥା:- ପ୍ରଧାନମନ୍ତ୍ରୀ ମୋଦିଙ୍କ ସ୍ବାଗତ ପାଇଁ ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଷ୍ଟେଜ ବନ୍ଧାଯାଇଛି । ଯେଉଁଠି ଓଡ଼ିଶାର ଖଣ୍ଡଗିରିକୁ ପ୍ଲେସ ଜରିଆରେ ଦର୍ଶାଯାଇଛି । ଓଡ଼ିଶାର ଲୋକକଳା, ନାଚ, ଗୀତ ଜରିଆରେ ସ୍ବାଗତ ପାଇଁ ବ୍ୟବସ୍ଥା ହୋଇଛି । ରାମ ମନ୍ଦିର ସାମ୍ନାରେ ଆଳତୀ ଦର୍ଶନ ପାଇଁ ବ୍ୟବସ୍ଥା କରଯାଇଛି । ରାସ୍ତା ଉପରେ ରୋଡ ସୋ' ସମୟରେ କିଛି ନିର୍ଦ୍ଦିଷ୍ଟ ପୂଜକଙ୍କ ଦ୍ବାରା ରାମମନ୍ଦିର ପାଖରେ ଥିବା ଷ୍ଟେଜ ନିକଟରେ ଆଳତୀ ପାଇଁ ବ୍ୟବସ୍ଥା ହୋଇଛି । ଏନେଇ ୫ଟି ସାମୁହିକ ଦୀପର ବ୍ୟବସ୍ଥା କରଯାଇଛି । ଏଥିସହ ରାମଲାଲାଙ୍କ ଫ୍ଲେକ୍ସ ମଧ୍ୟ ପ୍ରଦର୍ଶନ କରଯାଇଛି ।

ରାସ୍ତାରେ ଧାରା ୩୭୦ ପ୍ରସଙ୍ଗ:- ମୋଦି ସରକାରଙ୍କ ସମୟରେ ହୋଇଥିବା ଧାରା ୩୭୦ ଉଚ୍ଛେଦ ନେଇ ରାସ୍ତାରେ ଏକ ଷ୍ଟେଜ ପ୍ରସ୍ତୁତ ହୋଇଛି । ଯେଉଁଠି ମୋଦି ସରକାରଙ୍କ ସଫଳତାର‌ କିଛି ଘଟଣା କ୍ରମକୁ ପ୍ରଚାର ପାଇଁ ସେଠାରେ‌ ବ୍ୟବସ୍ଥା ହୋଇଛି । ଏନେଇ ସ୍ବତନ୍ତ୍ର ଲାଇଟ ଜରିଆରେ ପୁରା ଷ୍ଟେଜରେ ବ୍ୟବସ୍ଥା କରାଯାଇଛି । କିଛି କର୍ମୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି । ନାଚ ଗୀତ ଜରିଆରେ ଲୋକଙ୍କ ମଧ୍ୟରେ ପ୍ରଚାର ପାଇଁ ବ୍ୟବସ୍ଥା କରାଯାଇଛି ।

ଏହା ବି ପଢନ୍ତୁ- ମୋଦିଙ୍କ ରୋଡ ସୋ'କୁ ନେଇ ସଜେଇ ହୋଇଛି ରାଜଧାନୀ; ମୃଦଙ୍ଗ, ଓଡ଼ିଶୀ ନୃତ୍ୟରେ କମ୍ପୁଛି ଭୁବନେଶ୍ବର

ଇଟିଭି ଭାରତ, ଭୁବନେଶ୍ବର

Last Updated : May 10, 2024, 9:04 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.