ଭୁବନେଶ୍ବର: ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ବିମାନବନ୍ଦର ଓ ରାଜଭବନ ଚାରିପାଖେ ହାଇ ଆଲର୍ଟ ଜାରି ହୋଇଛି । ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ବିଭିନ୍ନ ଦିଗକୁ ନେଇ କଡ଼ା ଚେକିଂ ଆରମ୍ଭ କରିଛି କମିଶନରେଟ୍ ପୋଲିସ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ।
ମାର୍ଚ୍ଚ ୫ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏନେଇ ହୋଇଥିବା ସମସ୍ତ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି । ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ଏନେଇ କେବଳ ଭୁବନେଶ୍ବରରେ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବା ବ୍ୟବସ୍ଥା ହୋଇଛି । ଏସ୍ପିଜି ସୁରକ୍ଷା ଆଧାରରେ ସମସ୍ତ ବିଭାଗ ସହିତ ଆଲୋଚନା କରି ଏୟାରପୋର୍ଟଠାରୁ ରାଜଭବନ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ରବ୍ୟବସ୍ଥା କରିବ ପୋଲିସ । ଏନେଇ ବିମାନବନ୍ଦର ଓ ରାଜଭବନକୁ ହାଇ ସିକ୍ୟୁରିଟି ଜୋନ୍ ଭାବରେ କଡ଼ା ନଜର ରଖାଯିବ । ବିମାନ ବନ୍ଦର ଆଖପାଖ ଅଞ୍ଚଳକୁ ଏବେଠୁ ପୋଲିସ ସର୍ଭାଲାନ୍ସରେ ରଖାଯିବ । ଆଖପାଖ ଅଞ୍ଚଳରେ ଆତ୍ମଘାତୀ ଚେକିଂ ଓ ଯାଞ୍ଚ କରାଯିବ । ସେହି ସବୁ ଅଞ୍ଚଳକୁ 'ନୋ ମ୍ୟାନ୍ ଲ୍ୟାଣ୍ଡ୍' ଭାବେ ଘୋଷଣା କରାଯିବ । ଯେଉଁମାନେ ବିମାନ ବନ୍ଦର ଓ ରାଜଭବନ ଭିତରକୁ ପ୍ରବେଶ କରିବେ, ସମସ୍ତଙ୍କୁ ପାସ୍ ବ୍ୟବସ୍ଥା କରାଯିବ । ଏୟାରପୋର୍ଟର ସମସ୍ତ ଏଣ୍ଟ୍ରି ଓ ଏକ୍ଜିଟ୍ରେ ସିଆର୍ପିଏଫ୍ ଫୋର୍ସ ମୁତୟନ ରହିବେ ।
ଏହା ମଧ୍ୟ ପଢ଼ନ୍ତୁ...ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତକୁ ନବ ନିର୍ମାଣ କୃଷକ ସଂଗଠନର ବିରୋଧ
ଏହା ସହିତ ବିମାନ ବନ୍ଦରରୁ ରାଜଭବନ ପର୍ଯନ୍ତ ଗୁଇନ୍ଦାକୁ ସକ୍ରିୟ କରାଯିବ । ଏନେଇ ସମସ୍ତ ପ୍ରକାର ସହଯୋଗୀ ଡିପାର୍ଟମେଣ୍ଟ ସହ ଆଲୋଚନା କରାଯାଇଥିବା ଡିସିପି କହିଛନ୍ତି । କେବଳ ପୋଲିସ ପକ୍ଷରୁ ୬ ଜଣ ଅତିରିକ୍ତ ଡିସିପି ପାହ୍ୟାର ଅଫିସର, ୧୦ ଜଣ ଏସିପି, ୧୪ ଜଣ ଇନସ୍ପେକ୍ଟର, ୧୨ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଏଥିସହ ଏୟାରପୋର୍ଟଠୁ ରାଜଭବନ ପର୍ଯ୍ୟନ୍ତ ମଧ୍ୟ ଟ୍ରାଫିକ ବ୍ୟବସ୍ଥା କରାଯିବ । ସିକ୍ୟୁରିଟି ରିହଲସଲ୍ ମଧ୍ୟ କରାଯିବ । ରାଜଭବନରେ ସୁରକ୍ଷା କଡାକଡି କରାଯିବ । ରାଜଭବନ ଭିତରକୁ ପ୍ରବେଶ ଉପରେ ସ୍ପେଶାଲ ଏଣ୍ଟ୍ରି କାର୍ଡ ଦିଆଯିବ । ଏୟାରପୋର୍ଟ ପାଖରେ ଥିବା ଭୂ-ତଳ ପ୍ରାସାଦ ଉପରେ ନଜର ରଖାଯିବ । ଏପରିକି ପୋଲିସ ମଧ୍ୟ ଯାଇ ସେମାନଙ୍କ ଘରେ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ଦିଗ ଉପରେ ଫୋକସ୍ ଦେବେ । ରହୁଥିବା ଲୋକଙ୍କ ପରିଚୟ ପତ୍ର ଓ ତଥ୍ୟ ପୋଲିସ୍ ପାଖରେ ରହିବ । ଏନେଇ ଭୁବନେଶ୍ବର ଡିସିପି କହିଛନ୍ତି, "ପ୍ରଧାନମନ୍ତ୍ରୀଙ୍କର ଯାଜପୁର ଗସ୍ତ ରହିଛି । ଯଦି ଆବଶ୍ୟକ ପଡେ ରାଜଭବନ ଆସିପାରନ୍ତି । ତେଣୁ ଏ ଦୃଷ୍ଟିରୁ ଆଗୁଆ ସୁରକ୍ଷା ପ୍ରସ୍ତୁତି କରାଯାଉଛି । ଭୁବନେଶ୍ବରରେ କୌଣସି କାର୍ଯ୍ୟକ୍ରମ ବା ରହଣୀର ସେଭଳି କାର୍ଯକ୍ରମ ପୂର୍ବ ସୂଚିତ ନାହିଁ । କୌଣସି ପରିସ୍ଥିତିରେ ଆବଶ୍ୟକ ପଡିଲେ ଆଗୁଆ ସୁରକ୍ଷା ବନ୍ଦୋବସ୍ତ ସବୁ କରାଯାଇଛି ।
- " class="align-text-top noRightClick twitterSection" data="">
ଇଟିଭି ଭାରତ, ଭୁବନେଶ୍ବର