ETV Bharat / state

ବରଗଡ଼ ଆସୁଛନ୍ତି ମୁଖ୍ୟମନ୍ତ୍ରୀ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି - Chief Minister will visit Bargarh - CHIEF MINISTER WILL VISIT BARGARH

CHIEF MINISTER WILL VISIT BARGARH: ଆସନ୍ତାକାଲି ବରଗଡ଼ ଗସ୍ତରେ ଆସୁଛନ୍ତି ଓଡିଶାର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପିଏମ କୃଷି ସମ୍ମାନର 17 ତମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମରେ ଦେବେ ଯୋଗ । ସେପଟେ ବିଜେପି କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ । ଅଧିକ ପଢନ୍ତୁ

CHIEF MINISTER MOHAN CHARAN MAJHI WILL VISIT BARGARH
CHIEF MINISTER MOHAN CHARAN MAJHI WILL VISIT BARGARH (ETV Bharat Odisha)
author img

By ETV Bharat Odisha Team

Published : Jun 17, 2024, 10:38 PM IST

ବରଗଡ଼: ଆସନ୍ତାକାଲି ବରଗଡ଼ ଗସ୍ତରେ ଆସୁଛନ୍ତି ଓଡିଶାର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 2024 ସାଧାରଣ ନିର୍ବାଚନ ପରେ ଓଡିଶାରେ ବିଜେପି ସରକାର ଗଠନ ହୋଇଛି । ମୋହନ ଚରଣ ମାଝୀ ହୋଇଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ କରି ବରଗଡ଼ ଜିଲ୍ଲାକୁ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ । ସେପଟେ ଆସନ୍ତାକାଲି (ମଙ୍ଗଳବାର) ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ପିଏମ କୃଷି ସମ୍ମାନର 17 ତମ କିସ୍ତି ପ୍ରଦାନ କରିବେ ।ଏହି ଅବସରରେ ବରଗଡ଼ରେ ମଧ୍ୟ ଏହି ଯୋଜନାର ଟଙ୍କା ପ୍ରଦାନ କରିବେ ଓଡିଶାର ମୁଖ୍ୟମନ୍ତ୍ରୀ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି କାର୍ଯ୍ୟ ।

CHIEF MINISTER WILL VISIT BARGARH (ETV Bharat Odisha)

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ଟଙ୍କା ବଣ୍ଟନ ଉତ୍ସବ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ ହେଲିକପ୍ଟର ଯୋଗେ ଅପରାହ୍ନ ୩ଟା 40 ମିନିଟ ସମୟରେ ବରଗଡ଼ର ମିନି ଷ୍ଟେଡ଼ିୟମରେ କରାଯାଇଥିବା ଅସ୍ଥାୟୀ ହେଲିପ୍ୟାଡ୍‌ରେ ଓହ୍ଲାଇବେ ।ଏହାପରେ ଗାନ୍ଧୀ ଛକ ଠାରୁ ବାନ୍ଦୁଟିକ୍ରା ଛକ ପର୍ଯ୍ୟନ୍ତ ଗୋଟେ ଘଣ୍ଟା ଧରି ଅପରାହ୍ନ 4 ଟା 40 ମିନିଟ ଯାଏ ରୋଡ଼ ସୋ' କରିବେ । ରୋଡ ସୋ' ପରେ ବାନ୍ଦୁ ଟିକିରାରୁ ସିଧା ଜର୍ଜ ହାଇସ୍କୁଲ ପଡିଆ ଠାରେ ଆୟୋଜିତ କାର୍ଯ୍ୟକ୍ରମ ସ୍ଥଳୀକୁ ପହଞ୍ଚି ସେଠାରେ ସନ୍ଧ୍ୟା 5 ଟାରୁ 6 ଘଣ୍ଟା 30 ମିନିଟ ପର୍ଯ୍ୟନ୍ତ କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ସମ୍ବୋଧିତ କରିବେ ।

ଏହା ମଧ୍ୟ ପଢନ୍ତୁ.....ରାଜ୍ୟରେ ଅଂଶୁଘାତରେ ନେଲାଣି ୪୧ ଜୀବନ: ଏସଆରସି - SRC ON SUNSTROKE DEATH

ସେହିପରି ସନ୍ଧ୍ୟା 6 ଟା 40 ମିନିଟରେ ମୁଖ୍ୟମନ୍ତ୍ରୀ ବରଗଡ ସର୍କିଟ ହାଉସକୁ ଗସ୍ତ କରି ସେଠାରେ ଜନସାଧାରଣଙ୍କୁ ଏବଂ ବରିଷ୍ଠ ଅଧିକାରୀଙ୍କୁ 7 ଟା 50 ମିନିଟ ପର୍ଯ୍ୟନ୍ତ ସାକ୍ଷାତ କରିବେ । ଏହାପରେ ମୁଖ୍ୟମନ୍ତ୍ରୀ ଅତାବିରା ନିର୍ବାଚନ ମଣ୍ଡଳୀକୁ ଗସ୍ତ କରି ଅତାବିରା କଲେଜ ନିକଟରେ ଲୋକଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।ଏହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷା ପାଇଁ ସହରରେ 4 ଜଣ ଅତିରିକ୍ତ ଏସପି, 11 ଜଣ ଡିଏସପି, 28 ଜଣ ଇନେସପେକ୍ଟର, 130 ଏସଆଇ ଓ ଏଏସଆଇ ଓ 22 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ ବୋଲି ସୂଚନା ମିଳିଛି ।

ତେବେ ଓଡିଶାରେ ବିଜେପି ସରକାର ଗଠନ ହେବା ପରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ ବରଗଡ ଜିଲ୍ଲାକୁ ହୋଇଥିବାରୁ ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା ଏବଂ ଏଠାକାର ଜନସାଧାରଣ ତଥା ଚାଷୀ ମହଲରେ ଖୁସି ଲହରୀ ଖେଳିଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.