ETV Bharat / state

ଦୋକାନୀଙ୍କୁ ସରକାରଙ୍କ ତାଗିଦ୍; ଆଳୁ ମହଜୁଦ ରହିଲେ ହେବ କାର୍ଯ୍ୟାନୁଷ୍ଠାନ, ଆସିବ ନୂଆ ଅବକାରୀ ନୀତି - Potato crisis in Odisha - POTATO CRISIS IN ODISHA

Food supplies minister on Potato crisis: ଅସାଧୁ ବ୍ୟବସାୟୀଙ୍କୁ ଚେତାବନୀ ଦେଲେ ଯୋଗାଣ ମନ୍ତ୍ରୀ । ଦୋକାନରେ ବ୍ୟାପକ ପରିମାଣରେ ଆଳୁ ମହଜୁଦ ରଖି କୃତ୍ରିମ ଅଭାବ ସୃଷ୍ଟି କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ଆଜି ଭୁବନେଶ୍ବରରେ ଚଢାଉ କରିଛନ୍ତି ସ୍କ୍ବାର୍ଡ । ଅଧିକ ପଢନ୍ତୁ

ଦୋକାନୀଙ୍କୁ ସରକାରଙ୍କ ତାଗିଦ୍; ଆଳୁ ମହଜୁଦ ରହିଲେ ହେବ କାର୍ଯ୍ୟାନୁଷ୍ଠାନ, ଆସିବ ନୂଆ ଅବକାରୀ ନୀତି
ଦୋକାନୀଙ୍କୁ ସରକାରଙ୍କ ତାଗିଦ୍; ଆଳୁ ମହଜୁଦ ରହିଲେ ହେବ କାର୍ଯ୍ୟାନୁଷ୍ଠାନ, ଆସିବ ନୂଆ ଅବକାରୀ ନୀତି (ETV Bharat Odisha)
author img

By ETV Bharat Odisha Team

Published : Aug 20, 2024, 4:24 PM IST

Updated : Aug 20, 2024, 4:35 PM IST

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଆଳୁ ସଙ୍କଟ । ଯେତିକି ଆଳୁ ଏବେ ଗଚ୍ଛିତ ଅଛି, ସେସବୁ ଆଗାମୀ 3 ଦିନ ମଧ୍ୟରେ ଶେଷ ହୋଇଯିବ । ଆଳୁ ସଙ୍କଟ ଦୂର କରିବାକୁ ଯୋଗାଣ ବିଭାଗ ପକ୍ଷରୁ 1900 ଦୋକାନ ଖୋଲାଯାଇଛି ଓ ଏଠାରେ ଆଳୁ 30ଟଙ୍କାରେ ବିକ୍ରି ହେଉଛି । ତେବେ ଯେଉଁ ଅସାଧୁ ବ୍ୟବସାୟୀ ବ୍ୟାପକ ପରିମାଣରେ ଆଳୁ ମହଜୁଦ ରଖି କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି, ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ବରରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ଯୋଗାଣ ବିଭାଗ ଦ୍ଵାରା ବିଭିନ୍ନ ସ୍ଥାନରେ ସ୍କ୍ବାର୍ଡ ଆଳୁ ମହଜୁଦକାରୀଙ୍କ ଉପରେ ନଜର ରଖିଛନ୍ତି ।

ଯୋଗାଣ ମନ୍ତ୍ରୀ ଆହୁରି କହିଛନ୍ତି, '' ଅସାଧୁ ବ୍ୟବସାୟୀ ବ୍ୟାପକ ପରିମାଣରେ ଆଳୁ ମହଜୁଦ ରଖିଲେ କୃତ୍ରିମ ଅଭାବ ଦେଖାଦେବ । ଫଳରେ ଦର ବୃଦ୍ଧି ପାଇବ । ଏହି ଘଟଣା ନଜରକୁ ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ରାଜ୍ୟରେ 1900 ଦୋକାନ ଖୋଲାଯାଇ 30 ଟଙ୍କାରେ ଆଳୁ ବିକ୍ରି ହେଉଛି । ସମ୍ବଲପୁରରେ ଆଳୁ ଦର 26, ଭୁବନେଶ୍ବରରେ 30 ରୁ35 ମଧ୍ୟରେ ରହିଛି । ଜନସାଧାରଣ ଭୟ କରିବାର ଆବଶ୍ୟକତା ନାହିଁ । ରାଜ୍ୟରେ ଆଳୁ ମହଜୁଦ ଅଛି ଏବଂ ୫ ଦିନ ଭିତରେ ଦୁଇଟି ଆଳୁ ଟ୍ରେନ ଆସୁଛି । ଏଥିରେ ପ୍ରାୟ 48 ହଜାର କ୍ବିଣ୍ଟାଲ ଆଳୁ ଆସି ପହଞ୍ଚିବ ।''

ତେବେ ଓଡ଼ିଶା ଉତ୍ତରପ୍ରଦେଶରୁ ଆଳୁ ଆଣିବା ଯୋଗୁଁ ପଶ୍ଚିମବଙ୍ଗରେ ବ୍ୟବସାୟୀମାନେ ଘାଟାରେ ପଡିଲେ । ସେଥିପାଇଁ ସେମାନେ ଆନ୍ଦୋଳନ କରୁଛନ୍ତି । ଆମେ ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ ହୋଇରହିପାରିବୁ ନାହିଁ । ଯେଉଁଠି ସୁବିଧା ହେବ ସେଠୁ ଆଳୁ ଆଣିବୁ ବୋଲି କହିଛନ୍ତି ମନ୍ତ୍ରୀ । ଆଜି ଭୁବନେଶ୍ବରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ଯୋଗାଣ ବିଭାଗ ଦ୍ଵାରା ବିଭିନ୍ନ ସ୍ଥାନରେ ସ୍କ୍ୱାର୍ଡ ଆଳୁ ମହଜୁଦ କାରୀଙ୍କ ଉପରେ ନଜର ରଖିଛନ୍ତି।

ଆସିବ ନୂଆ ଅବକାରୀ ନୀତି:

ଗଞ୍ଜାମ ଜିଲ୍ଲା ଚିକିଟିରେ ବିଷାକ୍ତ ମଦ ପିଇ ୧୪ରୁ ଅଧିକ ଲୋକେ ଅସୁସ୍ଥ ହେବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଅବକାରୀ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ବେଆଇନ ମଦ କାରବାରରେ ଯେଉଁମାନେ ଲିପ୍ତ ଅଛନ୍ତି ସେମାନଙ୍କ ବିରୋଧରେ ଖୁବଶୀଘ୍ର କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଅବକାରୀ କମିଶନରଙ୍କୁ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ଚୋରା ମଦ କାରବାରକୁ କିପରି ରୋକାଯିବ ସେନେଇ ନୂଆ ଅବକାରୀ ନୀତି ଅଣାଯିବ । ଯେଉଁମାନେ ବିଷାକ୍ତ ମଦ ପିଇ ଅସୁସ୍ଥ ହୋଇଥିଲେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି। ଜଣଙ୍କ ଅବସ୍ଥା ଗୁରୁତର ରହିଥିଲା । ଏବେ ତାଙ୍କ ସ୍ବାସ୍ଥ୍ୟରେ ମଧ୍ୟ ସୁଧାର ଆସିଛି ।

ଅନ୍ୟପଟେ ଚିକିଟି ମଦ ଘଟଣାକୁ ନେଇ ବିଜେପି ସରକାରକୁ ଘେରିଛି ବିଜେଡି । ବିଜେପି ନିର୍ବାଚନ ଇସ୍ତାହାରରେ ମଦମୁକ୍ତ ଓଡ଼ିଶା ଗଠନ କରିବା ସଂକଳ୍ପ ରଖିଥିଲା । ବର୍ତ୍ତମାନ ଚିକିଟିରେ ମଦ ପିଇ ଅସୁସ୍ଥ ହେବା ଘଟଣାରୁ ବିଜେପିର ସଂକଳ୍ପ ସ୍ପଷ୍ଟ ହେଉଛି ବୋଲି କହିଛନ୍ତି ବିଜେଡି ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।

ଝାରସୁଗୁଡା ବିମାନ ବନ୍ଦରକୁ ମାଗଣାରେ ଜମି ହସ୍ତାନ୍ତର:

ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, ବୀର ସୁରେନ୍ଦ୍ରସାଏ ବିମାନ ବନ୍ଦରକୁ ସମ୍ପୂର୍ଣ୍ଣ ମାଗଣାରେ ଜମି ହସ୍ତାନ୍ତର କରିଛନ୍ତି ରାଜ୍ୟ ସରକାର । ଝାରସୁଗୁଡାରେ ଓଡ଼ିଶାର ଦ୍ବିତୀୟ ବିମାନ ବନ୍ଦର ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା ଉଦଘାଟିତ ହୋଇଥିଲା। ପଶ୍ଚିମ ଓଡ଼ିଶା ସମେତ ପଡୋଶୀ ଛତିଶଗଡ଼ ଓ ଝାରଖଣ୍ଡର ମଧ୍ୟ ଗମନାଗମନରେ ମଧ୍ୟ ଏହି ବିମାନ ବନ୍ଦର ବଡ଼ ଅଂଶ ପାଲଟିଛି । ଏହି ବିମାନ ବନ୍ଦର ପାଇଁ 54 .43 ଏକର ବେସରକାରୀ ଜମି ଲିଜ ଡିଡ଼ କରିବା ପାଇଁ ଷ୍ଟାମ୍ପ ପେପର ବାବଦରେ ସରକାର 3 କୋଟି 36 ଲକ୍ଷ 11 ହଜାର 596 ଟଙ୍କା ଏବଂ ପଞ୍ଜିକରଣ ବାବଦରେ ଏକ କୋଟି 84,638 ଟଙ୍କା ଛାଡ଼ କରିବା ପାଇଁ କ୍ୟାବିନେଟରେ ଅନୁମୋଦନ କରିଛନ୍ତି । ଏଥିରେ ବିମାନ ବନ୍ଦର ସମ୍ପ୍ରସରଣ ହେବା ସହ ଅଧିକ ସଂଖ୍ୟକ ବିମାନ ଚଳାଚଳ ହୋଇପାରିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 20, 2024, 4:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.