ETV Bharat / state

ନାରୀ ହେଉଛି ସମାଜର ଧ୍ୱଜା: ପଦ୍ମଭୂଷଣ ପ୍ରତିଭା ରାୟ

author img

By ETV Bharat Odisha Team

Published : Feb 5, 2024, 9:40 AM IST

First World Odia Language Conference: ବିଶ୍ୱ ଓଡିଆ ଭାଷା ସମ୍ମିଳନୀର ଦ୍ବିତୀୟ ଦିନରେ ନାରୀ ସଶକ୍ତିକରଣ ଉପରେ ଆଲୋଚନା । ନାରୀ ସମାଜର ଧ୍ୱଜା ବୋଲି କହିଲେ ପଦ୍ମଭୂଷଣ ଡ଼ ପ୍ରତିଭା ରାୟ । ଅଧିକ ପଢନ୍ତୁ

ବିଶ୍ୱ ଓଡିଆ ଭାଷା ସମ୍ମିଳନୀ
World odia language conference

ଭୁବନେଶ୍ବର: ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀର ଦ୍ବିତୀୟ ଦିନରେ ଓଡିଆ ଭାଷା ଓ ନାରୀ ସଶକ୍ତିକରଣ ବିଷୟରେ ଆଲୋଚନା ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରିଥିଲେ ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଔପନାସିକା ପଦ୍ମଭୂଷଣ ଡ଼ ପ୍ରତିଭା ରାୟ । ନାରୀ ସମାଜର ଧ୍ୱଜା ବୋଲି କହିଥିଲେ ସେ । ପୁରାଣ ପୃଷ୍ଠାର ନାରୀ ଦୁର୍ଗା, ସରସ୍ୱତୀ, ଲକ୍ଷ୍ମୀ ପ୍ରମୁଖ ଦେବୀଙ୍କର ଦେବୀଙ୍କର ଉଦାହରଣ ଦେଇ ନାରୀ ସଶକ୍ତି ଉପରେ ବିଶଦ ଆଲୋଚନା କରିଥିଲେ ପ୍ରତିଭା ରାୟ । ସେ କହିଥିଲେ, ''ନାରୀ ହେଉଛି ସମାଜର ଧ୍ୱଜା । ନାରୀବାଦ ସମାଜର ପ୍ରତିବାଦ କରେ । ନାରୀ ଭାବ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖେ ।'' ସେହିପରି ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ତଥା ବିଶିଷ୍ଟ ବୈଜ୍ଞାନିକ ପଦ୍ମଶ୍ରୀ ପ୍ରିୟମ୍ବଦା ମହାନ୍ତି ହେଜମାଦି ଓଡିଆ ଭାଷା ଓ ଓଡିଶୀ ନୃତ୍ୟର କ୍ରମ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ ।

World odia language conference
World odia language conference
ଓଡିଶା ସରକାରଙ୍କ ମୋ ସ୍କୁଲ ଅଭିଯାନର ମୁଖ୍ୟ ସୁସ୍ମିତା ବାଗଚୀ ଶିଶୁ ସାହିତ୍ୟ ଓ ନାରୀ ସଶକ୍ତିକରଣ ବିଷୟରେ ଆଲୋକପାତ କରିଥିଲେ । ସେ କହିଥିଲେ,''ସମାଜରେ ବଳିଷ୍ଠ ଶିଶୁ ସାହିତ୍ୟ ସୃଷ୍ଟି ହୋଇପାରିଲେ କନ୍ୟା ସନ୍ତାନ ମାନେ ଆଗକୁ ବଢି ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିପାରିବେ ।'' ଏହା ବ୍ୟତୀତ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପିକା ସଂଘମିତ୍ରା ମିଶ୍ର ଆଧୁନିକ ଓଡିଆ ଗଦ୍ୟ ସାହିତ୍ୟରେ ନାରୀ ପଦାଙ୍କ ସମ୍ପର୍କରେ ବକ୍ତବ୍ୟ ରଖିଥିବା ବେଳେ ବିଶିଷ୍ଟ ଗାଳ୍ପିକା ଯଶୋଧାରା ମିଶ୍ର ବ୍ରତ ସାହିତ୍ୟର ପରମ୍ପରାରେ ନାରୀ ସଶକ୍ତିକରଣର ଉତ୍ସ ସମ୍ପର୍କରେ ଆଲୋଚନା କରିଥିଲେ ।
World odia language conference
World odia language conference

ଏହା ମଧ୍ୟ ପଢନ୍ତୁ-ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ; ପଞ୍ଚାୟତସ୍ତରରେ ସାମିଲ ହେଲେ ୯୯୪୧୩
ଆୟକର ବିଭାଗର ମୁଖ୍ୟ ତଥା ବିଶିଷ୍ଟ ଗାଳ୍ପିକା ପାରମିତା ଶତପଥୀ ଆଧୁନିକ ଓଡିଆ ସାହିତ୍ୟର ଅଭିବ୍ୟକ୍ତିର ସ୍ୱାଧୀନତା ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । ସେ କହିଥିଲେ, ''ଆମ ସମାଜ ଏବଂ ସାହିତ୍ୟରେ ନାରୀର ଅବଦାନ ରହିଛି । ଯାହା ସେମାନଙ୍କର ତ୍ୟାଗ, ତପସ୍ୟା ବଳରେ ସାହିତ୍ୟ ସୃଷ୍ଟି ହୋଇଛି । ସାହିତ୍ୟ ଓ ସତ୍ୟ ଏକ ଓ ଅଭିନ୍ନ । ଆଜିର ନାରୀ କବିତା, ସାହିତ୍ୟ, ବିଜ୍ଞାନ, କୃଷି, ରାଜନୀତି ଆଦି ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଆସୁଛନ୍ତି ।'' ଏହି ଅଧିବେଶନକୁ ହିମାଦ୍ରୀ ତନୟା ମିଶ୍ର ସଂଯୋଜନା କରିଥିଲେ । ଛାତ୍ରବକ୍ତା ଭାବରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବେଣ୍ଟପୁରର ଚୌଧୁରୀ ଅଙ୍କିତା ମିଶ୍ର ବକ୍ତବ୍ୟ ରଖିଥିଲେ । ବିଜ୍ଞାନ କାରିଗରି ବିଭାଗ ପ୍ରମୁଖ ଶାସନ ସଚିବ ଚିତ୍ରା ଅରୁମୁଗମ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.