ETV Bharat / state

ଆର୍ଯ୍ୟପଲ୍ଲୀରେ ସମୁଦ୍ରରେ ଯୁବକ ନିଖୋଜ, ଖୋଜୁଛି କୋଷ୍ଟଗାର୍ଡର ହେଲିକପ୍ଟର - Youth Goes Missing In Aryapalli - YOUTH GOES MISSING IN ARYAPALLI

Youth Goes Missing In Aryapalli: ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଯୁବ ନିଖୋଜ ଘଟଣା । ନିଖୋଜ ଯୁବକଙ୍କୁ ଖୋଜିବା ନିମନ୍ତେ ଆର୍ଯ୍ୟପଲ୍ଲୀରେ ପହଞ୍ଚିଛି କୋଷ୍ଟଗାର୍ଡର ସ୍ବତନ୍ତ୍ର ହେଲିକେପ୍ଟର । ଅଧିକ ପଢ଼ନ୍ତୁ...

YOUTH GOES MISSING IN ARYAPALLI
YOUTH GOES MISSING IN ARYAPALLI (ETV Bharat Odisha)
author img

By ETV Bharat Odisha Team

Published : Jun 20, 2024, 10:55 PM IST

ବ୍ରହ୍ମପୁର/ଗଞ୍ଜାମ: ଆର୍ଯ୍ୟପଲ୍ଲୀ ସମୁଦ୍ରରେ ସ୍ନାନ ପାଇଁ ଯାଇଥିବା ବେଳେ ନିଖୋଜ ହେଲେ ଯୁବକ। ଉଦ୍ଧାର ପାଇଁ ହେଲିକେପ୍ଟର ସହିତ କୋଷ୍ଟଗାର୍ଡ ନିୟୋଜିତ। ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟବର୍ତ୍ତୀ ଆର୍ଯ୍ୟପଲ୍ଲୀ ସମୁଦ୍ରକୁ ସାଙ୍ଗ ହୋଇ ସ୍ନାନ କରିବାକୁ ଯାଇଥିବା ବେଳେ ପୁଣିଥରେ ଜଣେ ଯୁବକ ନିଖୋଜ ହୋଇଥିବା ଜଣାପଡିଛି। ଗତକାଲି ଚାରିରୁ ପାଞ୍ଚ ଜଣ ଯୁବକ ଆର୍ଯ୍ୟପଲ୍ଲୀର ସମୁଦ୍ର କୂଳରେ ଗାଧୋଇବା ସମୟରେ ଜଣେ ସମୁଦ୍ରରେ ଭାସିଯାଇଥିଲେ। ହେଲେ ଆଜି ଅପରାହ୍ନ ସୁଦ୍ଧା ଉକ୍ତ ନିଖୋଜ ଯୁବକ ଉଦ୍ଧାର ହୋଇ ପାରିନାହାନ୍ତି ।

YOUTH GOES MISSING IN ARYAPALLI (ETV Bharat Odisha)

ଗତକାଲି ଗଞ୍ଜାମ ଜିଲ୍ଲା ଆର୍ଯ୍ୟପଲ୍ଲୀ ସମୁଦ୍ରରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଥିଲେ। ନିଖୋଜ ଯୁବକ ଜଣକ ଆର୍ଯ୍ୟପଲ୍ଲୀ ଗ୍ରାମର ୨୨ ବର୍ଷୀୟ ହେମନ ସେନ ବେହେରା। ତେବେ ଆଜି ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଦିନ ତମାମ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ଅଗ୍ନିଶମ ବିଭାଗ, ଓଡରାଫ ଟିମ୍ ଏବଂ ଛତ୍ରପୁର ନିକଟରେ ନିୟୋଜିତ ରହିଥିବା କୋଷ୍ଟ ଗାର୍ଡ ପକ୍ଷରୁ ଉଦ୍ୟମ ଜାରି ରହିଥିଲା। ଶେଷରେ ଉଦ୍ଧାର କାର୍ଯ୍ୟରେ ହେଲିକେପ୍ଟର ବ୍ୟବହାର କରାଯାଇଥିଲେ ମଧ୍ୟ ନିଖୋଜ ଯୁବକଙ୍କୁ ଉଦ୍ଧାର ହୋଇପାରିନଥିବା ଦେଖାଯାଇଥିଲା । ମୁଖ୍ୟତଃ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଖୋଦ୍ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଏହାକୁ ଅନୁଧ୍ୟାନ କରିଥିଲେ।

ଏହା ମଧ୍ୟ ପଢ଼ନ୍ତୁ... ଦେବୀନଦୀରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୩ ଛାତ୍ର - 3 Minors Drowned In Devi River

ସେପଟେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମର ଅତିରିକ୍ତ ଜିଲ୍ଲାପାଳ, ଛତ୍ରପୁର ଉପ ଜିଲ୍ଲାପାଳ ପ୍ରମୁଖ ଘଟଣାସ୍ଥଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ l ଏହି ଘଟଣା ପରେ ଅଞ୍ଚଳବାସୀଙ୍କ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିଙ୍କ ଜରିଆରେ ସରକାରଙ୍କୁ ଅବଗତ କରିବା ପରେ ଆଜି ଆର୍ଯ୍ୟପଲ୍ଲୀ ସମୁଦ୍ର ମଧ୍ୟରେ କୋଷ୍ଟଗାର୍ଡର ହ୍ୟାଲିକେପ୍ଟରଟି ପଇଁତରା ମାରିଥିଲା। ତେବେ ଏଭଳି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଏସଆରସି ନିର୍ଦ୍ଦେଶ ଦେଇଥିବା କୁହାଯାଇଛି। ସୂଚନାନୁସାରେ ବୁଧବାର ଅପରାହ୍ନରେ ହେମନ ତାଙ୍କ ୪ରୁ ୫ ଜଣ ସାଙ୍ଗଙ୍କ ସହ ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ହେମନ ପାଣିରେ ଭାସି ଯାଇଥିଲେ। ସେପଟେ ଘଟଣା ପରେ ଘଟଣାସ୍ଥଳରେ ଛତ୍ରପୁର ଏସ୍‌ଡିପିଓ ଗୌରହରି ସାହୁ, ଆର୍ଯ୍ୟପଲ୍ଲୀ ଥାନାଧିକାରୀ ବିଦ୍ୟା ଭାରତୀ ନାୟକଙ୍କ ସମେତ ବହୁ ପୋଲିସ, ଅଗ୍ନିଶମ ଓ ଓଡ୍ରାଫ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ତନାଘନା ଜାରି ରଖିଛନ୍ତି।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.