ETV Bharat / state

ରାଜ୍ୟକୁ ସ୍କ୍ରବ ଟାଇଫସ ଭୟ, ଏମିତି ପରାମର୍ଶ ଦେଲେ ଡାକ୍ତର - Scrub Typhus In Odisha

author img

By ETV Bharat Odisha Team

Published : Sep 13, 2024, 4:01 PM IST

Scrub Typhus Treatment: ଆପଣଙ୍କୁ ଅଧିକ ଦିନ ଧରି ଜ୍ବର ହେଉଛି କି ? ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ନଚେତ ଏହା ଘାତକ ସାଜିପାରେ । କାରଣ ସ୍କ୍ରବ ଟାଇଫସ ହେଲେ ଏଭଳି ଲକ୍ଷଣ ଦେଖିବାକୁ ମିଳିଛି । ଆସନ୍ତୁ ଜାଣିବା କ'ଣ ପରାମର୍ଶ ଦେଇଛନ୍ତି ଡାକ୍ତର ।

Scrub Typhus
Scrub Typhus (ETV Bharat Odisha)

ଭୁବନେଶ୍ବର/ସମ୍ବଲପୁର/ବରଗଡ଼: ଡରାଇଲାଣି ସ୍କ୍ରବ ଟାଇଫସ । ଚିକିତ୍ସା ବିଳମ୍ବ ହେଲେ ଏହା ଘାତକ ହୋଇପାରେ । ଅଧିକ ଦିନ ଜ୍ଵର ରହିଲେ ହୋଇପାରେ ବିପଦ ବୋଲି କହି ଚେତାବନୀ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, "ବରଗଡ଼ ଜିଲ୍ଲାରୁ ୪ ଜଣଙ୍କ ମୃତ୍ୟୁ ସ୍କ୍ରବ ଟାଇଫସ ଦ୍ଵାରା ହୋଇଥିବା ସନ୍ଦେହ କରାଯାଉଛି । ୩ ଜଣଙ୍କର ରାଜ୍ୟ ଭିତରେ ମୃତ୍ୟୁ ହୋଇଥିବାବେଳେ ଚତୁର୍ଥ ବ୍ୟକ୍ତି ବରଗଡର ଯାହାଙ୍କର ରାଜ୍ୟ ବାହାରେ ମୃତ୍ୟୁ ହୋଇଛି।"

Scrub Typhus (ETV Bharat Odisha)

ସ୍ଥିତି ଅନୁଧ୍ୟାନ କରୁଛି ଟିମ୍:

୩ଟି ଅଲଗା ଅଲଗା ଜାଗାରୁ କେସ ଆସିଥିଲା । ତାଙ୍କ ଗାଁକୁ ଟିମ୍ ପଠାଯାଇଛି । ଆଉ କେହି ଆଖପାଖ ଅଞ୍ଚଳରେ ସଂକ୍ରମିତ ଅଛନ୍ତି କି ତାହା ଅନୁଧ୍ୟାନ କରାଯିବ । ମୃତ୍ୟୁ ହୋଇଥିବା ଗାଁରେ ଅନ୍ୟ କାହାରିକୁ ହେଇଛି କି ନାହିଁ ତାହା ପରୀକ୍ଷା କରାଯିବ । ଗତ ମାସରେ ୨୦ ଟେଷ୍ଟ ହୋଇଥିଲା ଯେଉଁଥିରୁ ୩ ଜଣ ସଂକ୍ରମିତ ହୋଇଥିଲେ । ଯଦିଓ ଏହା ମହାମାରୀ ନୁହେଁ କିନ୍ତୁ ସାବଧାନ ନ ହେଲେ ବିପଦ" ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

Scrub Typhus
Scrub Typhus (ETV Bharat)

ଚିକିତ୍ସାରେ ବିଳମ୍ବ ହୋଇପାରେ ଘାତକ:

"ଏଲିସା ଟେଷ୍ଟରେ ଏହାକୁ ଚିହ୍ନଟ କରାଯାଇପାରିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହାର ପରୀକ୍ଷା କରାଯାଉଛି । ଚିକିତ୍ସା ବିଳମ୍ବ ହେଲେ ଏହା ଘାତକ ହୋଇପାରେ" କହିବା ସହ ତୁରନ୍ତ ଚିକିତ୍ସା କରିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ସ୍କ୍ରବ ଟାଇଫସ ଲକ୍ଷଣ:

"ଜଙ୍ଗଲିଆ ଅଞ୍ଚଳରେ ବୁଲାବୁଲି ସମୟରେ ଚିଗର୍ସ ନାମକ କୀଟ କମୁଡ଼ିଥାନ୍ତି । କୀଟ କାମୁଡିବା ପରେ ନାଲି ଚିହ୍ନ ଦେଖାଯିବ। ଏହା ପରେ ଦେହରେ ଜ୍ବର ରହିବ । ଗୋଡ଼ ହାତରେ ଯଦି କାମୁଡ଼ା ଚିହ୍ନ ରହିଛି । ଯଦି ତାହା କୁଣ୍ଡେଇ ହେଉଛି କିମ୍ବା ଫୁଲିଯାଉଛି । ତେବେ ତାହାକୁ ଡାକ୍ତରଖାନାରେ ଏହାକୁ ଆସି ତୁରନ୍ତ ଚିକିତ୍ସା କରନ୍ତୁ । ଆଣ୍ଠୁ ଗଣ୍ଠି ବିନ୍ଧା ହେବା, ମୁଣ୍ଡ ବ୍ୟଥା, ଥଣ୍ଡା ହେବା ଜ୍ଵର ହେବା ସହ ମାନସିକ ପରିବର୍ତ୍ତନ ହେବା ଭଳି ଲକ୍ଷଣ ଦେଖାଯାଇଥାଏ" ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।

Scrub Typhus
Scrub Typhus (ETV Bharat)

ବରଗଡ଼ରେ ସ୍କ୍ରବ ଟାଇଫସ:

ରାଜ୍ୟକୁ ସ୍କ୍ରବ ଟାଇଫସ ଭୟ (ETV Bharat Odisha)

ସ୍କ୍ରବ ଟାଇଫସରେ ଗତ କିଛି ଦିନ ମଧ୍ୟରେ 4 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 25 ରୁ ଅଧିକ ବ୍ୟକ୍ତି ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ବିଗତ ବର୍ଷ ମାନଙ୍କରେ ମଧ୍ୟ ଏହି ସ୍କ୍ରବ ଟାଇଫସ କୀଟ କାମୁଡିବା ଦ୍ଵାରା ଅନେକ ରୋଗୀଙ୍କ ଅବହେଳା ବା ରୋଗ ଚିହ୍ନଟରେ ବିଳମ୍ବ କାରଣରୁ ମୃତ୍ୟୁ ହୋଇଥିଲା । ବରଗଡ ଜିଲ୍ଲାର ଭେଡେନ ବ୍ଲକ ବଗର୍ତ୍ତୀ ପାଲିର ଦୂର୍ଗା ବଗର୍ତ୍ତୀ ନାମକ 23 ବର୍ଷର ଯୁବକଙ୍କ ମୃତ୍ୟୁ ହୋଇଛି । ଆମ୍ବାଭାନା ବ୍ଲକ ବୁଙ୍ଗାପାଳି ଗ୍ରାମର ସରୋଜ ପ୍ରଧାନ , ପଦ୍ମପୁରର ୨ ଜଣ ମହିଳା ଶିକ୍ଷା ରଣା ଓ ସାକ୍ଷୀ ପ୍ରଧାନ ଏପରି 4 ଜଣଙ୍କର ମୃତ୍ୟୁ ହୋଇସାରିଛି । ସମସ୍ତ ରୋଗୀ ବରଗଡର ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ବରଗଡ଼ ଜିଲ୍ଲାରେ ସ୍କ୍ରବ ଟାଇଫସକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ବରଗଡ CDMOଙ୍କ କହିବା ଅନୁଯାୟୀ, ସରକାରୀ ଡାକ୍ତରଖାନାମାନଙ୍କରେ ଆସୁଥିବା ସ୍କ୍ରବ ଟାଇଫସ ରୋଗୀଙ୍କ ସଂଖ୍ୟା 3 ମାସ ମଧ୍ୟରେ ମାତ୍ର 3 । ସମସ୍ତ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏପରିକି କୌଣସି ସ୍କ୍ରବ ଟାଇଫସ ରୋଗୀଙ୍କ ମୃତ୍ୟୁ ହୋଇନାହିଁ ।

ସମ୍ବଲପୁରରେ ସ୍କ୍ରବ ଟାଇଫସ ରୋଗୀ ଚିହ୍ନଟ:

Scrub Typhus (ETV Bharat Odisha)

"ସମ୍ବଲପୁର ଜିଲ୍ଲାରେ ଏହି ରୋଗ ଯୋଗୁଁ ଏପର୍ଯ୍ୟନ୍ତ କାହାରି ମୃତ୍ୟୁ ହୋଇନଥିଲେ ମଧ୍ୟ ରୋଗୀ ଚିହ୍ନଟ ହେବାରେ ଲାଗିଛନ୍ତି । ଯାହା ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ଏପ୍ରିଲ ପହିଲାରୁ 12 ସେପ୍ଟମ୍ବର ପର୍ଯ୍ୟନ୍ତ 1ହଜାର 952ଟି କେସ ଟେଷ୍ଟ । 192ଟି ପଜିଟିଭ କେସ ବାହାରିଛି । ସମସ୍ତେ ସୁସ୍ଥ ଥିବା ସୂଚନା ମିଳିଛି । କିଛି ରୋଗୀ ହସ୍ପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ହୋଇ ଘରକୁ ଫେଇଛନ୍ତି । ବର୍ତ୍ତମାନ ହସ୍ପିଟାଲରେ ଜଣେ ବି ନାହାନ୍ତି । ତେବେ 192 ଜଣ ରୋଗୀଙ୍କ ମଧ୍ୟରୁ 18 ଜଣ ରୋଗୀ କେଉଁ ଜିଲ୍ଲାର ତାଙ୍କୁ ସ୍ୱାସ୍ଥ୍ୟ ବିଭାଗ ଠାବ କରି ପାରୁନାହିଁ l ଏହି 18 ରୋଗୀଙ୍କ କୌଣସି ଫୋନ ନମ୍ବର କିମ୍ବା ଠିକଣା ସ୍ୱାସ୍ଥ୍ୟ ବିଭାଗ ପାଖରେ ମଧ୍ୟ ନାହିଁ" ବୋଲି ଜିଲ୍ଲା CDMPHO ଡକ୍ଟର ସୁଜାତା ରାଣୀ ମିଶ୍ର ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ...ସ୍କ୍ରବ୍‌ ଟାଇଫସର ଅନୁଧ୍ୟାନ ପାଇଁ ବରଗଡ଼ରେ କେନ୍ଦ୍ରୀୟ ଟିମ

ଏହା ବି ପଢନ୍ତୁ...ସବୁ ଜ୍ବର ସାଧାରଣ ନୁହେଁ; ଏହି ଲକ୍ଷଣ ଥିଲେ ହୋଇପାରେ ମାରାତ୍ମକ ଇନଫ୍ଲୁଏନଞ୍ଜା - Influenza symptoms prevention

ଏହା ବି ପଢନ୍ତୁ...ଭାରତରେ ପଶିଲା ମଙ୍କିପକ୍ସ; ସ୍ବାସ୍ଥ୍ୟ ବିଶେଷଜ୍ଞ କହିଲେ-କାହା ପାଇଁ ଅଧିକ ବିପଦ, ଏଥିରୁ କେମିତି ପାଇବେ ରକ୍ଷା ? - Health Expert On Monkeypox

ଏହା ବି ପଢନ୍ତୁ...କ'ଣ ଆପଣ ଛୋଟ ଛୋଟ କଥା ଭୁଲି ଯାଉଛନ୍ତି ? ସାବଧାନ ! ହୋଇପାରେ ଏହି ମାରାତ୍ମକ ରୋଗ - What cause Alzheimers

ସଂକ୍ରମିତ ହୋଇଥାଏ ରୋଗ:
ସମ୍ବଲପୁର CDMPHO କହିଛନ୍ତି, "ଏହି ରୋଗ ହେଲେ ରୋଗୀଙ୍କ ପାଖକୁ ଗଲେ ଅନ୍ୟ ବ୍ୟକ୍ତିଙ୍କୁ ଏହା ସଂକ୍ରମିତ ହୋଇଥାଏ । ତେଣୁ ଏହି ରୋଗ ଯାହାକୁ ହେଲେ ତାଙ୍କୁ ଆଇସୋଲେସନରେ ରଖାଯାଏ ବୋଲି । ପ୍ରବଳ ଜ୍ୱର ହେଲେ ବାନ୍ତି ହେବା ସହ ବ୍ରେନକୁ ମଧ୍ୟ ପ୍ରଭାବିତ କରିପାରେ ଆଉ ଏହାଦ୍ୱାରା ରୋଗୀର ଜୀବନ ମଧ୍ୟ ଯାଇପାରେ । ଏହି ରୋଗର ଚିକିତ୍ସା ପାଇଁ ପାରାସିଟାମଲ ଓ ଡକ୍ସିସାଇକ୍ଲିନ ଦିଆଯାଇଥାଏ l"

ଇଟିଭି ଭାରତ, ଭୁବନେଶ୍ବର/ସମ୍ବଲପୁର/ବରଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.