ETV Bharat / state

5ଟି ସ୍କୁଲରେ ଦୁର୍ନୀତି ହୋଇଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ: ଗଣଶିକ୍ଷା ମନ୍ତ୍ରୀ - 5T SCHOOLS CORRUPTION issue

author img

By ETV Bharat Odisha Team

Published : Jun 25, 2024, 6:24 AM IST

5T SCHOOLS CORRUPTION ISSUE: 5ଟି ସ୍କୁଲରେ ଦୁର୍ନୀତି ହୋଇଥିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । ପିଲାମାନେ କିଭଳି ଗୁଣାତ୍ମକ ଶିକ୍ଷା ଓ ଶିକ୍ଷା କ୍ଷେତ୍ରରେ ସଂସ୍କାର ଅଣାଯିବ ସେନେଇ ପଦକ୍ଷେପ ଗ୍ରହଣ କରାଯିବ କହିଲେ ଗଣଶିକ୍ଷା ମନ୍ତ୍ରୀ । ଅଧିକ ପଢନ୍ତୁ

5T SCHOOLS CORRUPTION ISSUE
5T SCHOOLS CORRUPTION ISSUE (ETV Bharat Odisha)

ଭୁବନେଶ୍ବର: 5ଟି ସ୍କୁଲ ଦୁର୍ନୀତି ହୋଇଥିଲେ ହେବ କାର୍ଯ୍ୟାନୁଷ୍ଠାନ । 5ଟି ସ୍କୁଲରେ ଦୁର୍ନୀତି ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ଅନ୍ୟପଟେ ରାଜ୍ୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ଖୁବଶୀଘ୍ର ପୂରଣ ହେବ । ବିଗତ ଦିନରେ ଅନେକ ନକଲି ଶିକ୍ଷକ ଧରା ପଡ଼ିଛନ୍ତି, କାର୍ଯ୍ୟାନୁଷ୍ଠାନ ହେବ । ବଦଳି ପରେ ସ୍କୁଲ ଯାଉନଥିବା ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ସ୍କୁଲ ଯାଇ ପିଲାଙ୍କୁ ପାଠ ପଢାଇବାକୁ ଶିକ୍ଷକଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ, ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ବର୍ତ୍ତମାନ ସମୟରେ ମଧ୍ୟ ବହୁତ ଅଭାବ ରହିଛି । ଯେମିତିକି ସ୍କୁଲଗୁଡ଼ିକରେ ଶିକ୍ଷକ ଅଭାବ ରହିଛି । ଅନେକ ସ୍ଥାନରେ ଶ୍ରେଣୀ ଗୃହ ଠିକ୍ ନାହିଁ । ଏହା ସହ ଶିକ୍ଷକଙ୍କର ମଧ୍ୟ ଅନେକ ସମସ୍ୟା ରହିଛି । ଯାହା ଫଳରେ ଶିକ୍ଷାର ବିକାଶରେ ବାଧା ସୃଷ୍ଟି ହେଉଛି । ଏହି ସମସ୍ତ ସମସ୍ୟାଗୁଡ଼ିକ ଆଗାମୀ ଦିନରେ କିଭଳି ଭାବରେ ସମସ୍ତଙ୍କ ସହଯୋଗରେ କିଭଳି ଭାବରେ ସମାଧାନ କରାଯିବ ସେନେଇ ଆଲୋଚନା କରାଯିବ । ସେଥିପାଇଁ ବିଭାଗ ସଚେତନ ରହିଛି । ଆମ ପାଇଁ ଏହା ବଡ଼ ଚ୍ୟାଲେଞ୍ଜ ରହିଛି । ପିଲାମାନେ ଯେଭଳି ଭାବରେ ଗୁଣାତ୍ମକ ଶିକ୍ଷା ଓ ଶିକ୍ଷା କ୍ଷେତ୍ରରେ ସଂସ୍କାର ଅଣାଯିବ ସେନେଇ ପଦକ୍ଷେପ ଗ୍ରହଣ କରାଯିବ ।

ଏପଟେ ରାଜ୍ୟରେ ଯେଉଁ ସ୍କୁଲ ଗୁଡିକରେ ରେଜଲ୍ଟ ଖରାପ ହେଉଛି । ସେହି ସ୍କୁଲ ଗୁଡିକରେ ମଧ୍ୟ ଫୋକସ୍ ଦିଆଯାଇଛି । ଆମ ବିଭାଗ ମାଧ୍ୟମରେ ଏକ ପ୍ରଶିକ୍ଷଣର ଆୟୋଜନ କରାଯିବ । ଆଗାମୀ ଦିନରେ ସେହି ସ୍କୁଲ ଗୁଡିକରେ ପିଲାମାନଙ୍କର ରେଜଲ୍ଟ କିଭଳି ଭାବରେ ଭଲ ହେବ ପାଠ ପଢାରେ ଉନ୍ନତି ଆସିବ ସେନେଇ ଆମ ବିଭାଗ ବ୍ୟବସ୍ଥା କରୁଛି । ସମସ୍ତଙ୍କ ପ୍ରୟାସରେ ଆଗାମୀ ଦିନରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିବ ବୋଲି ମନ୍ତ୍ରୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ ....ପଦ୍ମଶ୍ରୀ ପ୍ରକାଶ ରାଓଙ୍କ ସ୍କୁଲକୁ ଅଣଦେଖା; କୋରୋନା ପରେ ମିଳୁନି ମଧ୍ୟାହ୍ନ ଭୋଜନ, ସରକାରୀ ସୁବିଧା ପାଇଁ ଉଠିଲା ସ୍ୱର

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଡ୍ରପ୍ ଆଉଟ୍ ଏକ ବଡ଼ ସମସ୍ୟା । ଡ୍ରପ୍ ଆଉଟ୍ କାହିଁକି ହେଉଛି ତାହାର ଏକ କାରଣ ଖୋଜାଯାଉଛି । ଏହାର କାରଣ ବାହାରିଲେ ଏହାର ତୁରନ୍ତ ସମାଧାନ କରାଯିବ । ଆମ ବିଭାଗ ପଦକ୍ଷେପ ନେବ । କିଭଳି ଭାବରେ ଆଗାମୀ ବର୍ଷରେ ପିଲାମାନେ ଡ୍ରପ୍ ଆଉଟ୍ ହେବେ ନାହିଁ । ପାଠ ପଢାରେ କିଭଳି ଭାବରେ ଆକର୍ଷିତ ହେବେ, ପ୍ରତ୍ୟେକ ଦିନ ସ୍କୁଲକୁ ଆସିବେ, ଡ୍ରପ୍ ଆଉଟ୍ ସଂଖ୍ୟା କିଭଳି କମିବ ସେନେଇ ବିଭାଗ ଯୋଜନା କରାଯାଇଛି । ଏହା ସହ ମଧ୍ୟାହ୍ନ ଭୋଜନ କିଭଳି ଭାବରେ ପିଲାମାନଙ୍କୁ ଠିକ ଭାବରେ ଦିଆଯିବ ସେନେଇ ବ୍ୟବସ୍ଥା କରୁଛି ବିଭାଗ । ଶିକ୍ଷା ବିଭାଗରେ କିଛି ବିଚ୍ୟୁତ ରହିଥିଲା ତାହାକୁ ଖୁବଶୀଘ୍ର ସଂସ୍କାର ଆଣାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.