ETV Bharat / state

ମନ୍ତ୍ରୀ ଶୁଣିଲେ ଲୋକଙ୍କ ଦୁଃଖ, 110 ଅଭିଯୋଗର କଲେ ଫୈସଲା - Public Grievance Redressal Program

author img

By ETV Bharat Odisha Team

Published : Jul 10, 2024, 7:15 PM IST

Public Grievance Redressal Program In Malkangiri: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ସାଂସଦ ବଳଭଦ୍ର ମାଝୀ ମାଲକାନଗିରି ଗସ୍ତରେ ଯାଇଛନ୍ତି । ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇ ସର୍ବମୋଟ ୧୧୦ ଗୋଟି ଅଭିଯୋଗର ଆଜି ଶୁଣାଣି କରାଯାଇଛି । ଅଧିକ ପଢନ୍ତୁ

Public Grievance Redressal Program In Malkangiri
Public Grievance Redressal Program In Malkangiri (ETV Bharat Odisha)

ମାଲକାନଗିରି: ମାଲକାନଗିରି ଗସ୍ତ କରି ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଜିଲ୍ଲାର ସଂସ୍କୃତି ଭବନରେ ଏହି କାର୍ଯ୍ୟକ୍ରମରେ ତାଙ୍କ ସହିତ ସାଂସଦ ବଳଭଦ୍ର ମାଝୀ ମଧ୍ୟ ଯୋଗ ଦେଇଥିଲେ । ସେ ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣାଣି କରି ତ୍ବରିତ ଲୋକଙ୍କ ସମସ୍ୟା ସମାଧାନ ଉପରେ ଗୁରୁତ୍ବ ଦେଉଛନ୍ତି । ତେଣୁ ସମସ୍ତ ସମସ୍ୟାର ସମାଧାନ ପାଇଁ ଆଜି ଅଭିଯୋଗ ଶୁଣାଣି ବ୍ୟବସ୍ଥା କରାଯାଇଛି ବୋଲି ସେ ମତବ୍ୟକ୍ତ କରିଛନ୍ତି । ସ୍ଵାସ୍ଥ୍ୟ ସେବା, ଶିକ୍ଷା, ଅଙ୍ଗନୱାଡ଼ି, ବଦଳି ଓ ଗ୍ରାମ୍ୟ ଉନ୍ନୟନ ଭଳି ସର୍ବମୋଟ ୧୧୦ ଗୋଟି ଅଭିଯୋଗର ଆଜି ଶୁଣାଣି କରାଯାଇଛି ।

ମନ୍ତ୍ରୀ ଶୁଣିଲେ ଲୋକଙ୍କ ଦୁଃଖ (ETV Bharat Odisha)

ସେହିପରି ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ବାଲିମେଳା, ମାଲକାନଗିରି ମ୍ୟୁନିସିପାଲଟି ଓ ବ୍ଲକର ହିତାଧିକାରୀଙ୍କୁ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ଦିବ୍ୟାଙ୍ଗ, ବାର୍ଦ୍ଧକ୍ୟ, ବିଧବା, ସ୍ବାମୀ ପରିତ୍ୟକ୍ତା ଭଳି ସର୍ବମୋଟ ୧୮ ଜଣଙ୍କୁ ବିଭିନ୍ନ ସୁବିଧା ବଣ୍ଟନ କରାଯାଇଛି । ସେହିପରି ଆଜି ନବରଙ୍ଗପୁର ସାଂସଦ ଇଂ ବଳଭଦ୍ର ମାଝୀ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରି ସମୀକ୍ଷା କରିଛନ୍ତି । ଶିକ୍ଷା କ୍ଷେତ୍ରରେ ନୂତନ ଶିକ୍ଷାନୀତି ପ୍ରଣୟନ କରି ପ୍ରତିଟି ବ୍ୟକ୍ତିଙ୍କୁ କାର୍ଯ୍ୟକ୍ଷମ କରାଇବା ଲକ୍ଷ୍ୟ ରଖାଯାଇଛି ବୋଲି ସାଂସଦ ପ୍ରକାଶ କରିଛନ୍ତି । ସେହିପରି ମାତୃଭାଷାରେ ଶିକ୍ଷାଦାନ ପଦ୍ଧତି ଅବଲମ୍ବନ କଲେ ବିକାଶ ହୋଇପାରିବ ବୋଲି ମଧ୍ୟ ସେ କହିଛନ୍ତି ।

ସାମାଜିକ ସୁରକ୍ଷା କ୍ଷେତ୍ରରେ ଚିହ୍ନଟ ନ ହୋଇଥିବା ହିତାଧିକାରୀମାନଙ୍କୁ ସେବା ଯୋଗାଇ ଦେବା ସହ ସମସ୍ତ ପ୍ରକାର ପେନସନର ସର୍ଭେ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ଘର, ପଞ୍ଚାୟତ ଏବଂ ଗାଁକୁ ବିଜୁଳି ସଂଯୋଗୀକରଣ ହୋଇପାରିବ ସେଥି ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ପାଇଁ କୁହାଯାଇଛି । ସ୍ବଚ୍ଛ ଶୌଚାଳୟ, ପାନୀୟ ଜଳ, ଅପହଞ୍ଚ ଗ୍ରାମାଞ୍ଚଳରେ ଶିକ୍ଷାଦାନ ନିମନ୍ତେ ଶ୍ରେଣୀଗୃହ ସାଙ୍ଗକୁ ଆନୁଷଙ୍ଗିକ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତି ହଷ୍ଟେଲରେ ମାଟ୍ରନ ରହିବା ବାଧ୍ୟତାମୂଳକ କରିବା ସହ ଦୂରଦୂରାନ୍ତରୁ ଆସୁଥିବା ଶିକ୍ଷାର୍ଥୀଙ୍କ ନିମନ୍ତେ ଅଗ୍ରାଧିକାର ଭିତ୍ତିରେ ହଷ୍ଟେଲ ପ୍ରଦାନ କରିବା ପାଇଁ କୁହାଯାଇଛି । ଜିଲ୍ଲାରେ ସ୍ବାସ୍ଥ୍ୟବସ୍ଥାର ଉନ୍ନତି ପାଇଁ ଏକ ସୁପର ସ୍ପେସିଆଲିଟି ହସ୍ପିଟାଲ, ନର୍ସିଂ କଲେଜର ବ୍ୟବସ୍ଥା କରାଯିବ ।

ଏହା ମଧ୍ୟ ପଢନ୍ତୁ... ଆକ୍ସନ ମୁଡରେ ଯୋଗାଣ ମନ୍ତ୍ରୀ; ପରିଦର୍ଶନ କରି ବ୍ୟବସାୟୀଙ୍କୁ କଲେ ତାଗିଦ - VEGETABLE PRICE HIKE

ଗ୍ରାମାଞ୍ଚଳ ତଥା ଦୂରାନ୍ତ ଅଞ୍ଚଳରେ ନିଯୁକ୍ତ ପ୍ରତି ଡ଼ାକ୍ତରଙ୍କ ରହିବା ନିମନ୍ତେ ବ୍ୟବସ୍ଥା କରିବା ପାଇଁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଉତ୍ତମ ରକ୍ଷଣାବେକ୍ଷଣ ପାଇଁ ଲମ୍ବା ରାସ୍ତା ସବୁକୁ ରାସ୍ତା ଓ କୋଠାବାଡ଼ି ବିଭାଗକୁ ହସ୍ତାନ୍ତର କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ପରାମର୍ଶ ଦିଆଯାଇଛି । ଜିଲ୍ଲାର ଆଦିମ ବଣ୍ଡା ଜନଜାତିଙ୍କ ଉନ୍ନୟନ ନିମନ୍ତେ ସେମାନଙ୍କ ନିକଟରେ ସ୍କିଲ ପ୍ରଶିକ୍ଷଣ ଯୋଗାଇ ଦେବାକୁ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି । ଶ୍ରମିକ ମାନଙ୍କର ପଞ୍ଜିକରଣ ସହ ସେମାନଙ୍କର ରୋଜଗାର କିପରି ବୃଦ୍ଧି ହେବ ସେଥିପାଇଁ ପଦକ୍ଷେପ ନେବା ପାଇଁ କୁହାଯାଇଛି ।

ଜଙ୍ଗଲ, ଅବକାରୀ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗକୁ ମଧ୍ୟ ଅନୁରୂପ ଭାବେ ଲକ୍ଷ୍ୟ ହାସଲ ନିମନ୍ତେ କୁହାଯାଇଛି । ପ୍ରାଣୀ ସମ୍ପଦ ବିଭାଗକୁ ଜିଲ୍ଲାରେ ଗିର ପ୍ରଜାତିର ଗୋପାଳନ କରି ଦୁଗ୍ଧ ଉତ୍ପାଦନରେ ଆତ୍ମ ନିର୍ଭରଶୀଳ ହେବା ପାଇଁ କୁହାଯାଇଛି । ଜାତୀୟ ରାଜପଥ ବିଭାଗକୁ ମୋଟୁ ଠାରୁ ଆରମ୍ଭ କରି ଗୋବିନ୍ଦପାଲି ପର୍ଯ୍ୟନ୍ତ ସ୍ପିଡ ଲେଭେଲ ବୋର୍ଡ ପ୍ରଦର୍ଶନ କରିବା ପାଇଁ କୁହାଯାଇଛି । ତା ସହିତ ହେଲମେଟ ପିନ୍ଧିବା ନିମନ୍ତେ ଲୋକଙ୍କ ମନରେ ସଚେତନତା ସୃଷ୍ଟି କରିବା ପାଇଁ କୁହାଯାଇଛି । ମିଲେଟକୁ ଲୋକାଦୃତ କରିବା ସହ ଏହାର ଅଧିକ ଉତ୍ପାଦନ ପାଇଁ ପଦକ୍ଷେପ ଗ୍ରହଣ ନିମନ୍ତେ କୁହାଯାଇଛି ।

ନିଜ ନିଜ ବିଭାଗର ରୋଡ ମ୍ୟାପ ସହ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ରେଳ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରି ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ତ୍ବରିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅବସରରେ ବିଭିନ୍ନ ବିଭାଗକୁ ଦିଆଯାଇଥିବା ଲକ୍ଷ୍ୟ ପୂରଣ ଦିଗରେ ସମସ୍ତ ବିଭାଗ ପ୍ରଯତ୍ନ ହେବେ ବୋଲି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୋମନାଥ ପ୍ରଧାନ ଓ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବେଦବର ପ୍ରଧାନ ଉପସ୍ଥିତ ଥିଲେ । ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.