ETV Bharat / state

ଜନ୍ମଦିନରେ ଓଡ଼ିଶା ଆସୁଛନ୍ତି ମୋଦି, ଭୁବନେଶ୍ବରରେ ସ୍କୁଲ କଲେଜ ଛୁଟି - BMC School college closed

author img

By ETV Bharat Odisha Team

Published : Sep 14, 2024, 9:52 PM IST

Updated : Sep 14, 2024, 10:07 PM IST

PM Modi To Visit Odisha: 17ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ସେଥିପାଇଁ ଭୁବନେଶ୍ବରରେ ସ୍କୁଲ ଓ କଲେଜ ବନ୍ଦ ରହିବ । ଜନସମାଗମକୁ ଦୃଷ୍ଟିରେ ରଖି ସରକାରଙ୍କ ନିଷ୍ପତ୍ତି । ଅଧିକ ପଢନ୍ତୁ

BMC School college closed
BMC School college closed (ETV Bharat Odisha)

ଭୁବନେଶ୍ବର: ଆସନ୍ତା 17ରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ ଶୁଭାରମ୍ଭ ହେବ ସୁଭଦ୍ରା ଯୋଜନା । ଜନତା ମଇଦାନରେ ସରକାରୀ କାର୍ଯ୍ୟକ୍ରମ ଥିବାରୁ ବିପୁଳ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ବରରେ ସ୍କୁଲ ଓ କଲେଜ ଛୁଟି ଘୋଷଣା କରାଯାଇଛି । ଏଥିସହ ସରକାରୀ କାର୍ଯ୍ୟାଳୟ ପ୍ରଥମାର୍ଦ୍ଧ ଛୁଟି ରହିଛି ।

ଭୁବନେଶ୍ବରରେ ସ୍କୁଲ କଲେଜ ଛୁଟି (ETV Bharat Odisha)

17ରେ ରାଜଧାନୀରେ ସ୍କୁଲ ଓ କଲେଜ ଛୁଟି:

ସେପ୍ଟେମ୍ବର 17ରେ ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ଆସୁଛନ୍ତି । ଭୁବନେଶ୍ବରରେ ଜନସମାଗମ ହେବ । ତେଣୁ ସ୍କୁଲ ଓ କଲେଜ ଗୁଡିକୁ ଛୁଟି ଘୋଷଣା କରାଯାଇଛି । ଦିନ 2ଟା ଯାଏ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ।

PM Modi To Visit Odisha
PM Modi To Visit Odisha (ETV Bharat Odisha)

50 ଲକ୍ଷରୁ ଊର୍ଦ୍ଧ୍ବ କଲେଣି ଆବେଦନ:

ଆଜି(ଶୁକ୍ରବାର) ସୁଦ୍ଧା 50 ଲକ୍ଷରୁ ଊର୍ଦ୍ଧ୍ଵ ପହଞ୍ଚି ସାରିଲାଣି ସୁଭଦ୍ରା ଆବେଦନ ସଂଖ୍ୟା । ଆଗକୁ ଆହୁରି ବଢିପାରେ । ପ୍ରତି ବ୍ଲକ ଓ ପଞ୍ଚାୟତରେ ପାଳନ ହେଉଛି ସୁଭଦ୍ରା ସ୍ବାଗତ ସପ୍ତାହ । ଗାଁ ଗାଁରେ ବୁଲୁଛି ସୁଭଦ୍ରା ରଥ । ମୋଦି ଆସୁଛନ୍ତି ସୁଭଦ୍ରା ଯୋଜନା ଲୋକାର୍ପଣ କରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ।

ସୁଭଦ୍ରା ଫର୍‌ ଅଲ:

ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି, ‘ଆସନ୍ତାକାଲି 10 ହଜାର ସୁଭଦ୍ରା ପାଇଁ ପଦଯାତ୍ରା ହେବ ବୋଲି ଆମେ ଟାର୍ଗେଟ ରଖିଛୁ । ରାଜ୍ୟ ସାରା ପଦଯାତ୍ରା ଚାଲିବ । ଭୁବନେଶ୍ଵରରେ ମଧ୍ୟ କାଲି ପଦଯାତ୍ରା ଆରମ୍ଭ ହେବ । ଆସନ୍ତାକାଲି ସୁଭଦ୍ରା ସ୍ଵାଗତ ପଦଯାତ୍ରାର ଦିନ। ଗାଁ ମାନଙ୍କରେ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ମାନେ ସ୍ଵାଗତ କରିବେ । ସୁଭଦ୍ରା ଫର ଅଲ ।’

ଚାଲିଛି ବ୍ୟାପକ ସୁଭଦ୍ରା ପ୍ରଚାର:

ସେପଟେ ସୁଭଦ୍ରା ଯୋଜନାର ବ୍ୟାପକ ପ୍ରଚାର ପ୍ରସାର ପାଇଁ ବଡ ପଦକ୍ଷେପ ନେଇଛନ୍ତି ସରକାର । ସବୁ ବିଭାଗ କରିବେ ସୁଭଦ୍ରା ଯୋଜନାର ବ୍ରାଣ୍ଡିଂ । ଏନେଇ ସବୁ ବିଭାଗ ସଚିବଙ୍କୁ ଚିଠି ଲେଖିଛନ୍ତି ମହିଳା ଓ ଶିଶୁ କଲ୍ୟାଣ ବିଭାଗ ସଚିବ । ସବୁ ବିଭାଗ କାର୍ଯ୍ୟାଳୟରେ ଏଲଇଡି ଜରିଆରେ ସୁଭଦ୍ରା ଯୋଜନାର ଭିଡ଼ିଓ ଚାଲିବ । ସବୁ ବିଭାଗର ୱେବ୍ ସାଇଟ୍, ସୋସିଆଲ ମିଡ଼ିଆ ହାଣ୍ଡେଲ, ମୋବାଇଲ ଆପରେ ପ୍ରଦର୍ଶିତ ହେବ ସୁଭଦ୍ରା ଯୋଜନା ଲୋଗୋ ଏବଂ ଟ୍ୟାଗ ଲାଇନ୍ । 15 ତାରିଖରୁ ସବୁ ବିଭାଗର ସୋସିଆଲ ମିଡ଼ିଆ ପେଜର ପ୍ରୋଫାଇଲ ଫଟୋରେ ଲାଗିବ ସୁଭଦ୍ରା ଲୋଗୋ ।

ମୋଦି ବାଣ୍ଟିବେ ଆବାସ:

ସେହିପରି ଆସନ୍ତା 17 ତାରିଖରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାଣ୍ଟିବେ । ଓଡ଼ିଶା ଗସ୍ତ ଅବସରରେ ବିଭିନ୍ନ ରାଜ୍ୟର ୧୦ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କୁ ବାଣ୍ଟିବେ ପ୍ରଧାନମନ୍ତ୍ରୀ । ଜାତୀୟସ୍ତରର କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ଏହି ଆବାସ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆବାସର ପ୍ରଥମ କିସ୍ତି ଟଙ୍କା ବାବଦକୁ ୩୧୮୦ କୋଟି ଟଙ୍କା ଡିବିଟି ମାଧ୍ୟମରେ ପଠାଇବେ ପ୍ରଧାନମନ୍ତ୍ରୀ । ସେହିପରି ଆବାସ ଆପ୍ ମଧ୍ୟ ଉନ୍ମୋଚନ କରିବେ ମୋଦି । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଶିବରାଜ ସିଂ ଚୌହାନ ।

15 ଲକ୍ଷ ପାଇବେ ଘର:

ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତି, ଓଡ଼ିଶାରେ ବହୁ ହିତାଧିକାରୀ ଅଛନ୍ତି ଯେଉଁମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ଅଛନ୍ତି । କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଘୋଷଣା କରିଥିଲେ ଯେ,ଏହାର ଆରମ୍ଭ ଓଡିଶାରୁ ହେବ । ଓଡ଼ିଶାରେ 15 ଲକ୍ଷ ହିତାଧିକାରୀଙ୍କୁ ଘର ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି ।

Subhadra Yojana: ପ୍ରତି ଘରେ ପହଞ୍ଚିବ ସୁଭଦ୍ରା ରଥ, ଗଣେଶ ପୂଜାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଓଡ଼ିଶାରେ ଜନ୍ମଦିନ ପାଳିବେ ପ୍ରଧାନମନ୍ତ୍ରୀ ମୋଦି, ସୁଭଦ୍ରା ଯୋଜନାର କରିବେ ଶୁଭାରମ୍ଭ

ସୁଭଦ୍ରା ଯୋଜନା ଆବେଦନ ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନାହିଁ: ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା

ସେପ୍ଟେମ୍ବର 17 ପରେ ବି ମିଳିବ, ସୁଭଦ୍ରା ଯୋଜନା ପାଇଁ ଅଧିକ ଭିଡ଼ ନକରିବାକୁ ଅନୁରୋଧ; ଉପମୁଖ୍ୟମନ୍ତ୍ରୀ

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 14, 2024, 10:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.