ETV Bharat / state

SCB ଲଜ୍ଜାର ସାଂଘାତିକ ସତ: ଦୋଷୀ ସାବ୍ୟସ୍ତ ହେଲେ ଡାକ୍ତର ଦିଲବାଗ, ଆସିଲା ବହିଷ୍କାର ନିର୍ଦ୍ଦେଶ - SCB Rape Case

author img

By ETV Bharat Odisha Team

Published : Aug 22, 2024, 8:44 PM IST

Accuse Doctor Directed To Rusticate: ବଡ଼ ମେଡିକାଲରେ ଲଜ୍ଜା ଘଟଣା । ଆସିଲା ତଦନ୍ତ ରିପୋର୍ଟ । ଜଣାପଡ଼ିଲା ସାଂଘାତିକ ସତ । ଦୋଷୀ ସାବ୍ୟସ୍ତ ହୋଇଥିବା ଡାକ୍ତରଙ୍କ ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ପଢନ୍ତୁ ପୂରା ଖବର

SCB Rape Case
SCB Rape Case (ETV Bharat Odisha)

ଭୁବନେଶ୍ବର: ଏସସିବିରେ ଡାକ୍ତରଙ୍କ ଦୁର୍ବ୍ୟବହାର ପ୍ରସଙ୍ଗ । ଦାଖଲ ହୋଇଛି ତଦନ୍ତ ଟିମର ରିପୋର୍ଟ । ରିପୋର୍ଟ ଆଧାରରେ ସମ୍ପୃକ୍ତ ଡାକ୍ତରଙ୍କୁ ବହିଷ୍କାର କରିବାକୁ ପ୍ରିନ୍ସିପାଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଡିଏମଇଟି ସନ୍ତୋଷ କୁମାର ମିଶ୍ର ।

SCB Rape Case (ETV Bharat Odisha)

ସମ୍ପୃକ୍ତ ଡାକ୍ତରଙ୍କୁ ବହିଷ୍କାର ନିର୍ଦ୍ଦେଶ:
SCBରେ ଡାକ୍ତରଙ୍କ ଦୁର୍ବ୍ୟବହାର ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ସନ୍ତୋଷ କୁମାର ମିଶ୍ର । ସେ କହିଛନ୍ତି,"ତଦନ୍ତକାରୀ କମିଟିର ରିପୋର୍ଟ ଅନୁସାରେ ସମ୍ପୃକ୍ତ ଡାକ୍ତରଙ୍କୁ ବହିଷ୍କାର କରିବାକୁ ପ୍ରିନ୍ସିପାଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଘଟଣାର ସତ୍ୟତା ଥିଲା ଓ ସମ୍ପୃକ୍ତ ଡାକ୍ତରଙ୍କ ଭୂମିକା ଥିଲା ବୋଲି ତଦନ୍ତରେ ଜଣାପଡିଥିଲା । ତାଙ୍କୁ ଫସାଇବା ପାଇଁ କେହି ଚେଷ୍ଟା କରୁନଥିଲେ" ବୋଲି କହିଛନ୍ତି ଡିଏମଇଟି ସନ୍ତୋଷ କୁମାର ମିଶ୍ର । ସେ ଆହୁରି କହିଛନ୍ତି, "ଡାକ୍ତରମାନଙ୍କ ପାଇଁ ଶୃଙ୍ଖଳା ପାଳନର ନିୟମ ଥିଲେ ମଧ୍ୟ କିଏ ପାଳନ କରୁଛି କିଏ କରୁନି ଦେଖିବାକୁ ପଡିବ । ନିୟମ ସବୁ ଥିଲେ ମଧ୍ୟ କିଛି ଜଣ ଏହାକୁ ମାନୁନାହାନ୍ତି । ଏହାକୁ କାର୍ଯ୍ୟକାରୀ କରିବାକୁ ସବୁ ମେଡିକାଲ କଲେଜର ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।"

ଡାକ୍ତରମାନଙ୍କ ପାଇଁ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର SOP:
ଡିଏମଇଟି ସନ୍ତୋଷ କୁମାର ମିଶ୍ର କହିଛନ୍ତି, "ଡାକ୍ତରଙ୍କ ପାଇଁ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ଏସଓପି । ସମସ୍ତ କଲେଜ ଓ ସାରା ଦେଶରେ ଚାଲିଥିବା ଆନ୍ଦୋଳନକୁ ଆଖି ଆଗରେ ରଖି ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ କରୁଛି ଏହି ସ୍ୱତନ୍ତ୍ର ଏସଓପି । ସବୁ ମେଡିକାଲ କଲେଜର ପ୍ରିନ୍ସିପାଲ ଓ ସୁପରିଟେଣ୍ଡେଣ୍ଟମାନଙ୍କୁ ଏହି ଏସଓପି ଦିଆଯିବା ସହ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦିଆଯିବ । ଆସନ୍ତାକାଲି (ଶୁକ୍ରବାର) ସୁଦ୍ଧା ଏହି ଏସଓପି ଜାରି କରାଯିବା ସହ ଏହାକୁ କଡାକଡି ପାଳନ ପାଇଁ ନିର୍ଦ୍ଦେଶ ଦିଆଯିବ । ସୁପ୍ରିମକୋର୍ଟ ମଧ୍ୟ ଏକ ୱାର୍କଫୋର୍ସ ତିଆରି କରିଛନ୍ତି। ସେମାନେ ବି ଏକ ଏସଓପି ବାହାର କରିବେ । ଆବଶ୍ୟକ ପଡ଼ିଲେ ଏହାର କଡା ତଦାରଖ କରାଯିବ ।"

ଏହା ବି ପଢନ୍ତୁ...କଟକ SCB ମେଡିକାଲରେ ୨ରୋଗୀଙ୍କୁ ଦୁଷ୍କର୍ମ ଅଭିଯୋଗ; କାର୍ଡିଓଲୋଜି ଡାକ୍ତର ଗିରଫ, ସ୍ବାସ୍ଥ୍ୟ ବିଭାଗ କମିଟି ଗଠନ - PATIENT RAPED BY DOCTOR IN HOSPITAL

କ'ଣ ଥିଲା ପୂରା ଘଟଣା:

ଏସସିବି ମେଡିକାଲରେ ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗ ଆସିଥିଲା । ୨ଜଣ ରୋଗୀଙ୍କୁ ଡାକ୍ତର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । କାର୍ଡିଓଲୋଜି ବିଭାଗର ଡାକ୍ତରଙ୍କ ନାଁରେ ଏହି ସଙ୍ଗୀନ ଅଭିଯୋଗ ରହିଛି । ଚିକିତ୍ସା କରିବା ବାହାନାରେ ଦୁଷ୍କର୍ମ କରାଯାଇଥିବା ନେଇ ଆଜି କଟକ ମଙ୍ଗଳବାଗ ଥାନାରେ ଏତଲା ହୋଇଥିଲା । ଡାକ୍ତରଙ୍କ ନାଁରେ ଏତଲା ଦେଇଥିଲେ ରୋଗୀଙ୍କ ସମ୍ପର୍କୀୟ । ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଅଭିଯୋଗ ଆଧାରରେ ଦୁଇ ପୀଡିତାଙ୍କ ବୟାନ ରେକର୍ଡ କରାଯାଇଥିଲା । ଏହି ଘଟଣା ପରେ ଅଭିଯୁକ୍ତ ଡାକ୍ତର ଆକ୍ରମଣର ଶିକାର ହୋଇ ଏସସିବି ଟ୍ରମା ଆଇସିୟୁରେ ଚିକିତ୍ସିତ ମଧ୍ୟ ହେଉଥିଲେ । ଏନେଇ ଡାକ୍ତରଙ୍କ ପରିବାର ଲୋକ ମଧ୍ୟ ମଙ୍ଗଳାବାଗ ଥାନାରେ ପ୍ରତି ଅଭିଯୋଗ କରିଥିବା ଜଣାପଡିଛି । ତେବେ ପୋଲିସ ଉଭୟଙ୍କ ଅଭିଯୋଗକୁ ଗ୍ରହଣ କରି ତଦନ୍ତ କରିବା ପରେ ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.