ETV Bharat / state

ଝାରସୁଗୁଡା ପାଇଁ ଗର୍ବ ସାନୁଦୀପ, ନିଟ୍ ପରୀକ୍ଷାରେ ହାସଲ କରିଛନ୍ତି କୃତିତ୍ବ - Jharsuguda Teen Cracked NEET

author img

By ETV Bharat Odisha Team

Published : Jun 13, 2024, 9:38 PM IST

Jharsuguda Teen Cracked NEET: ଚଳିତ ବର୍ଷ ନିଟ ପରୀକ୍ଷାରେ ଝାରସୁଗୁଡାର ଛାତ୍ର ସାନୁଦୀପ ଦାସ କୃତିତ୍ବ ହାସଲ କରିଛନ୍ତି । ନିଟ୍ ପରୀକ୍ଷାରେ ପଶ୍ଚିମ ଓଡ଼ିଶା ଟପ୍ପର ଲିଷ୍ଟରେ ସ୍ଥାନ ପାଇଛନ୍ତି ସାନୁ । ଅଧିକ ପଢନ୍ତୁ

Jharsuguda Teen Cracked NEET
Jharsuguda Teen Cracked NEET (ETV Bharat Odisha)

ଝାରସୁଗୁଡା: ଝାରସୁଗୁଡ଼ା ପାଇଁ ଗର୍ବ ଆଣିଛନ୍ତି ସାନୁଦୀପ ଦାସ । ନିଟ୍ ପରୀକ୍ଷାରେ ପଶ୍ଚିମ ଓଡ଼ିଶା ଟପ୍ପର ଲିଷ୍ଟରେ ସ୍ଥାନ ପାଇଛନ୍ତି ସାନୁ । ଚଳିତ ବର୍ଷ ୨୦୨୪ ନିଟ୍ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ୨୦୨୪ ନିଟ୍ ପରୀକ୍ଷା ଫଳରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସହରର ବୁନ୍ଦିଆ କଲୋନୀର ପ୍ରଦୀପ କୁମାର ଦାସଙ୍କ ସାନ ପୁଅ ସାନୁଦୀପ ୭୨୦ ମାର୍କରୁ ୭୦୧ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି । ଫିଜିକ୍ସରେ ୯୯.୭୬ ପ୍ରତିଶତ, କେମେଷ୍ଟ୍ରିରେ ୯୯.୫୩ ପ୍ରତିଶତ, ବାୟୋଲୋଜି ଓ ଜୁଲୋଜିରେ ୯୯.୮୮ ପ୍ରତିଶତ ହାସଲ କରିଥିବା ବେଳେ ସମୁଦାୟ ୯୯.୯୨ ପ୍ରତିଶତରୁ ଉର୍ଦ୍ଧ୍ବ ନମ୍ବର ରଖି ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ସାନୁଦୀପ ଦାସ ।

ଏହା ମଧ୍ୟ ପଢନ୍ତୁ...କାଠ କାରିଗରଙ୍କ ପୁଅ ବ୍ରହ୍ମାନନ୍ଦ ହେଲେ OJEE ଟପ୍ପର, ଛୁଟିଲା ଶୁଭେଚ୍ଛାର ସୁଅ - Meritious Student Brahmananda

ଝାରସୁଗୁଡ଼ା ଜିଲ୍ଲାରେ ଏକମାତ୍ର ଭାବେ ଏହି କୃତିତ୍ବ ହାସଲ କରିଛନ୍ତି । ଅକ୍ଳାନ୍ତ ପରିଶ୍ରମ କରି ଏହି କୃତିତ୍ବ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ସାନୁ । ଏହି ସଫଳତା ହାସଲ ପଛରେ ତାଙ୍କର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପରିବାର ବର୍ଗଙ୍କ ସହଯୋଗ ରେ ଏହି କୃତିତ୍ବ ହାସଲ କରିଛନ୍ତି ବୋଲି କହିଛନ୍ତି । ଲୋକଙ୍କ ସେବା କରିବା ହିଁ ଏକମାତ୍ର ଉଦ୍ଦେଶ୍ୟ ରଖିଛନ୍ତି ସାନୁ । ସାନୁଙ୍କ ଏହି ସଫଳତା ପାଇଁ ପରିବାର ଲୋକେ ବେଶ ଉତ୍ସାହିତ ଓ ଗୌରବାନ୍ବିତ ହୋଇଥିବା ମତବ୍ୟକ୍ତ କରିଛନ୍ତି । କେବଳ ସେତିକି ନୁହେଁ ପୂର୍ବରୁ ଜେଇଇ ମେନ୍ସ ରେ ମଧ୍ୟ ୯୯.୩୧ ପ୍ରତିଶତ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି ।

ଦିନକୁ ୮ ଘଣ୍ଟାରୁ ଅଧିକ ସମୟ ପାଠପଢ଼ାରେ କଠିନ ପରିଶ୍ରମ କରୁଥିଲେ ସାନୁ । ଡାକ୍ତର ହୋଇ କେମିତି ଲୋକଙ୍କ ଲୋକଙ୍କ ସେବା କରାଯାଇ ପାରିବ ସେନେଇ ଅଧିକ ଚିନ୍ତିତ ଥିଲେ । ତେଣୁ ଅକ୍ଳାନ୍ତ ପରିଶ୍ରମ କରି ବର୍ତ୍ତମାନ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ବର୍ତ୍ତମାନ ସମୟରେ ପିଲାମାନେ ପାଠପଢ଼ା ଉପରେ ଫୋକସ ନକରି ଅସାମାଜିକ ଦିଗ ପ୍ରତି ବେଶ ଆକୃଷ୍ଟ ହେଉଥିବା ନଜର ଆସିଛି । ସାନୁଦୀପଙ୍କ ଭଳି ପାଠପଢ଼ା ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିବା ସହ ତାଙ୍କର ମାଆ ବାପା ମାନେ ନିଜ ପିଲାଙ୍କ ପ୍ରତି ଯତ୍ନବାନ ହୁଅନ୍ତୁ ବୋଲି ଆହ୍ବାନ କରିଛନ୍ତି ସାନୁଦୀପଙ୍କ ଅଭିଭାବକ । ଏନେଇ ଅଧିକ ଆଲୋଚନା କରିଛନ୍ତି ଇଟିଭି ଭାରତ ଝାରସୁଗୁଡ଼ା ପ୍ରତିନିଧି ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.