ETV Bharat / state

ବିଜେଡିରେ ଯୋଗଦେଲେ ସନ୍ତୃପ୍ତ ମିଶ୍ର

Santrupt Misra joins BJD: ନବୀନ ନିବାସ ଯାଇ ବିଜେଡିରେ ଯୋଗ ଦେଲେ ସନ୍ତୃପ୍ତ ମିଶ୍ର । କହିଲେ ମୁଁ ଦଳରେ ଯୋଗ ଦେଇ ଦଳର ହାତମୁଠାକୁ ଟାଣ କରିବି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 9, 2024, 1:50 PM IST

Updated : Feb 9, 2024, 2:19 PM IST

ବିଜେଡିରେ ଯୋଗଦେଲେ ସନ୍ତୃପ୍ତ ମିଶ୍ର
ବିଜେଡିରେ ଯୋଗଦେଲେ ସନ୍ତୃପ୍ତ ମିଶ୍ର
ବିଜେଡିରେ ଯୋଗଦେଲେ ସନ୍ତୃପ୍ତ ମିଶ୍ର

ଭୁବନେଶ୍ୱର: ବିଜେଡିରେ ଯୋଗଦେଲେ ସନ୍ତୃପ୍ତ ମିଶ୍ର । ଆଜି(ଶୁକ୍ରବାର) ନବୀନ ନିବାସ ଯାଇ ବିଜେଡିରେ ସାମିଲ ହୋଇଛନ୍ତି । ଆଦିତ୍ୟ ବିର୍ଲା ଗ୍ରୁପର ମାନବ ସମ୍ବଳ ବିଭାଗରେ ନିର୍ଦ୍ଦେଶକ ଥିଲେ ସନ୍ତୃପ୍ତ ମିଶ୍ର । ଡିସେମ୍ବରରେ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପରେ ଆଜି ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି ।

ଏନେଇ ସନ୍ତୃପ୍ତ କହିଛନ୍ତି, "ମୋର ଜନ୍ମସ୍ଥାନ ଓଡିଶାକୁ ଫେରି ସେବା କରିବା ପାଇଁ ବଡ ସୁଯୋଗ ମିଳିଛି । ପ୍ରଗତିଶୀଳ ରାଜନୈତିକ ଦଳ ବିଜେଡି ପକ୍ଷରୁ ସେବା କରିବାର ସୁଯୋଗ ମିଳିଛି । ମୁଁ ଓଡିଶାରେ ଜନ୍ମ ହୋଇଥିଲେ ମଧ୍ୟ ଓଡ଼ିଶା ବାହାରେ ରହି ଚାକିରି କରୁଥିଲି । କିନ୍ତୁ ମୋର ଇଚ୍ଛା ଥିଲା ମୁଁ ଓଡିଶା ଆସି ଓଡିଶାବାସୀଙ୍କର କିଛି ସେବା କରିବି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁଭଳି ଭାବେ ଓଡିଶାକୁ ଆଗକୁ ନେଇଛନ୍ତି, ବିଜୁ ଜନତା ଦଳକୁ ଯେଉଁଭଳି ଭାବେ ମୌଳିକତାର ଆଧାରରେ 25 ବର୍ଷ ଧରି ପରିଚାଳନା କରିଛନ୍ତି ସେଥିରୁ ମୁଁ ପ୍ରେରଣା ପାଇଛି । ମୁଁ ବିଜୁ ଜନତା ଦଳରେ ଯୋଗ ଦେଇ ତାଙ୍କର ହାତମୁଠାକୁ ଟାଣ କରିବି । ଓଡ଼ିଶାକୁ ଉନ୍ନତି ପଥରେ ଆଗେଇ ନେବି । ମୁଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।"

ତେବେ ରାଜ୍ୟସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଥିବା ବେଳେ ଆଜି ବିଜେଡି ପ୍ରାର୍ଥୀ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ । ଏହି ସମୟରେ ସନ୍ତୃପ୍ତ ମିଶ୍ରଙ୍କ ବିଜେଡି ମୁହାଁ ହେବା ଯୋଗୁଁ ତାଙ୍କୁ ଟିକେଟ ମିଳିବା ନେଇ ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ: ‘ଏକାମ୍ର କ୍ଷେତ୍ର ଯୋଜନା’ କମିଟିର ଅଧ୍ୟକ୍ଷ ହେଲେ ସଂତୃପ୍ତ ମିଶ୍ର , ଜାଣନ୍ତୁ ସେ କିଏ...

କିଏ ଏହି ସନ୍ତୃପ୍ତ ମିଶ୍ର: 28 ବର୍ଷ ଧରି ବିଭିନ୍ନ ଉଦ୍ୟୋଗରେ କାର୍ଯ୍ୟ କରିଛନ୍ତି ସନ୍ତୃପ୍ତ ମିଶ୍ର । ତାଙ୍କ ଘର ପୁରୀ ଜିଲ୍ଲାର ବୀରପ୍ରତାପପୁର ଅଞ୍ଚଳରେ । ସେ କଟକ ଏବଂ ଭୁବନେଶ୍ୱରରେ ଶିକ୍ଷା ଗ୍ରହଣ କରିଥିଲେ । ତେବେ ଆଦିତ୍ୟ ବିର୍ଲା ଗ୍ରୁପର ମାନବ ସମ୍ବଳ ବିଭାଗରେ ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ସନ୍ତୃପ୍ତ ମିଶ୍ର । କର୍ପୋରେଟ ହାଉସ ପରିଚାଳନା କ୍ଷେତ୍ରରେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି । ପୂର୍ବରୁ ଟାଟା ଗ୍ରୁପ, ଜେ.କେ ଗ୍ରୁପ୍ ଓ ହିନ୍ଦୁସ୍ତାନ ଲିଭର ପରି ପ୍ରତିଷ୍ଠିତ ସଂସ୍ଥାରେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରିସାରିଛନ୍ତି ସନ୍ତୃପ୍ତ ।

୨୦୦୦ରେ ନ୍ୟାସନାଲ ଏଚଆରଡି ନେଟୱର୍କ ପକ୍ଷରୁ ଚିଫ୍ ଏଚଆର ଆୱର୍ଡ, ୨୦୦୨ରେ ଏଚଆରଡି କଂଗ୍ରେସ ଆୱର୍ଡ, ୨୦୦୪ରେ ଏଚଆର ପ୍ରଫେସନାଲ ଅଫ୍ ଦ ଇଅର ଆୱାର୍ଡ, ବିଜିନେସ୍ ଟୁ ଡେ ପକ୍ଷରୁ ୨୦୦୨ରେ ଦେଶର ଟପ୍-୨୦ ୟଙ୍ଗ ଏକଜିକ୍ୟୁଟିଭ୍ ଆୱାର୍ଡ ଆଦି ବଡ଼ ସମ୍ମାନ ସହିତ ଅନ୍ୟ ପ୍ରତିଷ୍ଠାନ ଓ ବିଜିନେସ୍ ମାଗାଜିନ୍ ପକ୍ଷରୁ ବହୁ ସମ୍ମାନ ଓ ସ୍ୱୀକୃତି ପାଇଛନ୍ତି ।

Last Updated : Feb 9, 2024, 2:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.