ETV Bharat / state

କେବେ ପ୍ରକାଶ ପାଇବ ପିଜି ମେଧା ତାଲିକା ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ - Common PG Entrance Test

author img

By ETV Bharat Odisha Team

Published : Jul 31, 2024, 10:56 PM IST

Odisha PG Admission 2024-25: ୨୦୨୪-୨୫ ଶିକ୍ଷାବର୍ଷ ପିଜି ନାମଲେଖା ପାଇଁ ଏହିଦିନ ପ୍ରକାଶ ପାଇବ ବିଷୟ ଭିତ୍ତିକ ମେଧା ତାଲିକା । କେବେ ଠାରୁ ହେବ ପ୍ରଥମ ବର୍ଷ ପାଠପଢ଼ା । ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

CPET 2024
CPET 2024 (ETV Bharat Odisha)

ଭୁବନେଶ୍ବର: ୨୦୨୪-୨୫ ଶିକ୍ଷାବର୍ଷରେ ପିଜି ନାମଲେଖା ପାଇଁ ହୋଇଥିବା ଏକକ ପିଜି ପ୍ରବେଶିକା ପରୀକ୍ଷା (ସିପିଇଟି-୨୦୨୪)ର ରାଜ୍ୟସ୍ତରୀୟ ଏବଂ ବିଷୟ ଭିତ୍ତିକ ମେଧା ତାଲିକା ଆସନ୍ତା ଅଗଷ୍ଟ ୫ ତାରିଖରେ ପ୍ରକାଶ ପାଇବ । ସେହିପରି ସେପ୍ଟେମ୍ବର ୧୮ରୁ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ ।

ପିଜି ନାମଲେଖା ପକ୍ରିୟା:
ଆସନ୍ତା ୫ ତାରିଖରେ ପ୍ରକାଶ ପାଇବ ଏକକ ପିଜି ପ୍ରବେଶିକା ପରୀକ୍ଷାର ବିଷୟ ଭିତ୍ତିକ ମେଧା ତାଲିକା । ୬ ତାରିଖରୁ ୧୨ ତାରିଖ ମଧ୍ୟରେ ଛାତ୍ରୀଛାତ୍ରମାନେ ଚଏସ୍ ଫିଲିଂ କରିବେ । ୨୦ ତାରିଖ ଅପରାହ୍ନ ୪ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ମନୋନୀତ ଛାତ୍ରୀଛାତ୍ରମାନେ ୨୧ ତାରିଖ ପୂର୍ବାହ୍ନ ୧୦ଟାରୁ ୨୪ ତାରିଖ ସନ୍ଧ୍ୟା ୫ଟା ମଧ୍ୟରେ ନାମ ଲେଖାଇବେ । ୩୧ ତାରିଖ ଅପରାହ୍ନ ୪ଟାରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ଚୟନ ହୋଇଥିବା ଛାତ୍ରୀଛାତ୍ରମାନେ ସେପ୍ଟେମ୍ବର ୨ ତାରିଖ ପୂର୍ବାହ୍ନ ୧୦ଟାରୁ ୪ ତାରିଖ ସନ୍ଧ୍ୟା ୫ଟା ଭିତରେ ନାମ ଲେଖାଇବାକୁ ପଡ଼ିବ ।

ପିଜି ପ୍ରଥମ ବର୍ଷ ପାଠପଢ଼ା:

ସେହିପରି ସେପ୍ଟେମ୍ବର ୧୦ ତାରିଖ ଅପରାହ୍ନ ୪ ଟାରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ମନୋନୀତ ଛାତ୍ରୀଛାତ୍ରମାନେ ୧୧ ତାରିଖ ପୂର୍ବାହ୍ନ ୧୦ଟାରୁ ୧୩ ତାରିଖ ସନ୍ଧ୍ୟା ୫ଟା ଭିତରେ ନାମ ଲେଖାଇବେ । ସେପ୍ଟେମ୍ବର ୨୪ରେ ଅପରାହ୍ନ ୨ଟାରେ ବଳକା ସିଟ୍‌ ପାଇଁ ମେଧା ତାଲିକା ଶିକ୍ଷାନୁଷ୍ଠାନ ଗଡ଼ିକର ଇ-ସ୍ପେସ୍‌ରେ ପ୍ରକାଶ ପାଇବ । ଶିକ୍ଷାନୁଷ୍ଠାନ ଗୁଡ଼ିକ ମନୋନୀତ ହେଇଥିବା ଛାତ୍ରୀଛାତ୍ର ନାମ ନିଜ ଶିକ୍ଷାନୁଷ୍ଠାନର ନୋଟିସ ବୋର୍ଡ, ୱେବ୍‌ସାଇଟ୍‌ରେ ପ୍ରକାଶ କରିବେ । ଏଥିସହିତ ସେହି ଛାତ୍ରୀଛାତ୍ରଙ୍କୁ ଫୋନ କଲ୍‌/ଏସ୍‌ଏମ୍‌ଏସ୍‌/ହ୍ୱାଟ୍‌ସ ଆପ୍ ଜରିଆରେ ମଧ୍ୟ ଜଣାଇବେ । ମନୋନୀତ ଛାତ୍ରୀଛାତ୍ରମାନେ ସେପ୍ଟମ୍ବର ୨୬ ପୂର୍ବାହ୍ନ ୧୦ଟାରୁ ୨୮ ତାରିଖ ସନ୍ଧ୍ୟା ୫ଟା ଭିତରେ ନାମ ଲେଖାଇବେ । ତେବେ ସେପ୍ଟେମ୍ବର ୧୮ରେ ପିଜି ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ ।

କେତେ ଛାତ୍ରଛାତ୍ରୀ କରିଥିଲେ ଆବେଦନ:

ରାଜ୍ୟରେ ଚଳିତ ଶିକ୍ଷାବର୍ଷ ୨୦୨୪-୨୫ରେ ପିଜି ନାମଲେଖା ପାଇଁ ମୋଟ ୧୧୪ଟି ଶିକ୍ଷାନୁଷ୍ଠାନ ଥିବା ବେଳେ ୨୮ ହଜାର ୯୮୪ଟି ସିଟ୍ ରହିଛି । ୨୦୨୪-୨୫ରେ ଏକକ ପିଜି ପ୍ରବେଶିକା ପରୀକ୍ଷା ଗତ ୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ହୋଇଥିଲା । ଏଥିପାଇଁ ୬୩ ହଜାର ୧୮୪ ଜଣ ଆବେଦନ କରିଥିଲେ । ଏଥି ମଧ୍ୟରେ ୪୩ ହଜାର ୬୨୪ ଜଣ ଛାତ୍ରୀ ଥିବା ବେଳେ ୨୧ ହଜାର ୩୬୦ ଜଣ ଛାତ୍ର ଏବଂ ୩ ଜଣ ତୃତୀୟଲିଙ୍ଗୀ ରହିଛନ୍ତି ।

ସିପିଇଟିରେ ଯୋଡି ହୋଇଛି ୨ଟି ବିଶ୍ଵବିଦ୍ୟାଳୟ:

ଚଳିତବର୍ଷ ଓଡ଼ିଆ ବିଶ୍ୱବିଦ୍ୟାଳୟର ଏମ୍‌ଏ ପାଠ୍ୟକ୍ରମ ଓ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଆଚାର୍ଯ୍ୟ (ପିଜି) ପାଠ୍ୟକ୍ରମରେ ନାମଲେଖା ପାଇଁ ମଧ୍ୟ ସିପିଇଟି ପରୀକ୍ଷା କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଏକକ ପିଜି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ, ଜୁଲାଇ ୩ରୁ ପ୍ରବେଶିକା ପରୀକ୍ଷା - CPET 2024 Registration Begins

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.