ETV Bharat / state

ଆରମ୍ଭ ହେଲା ସମ୍ବଲପୁରୀ ଧନୁଯାତ୍ରା, ସରିଲା ସାଂସ୍କୃତିକ ଶୋଭଯାତ୍ରା

author img

By ETV Bharat Odisha Team

Published : Mar 6, 2024, 5:27 PM IST

Sambalpuri Dhanujatra: ଆରମ୍ଭ ହୋଇଛି ସମ୍ବଲପୁରୀ ଧନୁଯାତ୍ରା । ସାଂସ୍କୃତିକ ଶୋଭଯାତ୍ରା ଶେଷ ହୋଇଥିବା ବେଳେ, ୫ ଦିନ ଧରି ଚାଲିବ ଏହି ଧନୁଯାତ୍ରା । ଅଧିକ ପଢ଼ନ୍ତୁ,

Sambalpuri Dhanuyatra
Sambalpuri Dhanuyatra
Sambalpuri Dhanuyatra

ସମ୍ବଲପୁର: ଆଜିଠାରୁ ଆରମ୍ଭ ହେଉଛି ସମ୍ବଲପୁରୀ ଧନୁଯାତ୍ରା । ପ୍ରଥମ ଥର ପାଇଁ ସମ୍ବଲପୁରୀ ଭାଷାରେ ଏହି 5 ଦିନିଆ ଧନୁଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଆଜି ମା' ସମଲେଶ୍ବରୀଙ୍କ ପାଖରୁ ଆସିଛି ଆଜ୍ଞାମାଳ । ସମ୍ବଲପୁର ସହର ପାଲଟିବ ମଥୁରା ନଗରୀ l କାରଣ ଆଜିଠୁ ଆରମ୍ଭ ହେଉଛି ସମ୍ବଲପୁରୀ ଧନୁଯାତ୍ରା । ପ୍ରଥମ ଥର ପାଇଁ ହେଉଥିବା ସମ୍ବଲପୁରୀ ଧନୁଯାତ୍ରାର ଆଜି ଶୁଭାରମ୍ଭ ହୋଇଛି। ସକାଳ ପ୍ରାୟ ସାଢ଼େ ୯ ଟାରେ ମା' ସମଲେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ଆଜ୍ଞାମାଳ ପହଞ୍ଚିଥିଲା । ଏହାପରେ ବହୁ ପ୍ରତିକ୍ଷିତ ଧନୁଯାତ୍ରାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ଦୁଲଦୁଲି ବାଦ୍ୟ ଓ ସଂକୀର୍ତ୍ତନର ତାଳେତାଳେ ବାଲିବନ୍ଧାରୁ କୁଞ୍ଜେଲପଡା, ସାନ ସଡ଼କ,ବଡ ସଡ଼କ, ନନ୍ଦପଡ଼ା, ଝାଡୁଆପଡ଼ା, ମ୍ୟୁନିସିପାଲଟି ଛକ ଦେଇ ଧନୁଯାତ୍ରା ସାଂସ୍କୃତିକ ଶୋଭାଯାତ୍ରା ଗଙ୍ଗାଧର ମଣ୍ଡପରେ ପହଞ୍ଚିଥିଲା। ଏହି କାର୍ଯ୍ୟକ୍ରମରେ ସମ୍ବଲପୁରୀ ଧନୁଯାତ୍ରା କମିଟିର ସଭାପତି ସଞ୍ଜୟ ବାବୁ, ସମ୍ପାଦକ ଗୁଣରଞ୍ଜନ ସାଲିମା, ରେଢାଖୋଲ ବିଧାୟକ ତଥା ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି ଇଂ ରୋହିତ ପୂଝାରୀ, ଫନୀନ୍ଦ୍ର ପଣ୍ଡା, ସୌରି ନାରାୟଣ ପାଣିଗ୍ରାହୀ, ନିଶିକାନ୍ତ ବିଶ୍ୱାଳଙ୍କ ସହ ସହରର ବହୁ ବୁଦ୍ଧିଜୀବୀ, ସାମ୍ବାଦିକ ଓ କଳାକା ମାନେ ସାମିଲ ହୋଇଥିଲେ ।

Sambalpuri Dhanuyatra
Sambalpuri Dhanuyatra

ଆଜି ସନ୍ଧ୍ୟାରେ ଗଙ୍ଗାଧର ମଣ୍ଡପରଠାରେ ସନ୍ଧ୍ୟା ୬ଟାରେ ରାଜ ଅତିଥି ସଭା, ୭ଟାରେ ରଙ୍ଗସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଉଗ୍ରସେନଙ୍କ ଗାଦିଚ୍ୟୁତ ଓ କଂସ ମହାରାଜଙ୍କ ରାଜ ଅଭିଷେକ ନାଟ୍ୟ ରୂପାନ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। 7 ତାରିଖରେ ଶ୍ରୀକୃଷ୍ଣ ଜନ୍ମ ଓ ଗୋପପୁର ପ୍ରେରଣ ସହିତ ବିଜୁଳି କନ୍ୟା ଆବିର୍ଭାବ କାର୍ଯ୍ୟକ୍ରମ ହେବ । 8 ତାରିଖରେ ପୁତନା ବଧ ସମାଚାର ସହିତ କୃଷ୍ଣ ବଧ ପାଇଁ ମନ୍ତ୍ରୀ ପରିଷଦ ସହ ମହାରାଜ କଂସ ଗୁପ୍ତ ମନ୍ତ୍ରଣା କରିବା କାର୍ଯ୍ୟକ୍ରମ ରହିଛି । 9 ତାରିଖରେ କୃଷ୍ ଙ୍କ ଜଳକ୍ରୀଡ଼ା ସହ କାଳୀୟ ଦଳନ କାର୍ଯ୍ୟକ୍ରମ ଓ 10 ତାରିଖରେ ଅକ୍ରୁର ଗମନ ସହ କଂସ ବଧ କାର୍ଯ୍ୟକ୍ରମ କରାଯିବ । ସମ୍ବଲପୁର ମ୍ୟୁନସିପାଲଟି ଛକ ସ୍ଥିତ ଗଙ୍ଗାଧର ମଣ୍ଡପକୁ କଂସ ଦରବାର ଓ ଚାଉରପୁର ଗାଁକୁ ଗୋପପୁର କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...ପ୍ରଥମ କରି ସମ୍ବଲପୁରୀ ଭାଷାରେ ମଞ୍ଚସ୍ଥ ହେବ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା

ଗୋପପୁରରୁ କୃଷ୍ଣଙ୍କୁ ଅକ୍ରୁର ଆଣିବା ସମୟର ଦୃଶ୍ୟକୁ ଆକର୍ଷଣୀୟ କରାଯାଇଥିବା ସୂଚନା ଦିଆଯାଇଛି । ନଗର ପରିକ୍ରମା ସମୟରେ ମହାରାଜ କଂସ ଯେପରି ସହରର ସବୁ ସ୍ଥାନକୁ ଯାଇପାରିବେ ସେ ଦିଗରେ ରୋଡ଼ ମ୍ୟାପ୍ ତିଆରି କରାଯାଇଛି । ଏହି ଧନୁଯାତ୍ରାରେ କଂସ ଭୂମିକାରେ ଫନୀନ୍ଦ୍ର କୁମାର ପଣ୍ଡା, ଉଗ୍ରସେନ ଭୂମିକାରେ ଘୁନୁ ଚରଣ ପାଢ଼ୀ, ଦୁର୍ମିଳ ରାକ୍ଷସ ଭୂମିକାରେ ଲଳିତ ମୋହନ ବେବର୍ତା, ନାରଦ ଭୂମିକାରେ ସନ୍ତୋଷ ରାୟଗୁରୁ, ଅକ୍ରୁର ଭୂମିକାରେ ସତ୍ୟନାରାୟଣ ସାହୁ, ଯଶୋଦା ଭୂମିକାରେ ଅର୍ଣ୍ଣପୂର୍ଣା ମିଶ୍ର, ଦେବକୀ ଭୂମିକାରେ ପ୍ରିୟଙ୍କା ପ୍ରଧାନ, ନନ୍ଦ ରାଜା ଭୂମିକାରେ ଯୋଗେଶ ନନ୍ଦ, ରୋହିଣୀ ଭୂମିକାରେ ସୁରେଖା ସାହୁ, ଶ୍ରୀକୃଷ୍ଣ ଭୂମିକାରେ ଓମ ସାଇରାମ ଓ ବଳରାମ ଭୂମିକାରେ ସତ୍ୟବ୍ରତ ଅଂଶଗ୍ରହଣ କରିଛନ୍ତି । ମହାରାଜ କଂସଙ୍କ ପାଇଁ ଉତ୍ତର ପ୍ରଦେଶରୁ ହାତୀ ଅଣାଯାଇଛି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.