ETV Bharat / state

ସମ୍ବଲପୁର ଚିଡ଼ିଆଖାନାକୁ ଆସିଲେ ୮ଟି ନୂଆ ଅତିଥି - Nandankanan Bhubaneswar

Sambalpur Zoo Welcomes Eight "Hog Deer": ସମ୍ବଲପୁର ଚିଡ଼ିଆଖାନା ଓ ନନ୍ଦନକାନନ ମଧ୍ୟରେ ବନ୍ୟ ପ୍ରାଣୀ ଅଦଳବଦଳ । ସମ୍ବଲପୁର ଚିଡ଼ିଆଖାନାକୁ ଆସିଲେ ୮ଟି କୁଜି ହରିଣ । ଅଧିକ ପଢନ୍ତୁ

ସମ୍ବଲପୁର ଚିଡ଼ିଆଖାନାକୁ ଆସିଲେ ୮ଟି ନୂଆ ଅତିଥି

author img

By ETV Bharat Odisha Team

Published : Feb 21, 2024, 10:11 PM IST

ସମ୍ବଲପୁର ଚିଡ଼ିଆଖାନାକୁ ଆସିଲେ ୮ଟି ନୂଆ ଅତିଥି

ସମ୍ବଲପୁର: ସମ୍ବଲପୁର ଚିଡ଼ିଆଖାନାକୁ ଆସିଲେ ନୂଆ ଅତିଥି । ସମ୍ବଲପୁର ଚିଡ଼ିଆଖାନା ଓ ନନ୍ଦନକାନନ ମଧ୍ୟରେ ବନ୍ୟ ପ୍ରାଣୀ ଅଦଳବଦଳ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଏହି କ୍ରମରେ ସମ୍ବଲପୁର ଚିଡ଼ିଆଖାନାକୁ ନନ୍ଦନକାନନରୁ ୮ଟି କୁଜି ହରିଣ (Hogdeer )ଅଣା ଯାଇଛନ୍ତି । ଏନେଇ ଆଜି ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ଡିଏଫଓ ଅଂଶୁପ୍ରଜ୍ଞା ଦାସ ସୂଚନା ଦେଇଛନ୍ତି । ନନ୍ଦନକାନନରୁ ଅଣା ଯାଇଥିବା ଏହି କୁଜି ହରିଣ ମଧ୍ୟରେ ୪ଟି ମାଇ ଓ ୪ଟି ଅଣ୍ଡିରା ଅଛନ୍ତି l

ଏହି ହରିଣ ମୁଖ୍ୟତଃ ଦକ୍ଷିଣ ପୂର୍ବ ଏସିଆ, ଆମେରିକା ଓ ଅଷ୍ଟ୍ରେଲିଆରେ ଦେଖା ଯାଆନ୍ତି । ସାଧରଣତଃ ଏହାକୁ (Indochinese Hogdeer) ବୋଲି କୁହାଯାଏ । ଏହି ପ୍ରଜାତିର ହରିଣ ଆମ ଦେଶରେ ଏହା ଉତ୍ତର ଭାରତରେ ଦେଖିବାକୁ ମିଳନ୍ତି । ଏହି ହରିଣ ସମ୍ମୁଖ ପଟକୁ ନଇଁ କି ଦୌଡିଥାଏ । ଏହାର ଶରୀର ବହୁତ ମଜଭୁତ ହୋଇଥିବା ବେଳେ ଏହାର ଗୋଡ଼ ଛୋଟ ଛୋଟ ହୋଇଥାଏ । ସବୁଠାରୁ ବଡ଼ କଥା ହେଲା ଏହି ପ୍ରଜାତିର ହରିଣର ଚର୍ମର ରଙ୍ଗ ଋତୁ ଅନୁସାରେ ପରିବର୍ତ୍ତନ ହୋଇଥାଏ । ଏହି ପ୍ରଜାତିର ହରିଣର ଆୟୁଷ 20 ବର୍ଷ ହୋଇଥାଏ ।

ବନ୍ୟଜନ୍ତୁ ସୁରକ୍ଷା ଆଇନ୍ ୧୯୭୨ରେ Schedule-3ରେ ଏହି ପ୍ରଜାତିର ହରିଣ ସ୍ଥାନିତ ହୋଇଛନ୍ତି । ପ୍ରତିବଦଳରେ ନନ୍ଦନକାନନକୁ ୫ଟି ସମ୍ବର ପଠାଯିବ । ୨ଟି ଅଣ୍ଡିରା ଓ ୩ଟି ମାଈ ସମ୍ବର ସମ୍ବଲପୁର ଚିଡ଼ିଆଖାନାରୁ ନନ୍ଦନକାନନକୁ ପଠାଯିବ । ସମ୍ବଲପୁର ଚିଡିଆଖାନାରେ ବହୁତ ସମ୍ବର ଥିବାରୁ କେତେକ ସମ୍ବର ନନ୍ଦନକାନନ ପଠାଯାଇଛି ବୋଲି ଡିଏଫଓ କହିଛନ୍ତି । ତେବେ ସମ୍ବଲପୁର ଅଣାଯାଇଥିବା କୁଜି ହରିଣମାନଙ୍କୁ ଗୋଟିଏ ମାସ ପାଇଁ ସଙ୍ଗରୋଧରେ ରଖାଯିବ ଏବଂ ପରେ ଦର୍ଶକମାନେ ହରିଣଙ୍କୁ ଦେଖି ପାରିବେ ।

ଏହା ମଧ୍ୟ ପଞନ୍ତୁ.....ବନ୍ୟପ୍ରାଣୀ ଆଇନ ଉଲ୍ଲଙ୍ଘନ ଅଭିଯୋଗ, ଡ଼ିଏଫ୍ଓ ଜାରି କଲେ ସ୍ନେକ ହ୍ୟାଣ୍ଡଲର ସାର୍ଟିଫିକେଟ

ସେହିପରି ଦୁଇ ମାସ ପୂର୍ବରୁ ନନ୍ଦନକାନନରୁ ୮ଗୋଟି କୃଷ୍ଣସାର ହରିଣ ଅଣାଯାଇଥିଲା ।ସେହି ହରିଣଗୁଡିକ ଏବେ ଭଲ ସ୍ଥିତିରେ ରହିଥିବା ସୂଚନା ମିଳିଛି । ବର୍ତ୍ତମାନ ସ୍ଥିତିରେ ସମ୍ବଲପୁର ଚିଡିଆଖାନାରେ ୧୮ପ୍ରଜାତିର ଜୀବଜନ୍ତୁ ଅଛନ୍ତି । ଏଥିରେ କଲରାପତରିଆ ବାଘ, ଭାଲୁ, ସମ୍ବର, ଚଉସିଙ୍ଗା, ହରିଣ, ଅଜଗର, ମୟୁର ଓ ଅନ୍ୟ ରଙ୍ଗ ବେରଙ୍ଗର ପକ୍ଷୀ ରହିଛନ୍ତି । ଆଗକୁ ସମ୍ବଲପୁର ଚିଡ଼ିଆଖାନାରେ ଆହୁରି ୩୦ପ୍ରଜାତିର ପଶୁ ରଖାଯିବ ବୋଲି ସୂଚନା ଦେଇଛନ୍ତି ଡିଏଫଓ ଅଂଶୁପ୍ରଜ୍ଞା ଦାସ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.