ETV Bharat / state

ଘୋଡା ଛ’କୁ ଦାନା ନଅ: ସମଲେଇ ଯୋଜନା ପରେ ବଢୁଛି ବିଦ୍ୟୁତ ବିଲ ! ପୂର୍ବରୁ ଆସୁଥିଲା ୧୦ ହଜାର, ଏବେ ୩ ଲକ୍ଷ - Samaleswari temple

author img

By ETV Bharat Odisha Team

Published : Sep 1, 2024, 3:45 PM IST

Maa Samaleswari Temple Electricity Bills: ସମ୍ବଲପୁର ପ୍ରଶିଦ୍ଧ ମା' ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି ଇଲେକ୍ଟ୍ରି ବିଲ । ସମଲେଇ ଯୋଜନା ପରେ ସୀମା ବାହାରେ ଆସୁଛି ବିଦ୍ୟୁତ ବିଲ । ପୂର୍ବରୁ ୧୦ରୁ ୧୫ ହଜାର ଟଙ୍କା ଆସୁଥିବା ବେଳେ ବର୍ତ୍ତମାନର ମାସିକ ବିଲ ଆସୁଛି ପ୍ରାୟ ଅଢେଇ ଲକ୍ଷରୁ ୩ ଲକ୍ଷ ଟଙ୍କା । ଅଧିକ ପଢ଼ନ୍ତୁ

Maa Samaleswari Temple Electricity Bills
Maa Samaleswari Temple Electricity Bills (ETV Bharat Odisha)

ସମ୍ବଲପୁର: ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ୱରୀଙ୍କ ପୀଠକୁ ସମଲେଇ ଯୋଜନାରେ ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ କରାଗଲା । ଗତ ଜାନୁଆରୀ ୨୭ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଲେଇ ଯୋଜନାର ଉଦଘାଟନ କରିଥିଲେ । ଏହାକୁ ସମ୍ବଲପୁରବାସୀ ସ୍ୱାଗତ ମଧ୍ୟ କରିଥିଲେ । ହେଲେ ବର୍ତ୍ତମାନ ଏହି ଯୋଜନା ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପାଇଁ ଏକ ପ୍ରକାର ମୁଣ୍ଡ ବ୍ୟଥାର କାରଣ ସାଜିଛି ।

Samaleswari temple (ETV Bharat Odisha)

ବିଦ୍ୟୁତ ବିଲ ପୂର୍ବରୁ ଥିଲା ୧୦ ହଜାର, ଏବେ ଆସୁଛି ୩ ଲକ୍ଷ:

ସମ୍ବଲପୁର ପ୍ରଶିଦ୍ଧ ମା' ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି ଇଲେକ୍ଟ୍ରି ବିଲ । କାରଣ ସମଲେଇ ପ୍ରକଳ୍ପ ଯୋଜନା ପୂର୍ବରୁ ବିଦ୍ୟୁତ ବିଲ ଠିକ ଆସୁଥିଲା । ପୂର୍ବରୁ ବିଦ୍ୟୁତ ବିଲ ମାସିକ ୧୦ରୁ ୧୫ ହଜାର ଟଙ୍କା ଆସୁଥିବା ବେଳେ ବର୍ତ୍ତମାନର ମାସିକ ବିଲ ଆସୁଛି ପ୍ରାୟ ଅଢେଇ ଲକ୍ଷରୁ ୩ ଲକ୍ଷ ଟଙ୍କା । ଅନ୍ୟପଟେ ଏଭଳି ପରିସ୍ଥିତିରେ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ଆୟର ଏକମାତ୍ର ଜରିଆ ହେଉଛି ମନ୍ଦିର ହୁଣ୍ଡି । ଆଉ ଅନ୍ୟ ଆୟର ଜରିଆ ଥିବା ଭୋଗ ମଣ୍ଡପ, ଯାତ୍ରୀ ନିବାସ ଆଦି ବର୍ତ୍ତମାନ ସୁଦ୍ଧା ତିଆରି ହୋଇ ନଥିବାରୁ ଟ୍ରଷ୍ଟ ବୋର୍ଡର ମୁଣ୍ଡବ୍ୟଥା ବଢିଯାଇଛି ।

ମୁଣ୍ଡବ୍ୟଥାର କାରଣ ସାଜିଛି ବିଦ୍ୟୁତ ବିଲ !

ପୂର୍ବରୁ ସମଲେଶ୍ୱରୀ ମନ୍ଦିର ଆଦି ମାତ୍ର ୪.୪୨ ଏକର ପରିମିତ ଜମିରେ ରହିଥିଲା । ମାତ୍ର ସମଲେଇ ଯୋଜନା ପରେ ଏହାକୁ ପ୍ରାୟ ୪୪ ଏକର ପରିବ୍ୟାପ୍ତ କରାଯାଇଥିଲା ଓ ଏହାର ସୌନ୍ଦର୍ଯ୍ୟକରଣ ପାଇଁ ବ୍ୟାପକ ଆଲୋକ ସଜ୍ଜ୍ୟା ବ୍ୟବସ୍ଥା କରାଯାଇଛି । ଫଳରେ ବର୍ତ୍ତମାନ ମାସିକିଆ ବିଦ୍ୟୁତ ବିଲ ଆସୁଛି ପ୍ରାୟ ଅଢେଇରୁ ୩ ଲକ୍ଷ । ଆଉ ଏହି ବିଲ ପଇଠ କରିବା ଟ୍ରଷ୍ଟ ବୋର୍ଡ ପାଇଁ କାଠିକର ବ୍ୟାପାର ହୋଇଛି । କାରଣ ବର୍ତ୍ତମାନ କେବଳ ହୁଣ୍ଡି ଜରିଆରେ ମନ୍ଦିରକୁ ଅର୍ଥ ଆସୁଛି । ଆଉ ହୁଣ୍ଡିରେ ମାସିକ ପ୍ରାୟ ୨ରୁ ଅଢେଇ ଲକ୍ଷ ଟଙ୍କା ଆସୁଥିବା ସୂଚନା ରହିଛି । ଏହି ଅର୍ଥ ସବୁ ଯଦି ବିଦ୍ୟୁତ ବିଲରେ ଯାଏ ତେବେ ମନ୍ଦିର ପରିଚାଳନା ଓ କାର୍ଯ୍ୟରତ କର୍ମଚାରୀଙ୍କ ଦରମା ଖର୍ଚ୍ଚ କେଉଁଠୁ ଆସିବ ଏହା ବଡ଼ ପ୍ରଶ୍ନ ।

ଭବିଷ୍ୟତରେ ଆହୁରି ବଢ଼ିବ ବିଲ:

ଏନେଇ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ପ୍ରମୁଖ ସଦସ୍ୟ ପ୍ରଫୁଲ୍ଲ ହୋତା କୁହିଛନ୍ତି "ଆଗରୁ ମନ୍ଦିର ପରିସର ବହୁତ କମ ଥିଲା । ସେହି ପରିସର ଭିତରେ ଆମର ଲିମିଟେଡ଼ ଇଲେକ୍ଟ୍ରି ବିଲ ଆସୁଥିଲା । ଏବେ ଏତେ ବଡ଼ ୪୪ ଏକର ଜାଗା ହେଲା ପରେ ଇଲେକ୍ଟ୍ରିସିଟି ବହୁତ ଗୁଡ଼ାଏ ଲାଗିଯାଇଛି । ଏଠାରେ ଲାଗିବା ପରେ ଇଲେକ୍ଟ୍ରି ବିଲ ମାସକୁ ଆମର ୨ ଲକ୍ଷ ୭୦ ହଜାର ନଚେତ ୨ ଲକ୍ଷ ୭୫ ହଜାର ଆସୁଛି । ଭବିଷ୍ୟତରେ ବିଲ ଆହୁରି ବଢିବାର ସମ୍ଭାବନା ଅଛି । କାହିଁକି ନା ମହାନଦୀ ଆଳତୀ ଘାଟ ହୋଇ ପାରିନି । ସେଟା ହେଲେ ନିଶ୍ଚିତ ଭାବେ ବଢିବ । ଆଉ ଏବେ ମନ୍ଦିର ଆୟ, ବିଶେଷ ଭାବରେ କମିଯାଇଛି । ହୁଣ୍ଡି ଛାଡିଦେଲେ ଆୟ କିଛି ନାହିଁ । ଯାତ୍ରୀ ନିବାସ ଦ୍ବିତୀୟ ପର୍ଯ୍ୟାୟରେ ତିଆରି ହେବ । କଲ୍ୟାଣ ମଣ୍ଡପ ଦ୍ବିତୀୟ ପର୍ଯ୍ୟାୟରେ ତିଆରି ହେବ । ଭୋଗ ମଣ୍ଡପ କାମ ଶେଷ ହୋଇନି । ଏସବୁ ଦୃଷ୍ଟିରୁ ମନ୍ଦିରର ଆୟ କମ ଅଛି ।"

ବିଦ୍ୟୁତ ଦେୟ କମ କରିବା ପାଇଁ ବିକଳ୍ପ ବ୍ୟବସ୍ଥା:

ଅନ୍ୟପଟେ ଏନେଇ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ କହିଛନ୍ତି,"ଯେତେବେଳେ ସମଲେଇ ପ୍ରକଳ୍ପ ତିଆରି ହେଲା ତାକୁ ସଜ୍ଜିତ କରିବା ପାଇଁ ଆଲୋକୀକରଣର ବ୍ୟବସ୍ଥା କରାଯାଇଛି ଏବଂ ବହୁତ ସୁନ୍ଦର ଆଲୋକୀକରଣର ବ୍ୟବସ୍ଥା କରାଯାଇଛି । କିନ୍ତୁ ଯେଉଁ ବିଦ୍ୟୁତ ଦେୟ ଆସୁଛି ତାକୁ କମ କରିବା ପାଇଁ ଯେଉଁ ବିକଳ୍ପ ବ୍ୟବସ୍ଥା କରାଯାଇଛି, ସୋଲାର ସିଷ୍ଟମ ଲଗାଯାଇଛି ସେଟା ଯେହେତୁ ସଂଯୋଗୀକରଣ ହୋଇ ପାରିନାହିଁ ବର୍ତ୍ତମାନ ଅଧିକ ବିଲ ଆସୁଛି । ମନ୍ଦିର ଆୟ ତୁଳନାରେ ବିଲର ମାତ୍ରା ଅଧିକ ଥିବାରୁ ଦେବା ସମ୍ଭବ ନୁହଁ ଏବଂ ଆଗାମୀ ଦିନରେ ଆଉ ୧୨୦ କିଲୋୱାର୍ଟ ସୌର ପ୍ରକଳ୍ପ ଲାଗିବ ସେଦିଗରେ ଆମେ ଜିଲ୍ଲା ପ୍ରଶାସନ ସାଙ୍ଗରେ ଏବଂ ସରକାରଙ୍କ ସାଙ୍ଗରେ କଥାବାର୍ତ୍ତା କରି ଏହାର ସମାଧାନ କରିବା ଦିଗରେ ବଡ଼ ପଦକ୍ଷେପ ନେବୁ ।ଏବେ ଗୋଟିଏ ସୁବିଧା ଅଛି ଯେ, ଆଗାମୀ ୩ ବର୍ଷ ପାଇଁ ସମଲେଇ ଯୋଜନାର ରକ୍ଷଣା ବେକ୍ଷଣ, ସୁରକ୍ଷା, ବାଡ଼ି ବଗିଚା ଖର୍ଚ୍ଚ OBCC ପକ୍ଷରୁ ଏକ ଏଜେନ୍ସି କରୁଛି । ୩ବର୍ଷ ପରେ ଏହି ସବୁ ଖର୍ଚ୍ଚ ଟ୍ରଷ୍ଟ ବୋର୍ଡ ଉପରକୁ ଆସିବ । ବର୍ତ୍ତମାନ ହୁଣ୍ଡିରେ ମାସିକ ଅଢେଇ ଲକ୍ଷ ଆସୁଛି । ଏଥିରେ ମନ୍ଦିରର ପର୍ବ ପର୍ବାଣି ଓ କର୍ମଚାରୀଙ୍କ ଖର୍ଚ୍ଚ ଚାଲୁଛି । ଆଉ ଯଦି କେବଳ ବିଦ୍ୟୁତ ବିଲ ଅଢେଇ ଲକ୍ଷ ଆସିବ ତାହେଲେ ସମସ୍ୟା ହେବ ।"

ଏହା ମଧ୍ୟ ପଢ଼ନ୍ତୁ...ସରିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଚଳିତ ବର୍ଷ ପାଇଁ ଅନୁମୋଦନ ହେଲା 413 କୋଟି - SRIMANDIR MANAGEMENT COMMITTEE

ଧୀରେ ଧୀରେ ସବୁ ସମାଧାନ ହୋଇଯିବ:

ଏନେଇ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର କାର୍ଯ୍ୟନିର୍ବାହୀ ଅଧିକାରି ପ୍ରେମରାଜ ପାଣିଗ୍ରାହୀ କହିଛନ୍ତି,"ସମସ୍ୟା କହିଲେ ଆଗରୁ ଏରିଆ ଟା କମ ଥିଲା, ଲାଇଟ କମ ଲାଗିଥିଲା । ସେଇଟା ମ୍ୟାନେଜ ହୋଇଯାଉଥିଲା । ଏବେ ଏହି ସ୍ଥାନ ବଡ଼ ହୋଇ ଯାଇଛି । ସୌଦାର୍ଯ୍ୟକରଣ ପାଇଁ ଲାଇଟ ଗୁଡା ବେଶୀ ଲାଗିଛି । ତେବେ ଏହା ଧୀରେ ଧୀରେ ସବୁ ସମାଧାନ ହୋଇଯିବ ।"

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.