ETV Bharat / state

ଆତଙ୍କ ଖେଳାଉଛି ଦନ୍ତା, ଟ୍ରାଙ୍କୁଲାଇଜ କରିବାକୁ DFOଙ୍କ ସୂଚନା - Elephant Terror

Elephant Terror: ଦନ୍ତା ଖେଳାଉଛି ଆତଙ୍କ । ସମ୍ବଲପୁର ଜିଲ୍ଲାର ଯୁଯୋମୁରା ଅଞ୍ଚଳରେ ହାତୀ ଆତଙ୍କ ଖେଳାଉଥିବା ଜଣାପଡ଼ିଛି । ହାତୀକୁ ଟ୍ରଙ୍କୁଲାଇଜ କରାଯିବର ସୂଚନା ଆଜି ସମ୍ବଲପୁର DFO ବିଶ୍ଵନାଥ ନିଲାନଭର ଦେଇଛନ୍ତି । ଅଧିକ ପଢ଼ନ୍ତୁ,

ଆତଙ୍କ ଖେଳାଉଛି ଦନ୍ତା
ଆତଙ୍କ ଖେଳାଉଛି ଦନ୍ତା
author img

By ETV Bharat Odisha Team

Published : Mar 13, 2024, 9:59 PM IST

ଆତଙ୍କ ଖେଳାଉଛି ଦନ୍ତା

ସମ୍ବଲପୁର: ଦନ୍ତା ଖେଳାଉଛି ଆତଙ୍କ । ସମ୍ବଲପୁର ଜିଲ୍ଲାର ଯୁଯୋମୁରା ଅଞ୍ଚଳରେ ହାତୀ ଆତଙ୍କ ଖେଳାଉଥିବା ଜଣାପଡ଼ିଛି । ହାତୀକୁ ଟ୍ରଙ୍କୁଲାଇଜ କରାଯିବର ସୂଚନା ଆଜି ସମ୍ବଲପୁର DFO ବିଶ୍ଵନାଥ ନିଲାନଭର ଦେଇଛନ୍ତି । ଏଥିପାଇଁ ଢେଙ୍କାନାଳ ଓ ସାତକୋଶିଆରୁ ସ୍ବତନ୍ତ୍ର ବିଶେଷଜ୍ଞ ଦଳ ଆସିବେ l ଆବଶ୍ୟକ ପଡିଲେ ଦନ୍ତାକୁ ଅନ୍ୟତ୍ର ସ୍ଥାନାନ୍ତର କରି ସଙ୍ଗରୋଧରେ ରଖି ତାର ଆଚରଣ ଅନୁଧ୍ୟାନ କରାଯିବ ବୋଲି DFO କହିଛନ୍ତି l ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ହାତୀଟିର ଗତିବିଧି ଉପରେ ବନବିଭାଗ ନଜର ରଖୁଛି l ହାତୀଟି ସୁବିଧାଜନକ ସ୍ଥାନକୁ ଆସିଲେ ତାକୁ ଟ୍ରାଙ୍କୁଲାଇଜ କରାଯିବ l ଏନେଇ ଏକ ସ୍ବତନ୍ତ୍ର ଟିମ୍ ଦନ୍ତାକୁ ଟ୍ରାକ କରୁଛନ୍ତି l

ସୂଚନାଯୋଗ୍ୟ ଯେ ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଳକ ସଦର ବନାଞ୍ଚଳ ଅନ୍ତର୍ଗତ ବସିଆପଡା ଠାରେ ରବିବାର ରାତିରେ ଏହି ଦନ୍ତା ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ଡକରା ପଞ୍ଚାୟତର ପୁରୁଣାପାଣି ଗ୍ରାମର ୫୫ ବର୍ଷିୟ ଯୁଧିଷ୍ଠିର ବେହେରା ନାମକ ବ୍ୟକ୍ତି ତାଙ୍କ ଗାଁ ନିକଟରେ ହେଉଥିବା କ୍ରିକେଟ ମ୍ୟାଚ୍ ଦେଖି ଘରକୁ ଫେରୁଥିବା ବେଳେ ବସିଆପଡା ନିକଟରେ ହାତୀ ହାବୁଡ଼ରେ ପଡିଯାଇଥିଲେ। ହାତୀ ତାଙ୍କୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏନେଇ ସଦର ବନବିଭାଗ ଘଟଣା ନେଇ ଅଧିକ ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି। ଏହା ପୂର୍ବରୁ ଯୁଯୋମୁରା ବ୍ଲକର ହାତିବାରୀ, ବାରଲୋଇ ଆଦି ଗାଁରେ ବହୁ ଲୋକଙ୍କ ଘରଦ୍ବାର ଭାଙ୍ଗି ଦେଇଛି ଏହି ଦନ୍ତା ହାତୀ l

ଏହା ମଧ୍ୟ ପଢ଼ନ୍ତୁ... ଚିନ୍ତାଜନକ ପଶୁ-ମଣିଷ ଲଢ଼େଇ, କେଉଁ ରାଜ୍ୟରେ କେତେ ଜାଣନ୍ତୁ

ଏହି ଦନ୍ତା ହାତୀର ଆତଙ୍କରେ ସ୍ଥାନୀୟ ଅଞ୍ଚଳର 3 ରୁ 4 ଟି ଗାଁର ଲୋକେ ଆତଙ୍କିତ ହୋଇରହିଛନ୍ତି l ହାତୀ ମାନେ ନିଜ ପଲରେ ଆସି ଉପଦ୍ରବ କରୁଥିବା ବେଳେ ଏହି ଅଞ୍ଚଳରେ ଏହି ବିଶାଳକାୟ ଦନ୍ତା ହାତୀ ଏକାକୀ ଆସି ଆତଙ୍କ ଖେଳାଉଛି l ହାତୀ ଏମିତି ଆତଙ୍କ ଖେଳେଇଛି ଯେ ସନ୍ଧ୍ୟା ହେଉ ହେଉଣୁ ଲୋକେ ତାଟି କବାଟ ବନ୍ଦ କରି ଛାତ ଉପରେ ରାତିରେ ଆଶ୍ରୟ ନେଉଛନ୍ତି l ଏନେଇ ସମ୍ବଲପୁର DFO ବିଶ୍ଵନାଥ ନିଲାନଭର କହିଛନ୍ତି " ଗତ 2 ରୁ 3 ମାସ ହେଲା ଆମେ ଦନ୍ତା ହାତୀକୁ ଟ୍ରାକ କରିବାକୁ ଚେଷ୍ଟା କରୁଛୁ l ଫେବୃଆରୀରେ ଥରେ ଏହି ଦନ୍ତାକୁ ଟ୍ରଙ୍କୁଲାଇଜ କରିବାକୁ ଚେଷ୍ଟା କରାଯାଇଥିଲା କିନ୍ତୁ ଟ୍ରାକ ହୋଇ ପାରିଲା ନାହିଁ l ବର୍ତ୍ତମାନ ଏହାକୁ ଟ୍ରଙ୍କୁଲାଇଜ କରିବାକୁ ଢେଙ୍କାନାଳ ଓ ସାତକୋଶିଆର ଟିମ ଆସୁଛନ୍ତି l ଢେଙ୍କାନାଳରୁ 2ଟି ଓ ସାତକୋଶିଆରୁ ଗୋଟିଏ ବିଶେଷଜ୍ଞ ଟିମ ଆସୁଛନ୍ତି l ତେବେ ଅଞ୍ଚଳବାସୀ ଆତଙ୍କିତ ହୁଅନ୍ତୁ ନାହିଁ ଓ ରାତି ସମୟରେ ଯଥା ସମ୍ଭବ ଘରୁ ବାହାରନ୍ତୁ ନାହିଁ " l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.