ETV Bharat / state

ସମ୍ୱଲପୁର ବିଜେଡି ଲୋକସଭା ପ୍ରାର୍ଥୀ ପ୍ରଣବଙ୍କ ପ୍ରତିକ୍ରିୟା, "ବିକଶିତ ଓଡ଼ିଶାର ପ୍ରକ୍ରିୟା ସମ୍ବଲପୁରରୁ ହେବ ଆରମ୍ଭ" - PRANAB PRAKASH IN SAMBALPUR

Pranab Parkash Das in Sambalpur: ସମ୍ବଲପୁରରେ ପ୍ରଣବ ପ୍ରକାଶ ଦାସ । ଆଜି ସମ୍ବଲପୁର ଗସ୍ତ କରି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । ଅଧିକ ପଢନ୍ତୁ

Pranab Parkash Das in Sambalpur
Pranab Parkash Das in Sambalpur
author img

By ETV Bharat Odisha Team

Published : Mar 29, 2024, 3:08 PM IST

Pranab Parkash Das in Sambalpur

ସମ୍ବଲପୁର: ଜିଲ୍ଲା ଗସ୍ତରେ ପ୍ରଣବ ପ୍ରକାଶ ଦାସ । ସମ୍ବଲପୁର ଲୋକସଭା ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସଙ୍କ ନାମ ଘୋଷଣା ହେବା ପରେ ଆଜି (ଶୁକ୍ରବାର) ସେ ପ୍ରଥମ ଥର ସମ୍ବଲପୁର ଗସ୍ତରେ ଆସିଛନ୍ତି l ଆଜି ପୂର୍ବାହ୍ନ ପ୍ରାୟ 10 ଟା 30 ମିନିଟ ସମୟରେ ସେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀ ମନ୍ଦିରରେ ପହଞ୍ଚି ମାଆଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି l

ସମ୍ବଲପୁରରେ ବିଜେଡିର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଆଜିି ଜିଲ୍ଲାରେ ପହଞ୍ଚି ପ୍ରଥମେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ଦର୍ଶନ କରିଛନ୍ତି । ପ୍ରଣବ ପ୍ରକାଶ ଦାସ ସମଲେଶ୍ୱରୀ ମନ୍ଦିର ପହଞ୍ଚିବା ପରେ ତାଙ୍କୁ ଜିଲ୍ଲା ବିଜେଡି ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା l ଏହି ସମୟରେ ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି, "ମୁଖ୍ୟମନ୍ତ୍ରୀ ଓ ବିଜେଡିର ଗୋଟିଏ ମାତ୍ର ଏଜେଣ୍ଡା, ତାହା ହେଉଛି ବିକଶିତ ଓଡିଶା l ଏହି ବିକଶିତ ଓଡ଼ିଶାର ପ୍ରକ୍ରିୟା ସମ୍ବଲପୁର ଲୋକସଭାରୁ ଆରମ୍ଭ ହେବ l ସମ୍ବଲପୁରବାସୀ ମତେ ଭଲ ପାଇବା ଦେଇଥିବାରୁ ମୁଁ ତାଙ୍କ ପାଦତଳେ ଶହ ଶହ ନମନ କରୁଛି l ଲୋକଙ୍କ ଏହିଭଳି ଭଲ ପାଇବା ଦେଖି ମୁଁ ନିଜ ଘରେ ଛିଡା ହୋଇଛି ଭଳି ଲାଗୁଛି l ମୋ ଆଖିରୁ ଲୁହ ଓ ମୋର ହୃଦୟରୁ କୋହ ବାହାରି ଆସୁଛି l ଏଥିପାଇଁ ସମ୍ବଲପୁର ବାସୀଙ୍କୁ କୃତଜ୍ଞତା ଜ୍ଞାପନ କରୁଛି l"

ଏହାମଧ୍ୟ ପଢନ୍ତୁ.. ସମର ପୂର୍ବରୁ ମହାପ୍ରଭୁଙ୍କ ଶରଣରେ ମାଳ ମାଳ ବିଜେଡି ନେତା - BJD Leaders At Jagannath Temple

ସେ ଆଉ ମଧ୍ୟ କହିଛନ୍ତି,"ସମ୍ୱଲପୁରବାସୀଙ୍କ ଠାରୁ ଏମିତି ଭଲ ପାଇବା ମିଳିବ ବୋଲି ମୁଁ କେବେ ଭାବି ନଥିଲି l ମୋର ବାପା ଏଠି ପାଠ ପଢୁଥିଲେ l ମୋର ପିଉସୀ ଏଠି ରହୁଥିଲେ l ସମ୍ବଲପୁର ସହିତ ମୋର ପରିବାରର 60/70 ବର୍ଷର ସମ୍ପର୍କ ରହିଛି l ମୁଖ୍ୟମନ୍ତ୍ରୀ ମତେ ସମ୍ବଲପୁର ଲୋକସଭା ପ୍ରାର୍ଥୀ କରିଥିବାରୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରୁଛି l ସମ୍ବଲପୁର ଆହୁରି ବିକାଶ ଓ ରୂପାନ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ମୋତେ ଏଠାରୁ ଛିଡା କରିଛନ୍ତି l ଆମର ଜନତା ଏବଂ ଲୋକଙ୍କ ସହ କାମ, ଜନତା ନିଷ୍ପତି ନେବେ ସେ କାହାକୁ ବିଜୟୀ କରିବେ l ଜନତା ମୁଖ୍ୟମନ୍ତ୍ରୀଙ୍କ ସହ ପାଞ୍ଚ ପାଞ୍ଚ ଥର ଛିଡା ହୋଇଛନ୍ତି ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଜନତାଙ୍କ ସୁଖ ଦୁଃଖରେ ଭାଗୀଦାରି ହୋଇଛନ୍ତି l ସେଥିପାଇଁ ଆମେ ଆମର ସମ୍ମୁଖରେ କିଏ ଛିଡା ହୋଇଛି ତାହା ଦେଖୁନାହୁଁ l ମୁଖ୍ୟମନ୍ତ୍ରୀ ଆଜି ପର୍ଯ୍ୟନ୍ତ ଯାହା ନିଷ୍ପତି ନେଇଛନ୍ତି ସେଥିରେ ସମ୍ବଲପୁର ବାସୀ ସବୁ ବେଳେ ସମର୍ଥନ ଦେଇଆସିଛନ୍ତି l"

ପ୍ରଣବଙ୍କ ଏହି ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହେଉଥିବା ବେଳେ ସମ୍ବଲପୁରର 7 ଟି ବିଧାନସଭା ସହ ଲୋକସଭା ସିଟ ଲକ୍ଷାଧିକ ଭୋଟରେ ବିଜେଡି ଜିତିବ ବୋଲି କର୍ମୀମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.