ETV Bharat / state

ରାଜ୍ୟରେ ବଢୁଛି ମଦ ବ୍ରିକି; ସର୍ବାଧିକ ରାଜସ୍ବ ଦେଉଛି ବରଗଡ - LIQUOR INCREASING IN ODISHA

ବଢିଛି ଅବକାରୀ ରାଜସ୍ବ । ଗୃହରେ ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ବରଗଡ଼ ଜିଲ୍ଲାରୁ ଆସିଛି ସର୍ବାଧିକ ରାଜସ୍ୱ, ଦ୍ୱିତୀୟରେ ଗଞ୍ଜାମ ।

LIQUOR INCREASING IN ODISHA
LIQUOR INCREASING IN ODISHA (ETV Bharat Odisha)
author img

By ETV Bharat Odisha Team

Published : Dec 7, 2024, 6:55 PM IST

ଭୁବନେଶ୍ବର: ରାଜ୍ୟରେ ବଢୁଛି ମଦ ବ୍ରିକି । ଗୃହରେ ମଦ ବିକ୍ରି ତଥ୍ୟ ମାଗିଲେ ବିଜେଡି ବିଧାୟକ ପ୍ରଶାନ୍ତ ବେହେରା । ସେପଟେ ମଦ ବୋତଲର ବିକଳ୍ପ ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ ସନାତନ ମହାକୁଡ । ରାଜ୍ୟରେ ବର୍ତ୍ତମାନ କେତେ ଠିପି ଖୋଲା, ଠିପି ବନ୍ଦ ମଦ ଦୋକାନ ଏବଂ ବାର୍ ରହିଛି ? ସରକାରୀସ୍ତରରେ କେତେ ଦେଶୀମଦ ଦୋକାନ ଖୋଲାଯାଇଛି ? ଗତ 10 ବର୍ଷ ଭିତରେ ଅବକାରୀ ବିଭାଗ କେଉଁ ସୂତ୍ରରୁ କେତେ ରାଜସ୍ୱ ସଂଗ୍ରହ କରିଛି ବୋଲି ପ୍ରଶ୍ନ କରିଥିଲେ ବିଧାୟକ ପ୍ରଶାନ୍ତ ବେହେରା ।

  • ଏମିତି କହିଲେ ଅବକାରୀ ମନ୍ତ୍ରୀ...

ଏହାର ଉତ୍ତରରେ ଅବକାରୀ ଓ ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି," ରାଜ୍ୟରେ ବର୍ତ୍ତମାନ ୧୦୭୩ଟି ଠିପିବନ୍ଦ ମଦ ଦୋକାନ ଓ ୭୬୨ଟି ଠିପିଖୋଲା ମଦ ଦୋକାନ ରହିଛି । ତେବେ ୭୬୨ଟି ଠିପିଖୋଲା ମଦ ଦୋକାନରୁ ୫୦୯ଟି ବାର ଲାଇସେନ୍ସ ଅଛି । ସରକାରୀ ସ୍ତରରେ ୧୭୯ଟି ଦେଶୀ ମଦ ଦୋକାନ ଏବଂ ୪୮୨ ମହୁଲି ଦେଶୀମଦ ଦୋକାନ ଅଛି । ଗତ ଅବକାରୀ ଆଇନ୍ ଅନୁଯାୟୀ ବିଭିନ୍ନ ସୂତ୍ରରୁ ରାଜସ୍ୱ ଆଦାୟ ହୋଇଛି । ଗତବର୍ଷ ୨୦୨୨-୨୩ ରେ ୫ କୋଟି ୮୩ ଲକ୍ଷ ୪୪ ହଜାର ଲିଟର ବିଦେଶୀ ମଦ ବିକ୍ରି ହୋଇଥିବା ବେଳେ ୨୦୨୩-୨୪ ମସିହାରେ ୫ କୋଟି ୮୮ ଲକ୍ଷ ୮୫ ହଜାର ଲିଟର ବିଦେଶୀ ମଦ ବିକ୍ରି ହୋଇଛି ।"

  • ଦେଶୀ ମଦର ବଢିଛି ଚାହିଦା:

ସେ ଆହୁରି ମଧ୍ୟ କହିଛନ୍ତି," ୨୦୨୨-୨୩ ମସିହାରେ ୧୨ କୋଟି ୯ ଲକ୍ଷ ୬୭ ହଜାର ବଲକ ଲିଟର ବିକ୍ରି ହୋଇଥିବା ବେଳେ ୨୦୨୩-୨୪ ମସିହାରେ ଏହା ବଢି ୧୫ କୋଟି ୩୫ ଲକ୍ଷ ୭୨ ହଜାର ଲିଟର ବଲକ ଲିଟର ବିକ୍ରି ହୋଇଛି । ସେପଟେ ଦେଶୀ ମଦର ମଧ୍ୟ ବଢିଛି ଚାହିଦା । ୨୦୨୨-୨୩ ମସିହାରେ ୮୪ ଲକ୍ଷ ୩୭ ହଜାର ଲିଟର ଦେଶୀ ମଦ ବିକ୍ରି ହୋଇଥିବା ବେଳେ ୨୦୨୩-୨୪ ମସିହାରେ ୯୮ ଲକ୍ଷ ୪୩ ହଜାର ଲିଟର ମଦ ବିକ୍ରି ହୋଇଛି । "

ଏହ ମଧ୍ୟ ପଢନ୍ତୁ...ବିଧାନସଭାରେ ASO ଝଡ଼: ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ପରେ ବିଜେଡିର ହଟ୍ଟଗୋଳ, 4ଟା ଯାଏଁ ଗୃହ ମୁଲତବୀ

ଏହ ମଧ୍ୟ ପଢନ୍ତୁ...ଟ୍ରେନରେ ମଦ ନେଇ ଯାଇପାରିବେ କି ? ଜାଣନ୍ତୁ କ'ଣ ରହିଛି ନିୟମ...

ଏହ ମଧ୍ୟ ପଢନ୍ତୁ...NIPFP ସର୍ଭେରେ ବଡ଼ ଖୁଲାସା, ମଦ ବିକ୍ରିରେ ସବୁଠୁ ଆଗରେ ଏହି ରାଜ୍ୟ

  • ବରଗଡ଼ ଜିଲ୍ଲାରୁ ଆସିଛି ସର୍ବାଧିକ ରାଜସ୍ୱ:

ସେ ଏହା ମଧ୍ୟ କହିଛନ୍ତି," ଅବକାରୀ ରାଜସ୍ୱ ମଧ୍ୟ ବଢି ବର୍ଷ ୨୦୨୩-୨୪ରେ ୭ ହଜାର ୨୧୬ କୋଟି ୯୯ ଲକ୍ଷରେ ପହଞ୍ଚିଛି । ବରଗଡ଼ ଜିଲ୍ଲାରୁ ଆସିଛି ସର୍ବାଧିକ ୧୨୪ କୋଟି ୯୯ ଲକ୍ଷର ଅବକାରୀ ରାଜସ୍ୱ । ଦ୍ୱିତୀୟରେ ରହିଛି ଗଞ୍ଜାମ ଜିଲ୍ଲା । ଗଞ୍ଜାମରୁ ମୋଟ ୯୬ କୋଟି ୧୦ ଲକ୍ଷ ଟଙ୍କାର ଅବକାରୀ ରାଜସ୍ୱ ସଂଗ୍ରହ ହୋଇଛି ।’’

  • ମଦ ବୋତଲ ବିକଳ୍ପ ବ୍ୟବସ୍ଥା:

ମଦ ବୋତଲ ବିକଳ୍ପ ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ ସନାତନ ମହାକୁଡ । କାଚ ବୋତଲ ବଦଳରେ ଅନ୍ୟ ବିକଳ୍ପ ବ୍ୟବସ୍ଥାରେ ମଦ ବିକ୍ରି ପାଇଁ ଦାବି କରିଛନ୍ତି ସେ । ସନାତନ ମହାକୁଡ କହିଛନ୍ତି," କାଚ ବୋତଲରେ ମଦ ବିକ୍ରି ହେଉଥିବାରୁ ବ୍ୟବହାର ପରେ ସେହି କାଚକୁ ଅଧିକାଂଶ ଲୋକ ଭାଙ୍ଗି ବାହାରେ ଫିଙ୍ଗୁଛନ୍ତି । ଯାହାଦ୍ବାରା ପରିବେଶ ନଷ୍ଟ ହେଉଛି ଏବଂ ଅନେକ ଲୋକ ଓ ପ୍ରାଣୀ ସମ୍ପଦ ଆହତ ହେଉଛନ୍ତି । ତେଣୁ ମଦ ବୋତଲର ବିକଳ୍ପ ବ୍ୟବସ୍ଥା କରିବେ କି ସରକାର ? "

  • ଏମିତି କହିଲେ ମନ୍ତ୍ରୀ:

ଉତ୍ତରରେ ଅବକାରୀ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ କହିଛନ୍ତି," ରାଜ୍ୟରେ କାଚ ବୋତଲରେ ମଦ ବିକ୍ରୟ କରାଯାଛି । କିନ୍ତୁ ମଦ୍ୟପମାନେ ନିଶାଗ୍ରସ୍ତ ହୋଇ ଏହି କାଚ ବୋତଲକୁ ଏଣେତେଣେ ଭାଙ୍ଗିଛନ୍ତି । ଯାହା ଚାଷ ଜମି ,ନଦୀ, ପୋଖରୀ ତୁଠ ଭଳି ସର୍ବାସାଧାରଣ ସ୍ଥାନରେ ପଡ଼ିରହୁଛି । ଏହାକୁ ଲୋକ ଓ ଜୀବଜନ୍ତୁ ମାଡ଼ି ଆହତ ହେଉଥିବା ତଥ୍ୟ ନାହିଁ । କିନ୍ତୁ କାଚ ବୋତଲ ସହିତ ପ୍ୟାକେଟରେ ମଦ ବିକ୍ରୟ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । "

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.