ETV Bharat / state

ପେଶାରେ ଡାକ୍ତର ନିଶା ଅଭିନୟ; ୧୮ବର୍ଷର ପୌରାଣିକ ନାଟକକୁ ଉଜ୍ଜିବୀତ କରି ଚର୍ଚ୍ଚାରେ ରୁଦ୍ର ନାରାୟଣ - BOLANGIR DR RUDRA NARAYAN PATEL - BOLANGIR DR RUDRA NARAYAN PATEL

Famous Doctor Rudra Narayan Patel: ପେଶାରେ ଜଣେ ଡ଼ାକ୍ତର ହେଲେ ନିଶା ଅଭିନୟ କରିବା । ଏଭଳି ଜଣେ ବ୍ୟକ୍ତିତ୍ଵ ହେଉଛନ୍ତି ବଲାଙ୍ଗୀରର ସ୍ତ୍ରୀ ଓ ପ୍ରସୂତି ଡ଼ାକ୍ତର ରୁଦ୍ର ନାରାୟଣ ପଟେଲ । ୧୮ ବର୍ଷର ପାରମ୍ପରିକ ଲୋକକଳାକୁ ଉଜ୍ଜିବୀତ କରିବା ସହ ନିଜ ଅଭିନୟରେ ଲୋକପ୍ରିୟତା ସହ ସଫଳତା ହାସଲ କରି ଏବେ ଚର୍ଚ୍ଚାରେ ରହିଛନ୍ତି । ଅଧିକ ପଢନ୍ତୁ

ପେଶାରେ ଡାକ୍ତର ନିଶା ଅଭିନୟ; ୧୮ବର୍ଷର ପୌରାଣିକ ନାଟକକୁ ଉଜ୍ଜିବୀତ କରି ଚର୍ଚ୍ଚାରେ ରୁଦ୍ର ନାରାୟଣ

author img

By ETV Bharat Odisha Team

Published : Apr 29, 2024, 7:04 PM IST

ପେଶାରେ ଡାକ୍ତର ନିଶା ଅଭିନୟ; ୧୮ବର୍ଷର ପୌରାଣିକ ନାଟକକୁ ଉଜ୍ଜିବୀତ କରି ଚର୍ଚ୍ଚାରେ ରୁଦ୍ର ନାରାୟଣ

ବଲାଙ୍ଗୀର: ପେଶାରେ ଡ଼ାକ୍ତର ହେଲେ ନିଶା ତାଙ୍କର ଅଭିନୟ କରିବା । ଡାକ୍ତରୀ ସେବା ସହ ନିଜ ବ୍ୟସ୍ତ ବହୁଳ ଜୀବନରୁ ସମୟ ବାହାର କରି ନିଜ ଅଭିନୟରେ ଲୋକଙ୍କୁ ବେଶ ମନୋରଞ୍ଜନ କରାଇ ଏବେ ଚର୍ଚ୍ଚାରେ ବଲାଙ୍ଗୀରର ଜଣେ ଡାକ୍ତର । କେବଳ ଏତିକି ନୁହଁ ପାରମ୍ପରିକ ଲୋକକଳାକୁ ଉଜ୍ଜିବୀତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି ସେ । ଛୋଟ ଦିନରୁ ନାଟକ ପ୍ରତି ରୁଚିଥିବାବେଳେ ନିଜେ ନାଟକରେ ଅଭିନୟ କରି ବେଶ ପ୍ରଶଂସା ସାଉଁଟିଛନ୍ତି ।

ଆଜିର ଆଧୁନିକ ଯୁଗରେ ଲୋକେ ମୋବାଇଲ, କମ୍ପ୍ୟୁଟର ଓ ଇଣ୍ଟରନେଟରେ ମଜ୍ଜି ରହୁଥିବା ବେଳେ ଲୋକ କଳା ଠାରୁ ମୁହଁ ଫେରାଇ ଦେଲେଣି । ଯାହା ଫଳରେ ହଜିବାକୁ ବସିଲାଣି ପାରମ୍ପରିକ ଲୋକକଳା । ତେବେ ଏହାକୁ ବଜାୟ ରଖିବା ଓ ବିକାଶ ପାଇଁ ଆଗେଇ ଆସିଛନ୍ତି ଜିଲ୍ଲାର ଭୀମ ଭୋଇ ମେଡ଼ିକାଲ କଲେଜ ଡାକ୍ତରଖାନାରେ ସ୍ତ୍ରୀ ପ୍ରସୂତି ବିଭାଗର ବରିଷ୍ଠ ଡାକ୍ତର ରୁଦ୍ର ନାରାୟଣ ପଟେଲ । ଯିଏ ଦିନରେ ରୋଗୀ ସେବା କରି ରାତିରେ ନାଟକରେ ଅଭିନୟ କରି ଲୋକଙ୍କ ମନ ଜିତିଛନ୍ତି ।

ବଲାଙ୍ଗୀରର ଜଗନ୍ନାଥ ପଡ଼ା ରାମଲୀଳା ୧୫୦ବର୍ଷ ପୁରୁଣା ହୋଇଥିବା ବେଳେ ସାରା ଜିଲ୍ଲାରେ ଏହା ପ୍ରସିଦ୍ଧି ଲାଭ କରିଥିଲା । ହେଲେ ଗତ ୧୮ବର୍ଷରୁ ଏହି ପରମ୍ପରାରେ ବାଧା ଆସିବାରୁ ଏହା ବନ୍ଦ ହୋଇଯାଇଥିଲା । ଏପରି ସମୟରେ କଳା ପ୍ରେମୀ ଡ଼ାକ୍ତର ରୁଦ୍ର ନାରାୟଣ ପଟେଲ ନିଜ ମାଆ ମାଟିର ଏହି କଳା ବିକାଶ ପାଇଁ ଆଗକୁ ଆସିଥିଲେ ଏବଂ ନିଜେ ସେ ଏହାପାଇଁ ଅନେକ ଚେଷ୍ଟା କରି ଗତ କିଛି ବର୍ଷ ହେବ ଏହାର ସଫଳ ଆୟୋଜନ କରିଆସୁଛନ୍ତି । ସେ କେତେବେଳେ ରାବଣ ତ କେତେବେଳେ ରାମ ଭଳି ଅନେକ ଭୂମିକାରେ ଅଭିନୟ କରି ବେଶ ପ୍ରଶଂସା ସାଉଁଟିଛନ୍ତି ।

ତେବେ ଜଗନ୍ନାଥ ପଡ଼ା ରାମଲୀଳା ନାଟ୍ୟ ସଂସଦ ତରଫରୁ ସେ ପୁଣି ଏହି ପାରମ୍ପରିକ ରାମଲୀଳାକୁ ବହୁ ଲୋକ ପ୍ରିୟ କରାଇପାରିଛନ୍ତି । ତେବେ ତାଙ୍କର ଏହି ପ୍ରୟାସରେ ତାଙ୍କ ସହ ଅନ୍ୟ କଳାକାର ମାନେ ମଧ୍ୟ ଯୋଡ଼ି ହୋଇଛନ୍ତି । ଯେଉଁଥିରେ ଅନେକ ସରକାରୀ ଚାକିରି କଳା ଲୋକ ଥିବା ବେଳେ ଛାତ୍ର ମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ସମସ୍ତେ ନିଜର ବ୍ୟସ୍ତ ବହୁଳ ଜୀବନ ସତ୍ତ୍ବେ ଏହି ପାରମ୍ପରିକ ନାଟକ କଳାକୁ ଲୋକଙ୍କ ପାଖରେ ପହଞ୍ଚାଉଥିବାର ସୁଯୋଗ ପାଇଥିବାରୁ ବେଶ ଖୁସି ଥିବା କହିଛନ୍ତି ।

ଏନେଇ ନାଟ୍ୟ ଗୁରୁ ବାଳମୁକୁନ୍ଦ ବେହେରା କହିଛନ୍ତି ଯେ ବଲାଙ୍ଗୀରର ଏହି ରାମଲୀଳା ରାଜା ଅମଳରୁ ଚାଲି ଆସୁଥିଲା । ହେଲେ ଡ଼ାକ୍ତର ରୁଦ୍ର ନାରାୟଣ ପଟେଲଙ୍କ ନିଜସ୍ଵ ପ୍ରୟାସରେ ଏହା ପୁଣି ଆରମ୍ଭ ହୋଇ ପାରିଛି ଏବଂ ଏହା ସଫଲ ହେବା ସହ ନୂଆ ପିଢ଼ିକୁ ମଧ୍ୟ ଖୁବ ଆକୃଷ୍ଟ କରିପାରିଛି । ସେପଟେ ଡ଼ାକ୍ତର ରୁଦ୍ର ନାରାୟଣ ପଟେଲ କହିଛନ୍ତି ଯେ ସେ ସବୁବେଳେ ଆମ କଳା ସଂସ୍କୃତି ପ୍ରତି ଶ୍ରଦ୍ଧା ଓ ସମ୍ମାନ ରହିଛି । ଏହି ଲୋକ କଳା ଲୋକଙ୍କୁ ବେଶ ପସନ୍ଦ ଆସୁଥିବା ବେଳେ ଆଗକୁ ସେ ଆହୁରି ଭଲ କରିବାର ପ୍ରୟାସ କରିବେ ବୋଲି କହିଛନ୍ତି । ସେହିପରି ତାଙ୍କର ଝିଅ ଶ୍ରୀୟା ପଟେଲ ବାପା ଜଣେ ଡ଼ାକ୍ତର ହୋଇଥିଲେ ସୁଦ୍ଧା ପାରମ୍ପରିକ କଳା ପ୍ରତି ତାଙ୍କର ସମର୍ପଣକୁ ଦେଖି ସେ ଗର୍ବିତ ଥିବା କହିଛନ୍ତି।

ଏହା ମଧ୍ୟ ପଢନ୍ତୁ: ପକ୍ଷୀଙ୍କ ପେଟ କଥା ବୁଝୁଛନ୍ତି କବି, ଡହଡହ ଖରାରେ ଖାଦ୍ୟ-ଜଳର ବ୍ୟବସ୍ଥା କରିଛନ୍ତି

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.