ETV Bharat / state

ଖାଉଟିଙ୍କ ହାଣ୍ଡିଶାଳ ଉପରେ ଚଡ଼କ, ବେଲଗାମ ହେଉଛି ପନିପରିବା ଦର - Rise In Vegetable Prices

author img

By ETV Bharat Odisha Team

Published : Jul 7, 2024, 4:51 PM IST

Rise In Vegetable Prices: ସାଧାରଣ ଖାଉଟିର ହାଣ୍ଡିଶାଳ ଉପରେ ପଡିଛି ଚଡକ। ଆକାଶଛୁଆଁ ହୋଇ ଯାଇଛି କଞ୍ଚା ପରିବା ଦର । କୌଣସି ବି ପରିବା ୫୦ ଟଙ୍କା ତଳକୁ ନ ଥିବା ବେଳେ ଗରିବ ଓ ମଧ୍ୟବିତ୍ତ ପରିବାର କିପରି ଚଳିବେ ତାକୁ ନେଇ ସମସ୍ୟା ଦେଖାଦେଇଛି । ଅଧିକ ପଢନ୍ତୁ

Rise In Vegetable Prices
Rise In Vegetable Prices (ETV Bharat Odisha)

ରାଉରକେଲା: ହୁ ହୁ ହୋଇ ବଢ଼ିବାରେ ଲାଗିଛି ବଜାରରେ ପନିପରିବା ଦର । ସରକାରୀ ଘୋଷଣା ପୂର୍ବରୁ ଆକାଶ ଛୁଆଁ ହେଲାଣି ଦର । ଖାଉଟି ସମ୍ପୂର୍ଣ୍ଣ ଭାବରେ ହନ୍ତସନ୍ତ ଏବଂ ଏହାକୁ ନେଇ ବର୍ତ୍ତମାନ ଚିନ୍ତାରେ ଲୋକେ । ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଦର ବଢିବ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଲୋକେ । ପନିପରିବା ଦର ବର୍ତ୍ତମାନ ଆକାଶ ଛୁଆଁ ହେବାରେ ଲାଗିଛି । ଏହାର ସିଧାସଳଖ ପ୍ରଭାବ ପଡୁଛି ସାଧାରଣ ଜନତାଙ୍କ ଉପରେ । ରାଉରକେଲାରେ ପରିବା ସହ ଆଳୁ ଏବଂ ପିଆଜ ଦର ବର୍ତ୍ତମାନ ଆକାଶଛୁଆଁ ଏବଂ ପରିବାର ସିଧାସଳଖ ଅଭାବ ମଧ୍ୟରେ ପେଶୀ ହେଉଛନ୍ତି ଖାଉଟି ।

ସୂଚନାଯୋଗ୍ୟ ଯେ ପରିବା ବର୍ତ୍ତମାନ ସୁଦ୍ଧା ମାର୍କେଟ କୁ ଭଲ ଭାବରେ ସପ୍ଲାଇ ହୋଇ ନାହିଁ, ତେଣୁ ପରିବା ଏବଂ ଆଳୁ ପିଆଜର ଅଭାବୀ ଦେଖା ଦେଇଥିବାରୁ ଏହାର ଦରବୃଦ୍ଧି ପାଇଛି । ହଠାତ୍ ଏଭଳି ଦରବୃଦ୍ଧି ରାଉରକେଲା ସହରବାସୀଙ୍କୁ ବିଚଳିତ କରିବା ସହ ସେମାନଙ୍କ ଘରୋଇ ବଜେଟ ଉପରେ ଚଡ଼କ ପକାଇଛି । ଏହାକୁ ନେଇ ଚିନ୍ତାରେ ବର୍ତ୍ତମାନ ସାଧାରଣ ଲୋକ ସମ୍ପୂର୍ଣ୍ଣ ଭାବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପରିବା କିଣିବେ କି ନାହିଁ ତାହା ଭାବି ମଧ୍ୟ ଚିନ୍ତାରେ ଲୋକେ ।

ଏହା ମଧ୍ୟ ପଢନ୍ତୁ... ବେଲଗାମ ପରିବା ଦର; ମୁଣ୍ଡରେ ହାତ ଦେଲେଣି ଗ୍ରାହକ, କେବେ ହେବ ନିୟନ୍ତ୍ରଣ ! - Rise In Vegetable Prices In Odisha

ପ୍ରତ୍ୟେକ ଦିନ ଆଶ୍ଚର୍ଯ୍ୟ ଜନକ ଭାବେ ପରିବା ଦର ବୃଦ୍ଧି ରାଉରକେଲା ଗ୍ରାହକଙ୍କୁ ଅଡୁଆରେ ପକାଇଛି ଏବଂ ପ୍ରତ୍ୟକ ଦିନ ୫ ରୁ ୧୦ ଟଙ୍କା ଦର ବୃଦ୍ଧି ହେଉଛି । ତେବେ ଫୁଲକୋବି ୮୦ ଟଙ୍କା କିଲୋ ହୋଇଥିବା ପୋଟଳ କିଲୋ ୬୦ ଟଙ୍କା, ବାଇଗଣ ୬୦ ଟଙ୍କା, ବନ୍ଧାକୋବି ୬୦ଟଙ୍କା, ଭେଣ୍ଡି ୫୦ ଟଙ୍କା ଟମାଟୋ ୮୦ ରୁ ନେଇ ୯୦ ଟଙ୍କା କିଲୋ, କଦଳୀ କିଲୋ ୭୦ ଟଙ୍କା, ମାଟି ଆଳୁ ୧୦୦ ଟଙ୍କା ଏବଂ କାଙ୍କଡ଼ ୧୦୦ ଟଙ୍କା, କଲରା ୯୦ ଟଙ୍କା କିଲୋ ବିକ୍ରି ହେଉଛି ।

ସପ୍ତାହେ ତଳେ ୪୦ ଟଙ୍କା କିଲୋରେ ମିଳୁଥିବା ପିଆଜ ବର୍ତ୍ତମାନ କିଲୋ ପିଛା ୫୦ ଟଙ୍କାରେ ପହଞ୍ଚିଛି ଏବଂ ଆଳୁ ମଧ୍ୟ ୪୦ ଟଙ୍କା ପାର କରିଛି । ଅନ୍ୟ ପକ୍ଷରେ କିଛିଦିନ ତଳେ ଆଳୁର ଦର ମଧ୍ୟ ୩୦ ରୁ ୩୫ ଟଙ୍କାରେ ବିକ୍ରି ହେଉଥିଲା । ତେବେ ସମସ୍ତ ପନିପରିବା ସହ ପିଆଜ ଓ ଆଳୁ ଦର ହୁ ହୁ ହୋଇ ବଢି ଥିବାରୁ ଏକ ଅପ୍ରତ୍ୟାଶିତ ସଙ୍କଟର ସମ୍ମୁଖୀନ ହେଉଛନ୍ତି ରାଉରକେଲା ସହର ବାସୀ । ହଠାତ୍ ଏଭଳି ଦରବୃଦ୍ଧି ରାଉରକେଲା ସହରବାସୀଙ୍କ ହାଣ୍ଡିଶାଳରେ ଅଭାବୀ ସଙ୍କଟ ସୃଷ୍ଟି କରିଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.