ETV Bharat / state

ରାଉରକେଲା ପୋଲିସର ନିର୍ବାଚନୀ ପ୍ରସ୍ତୁତି - Election preparation - ELECTION PREPARATION

Election Preparation: ନିର୍ବାଚନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରାଉରକେଲା ଜିଲ୍ଲା ପୋଲିସ । ଆରମ୍ଭ ହୋଇଛି ସର୍ଭିଲାନ୍ସ । ବେଆଇନ ମଦ, ଟଙ୍କା ସହ ହତିଆର ଚାଲାଣ ଉପରେ ନଜର । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Mar 27, 2024, 3:23 PM IST

Election Preparation

ରାଉରକେଲା: ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ । କୋଡ଼ ଅଫ କଣ୍ଡକ୍ଟ ଲାଗିବା ପରେ ବର୍ତ୍ତମାନ ରାଉରକେଲା ଜିଲ୍ଲା ପୋଲିସ ସମ୍ପୂର୍ଣ୍ଣ ତତ୍ପର ହୋଇ ଏନ୍ଫୋର୍ସମେଣ୍ଟକୁ କଡା କରାଯାଇଛି । ସମସ୍ତ ନିର୍ବାଚନ ମଣ୍ଡଳୀରେ ବ୍ୟାପକ ମାତ୍ରାରେ ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ସହ ତିନୋଟି ଫ୍ଲାଇଂ ସ୍କ୍ୱାର୍ଡ ର ନିର୍ମାଣ କରାଯାଇଛି । ଏହି ସ୍କ୍ୱାର୍ଡରେ ଜଣେ ଲେଖାଏଁ ମାଜିଷ୍ଟ୍ରେଟ ରହିଛନ୍ତି ।

ସାଧାରଣ ନିର୍ବାଚନକୁ ନେଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏନେଇ ରାଉରକେଲା ଏସପି କାର୍ଯ୍ୟାଳୟଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପଶ୍ଚିମାଞ୍ଚଳ DIG ମିତ୍ରଭାନୁ ମହାପାତ୍ର । ସେ କହିଛନ୍ତି ଯେ, ରାଉରକେଲା ପୋଲିସ ଜିଲ୍ଲା ଅଧୀନରେ ଥିବା 3 ଟି ନିର୍ବାଚନ ମଣ୍ଡଳୀ ରାଉରକେଲା, ରଘୁନାଥପାଲ୍ଲୀ ଏବଂ ବଣାଇ ରହିଛି ଏବଂ ବିରମିତ୍ରପୁର ନିର୍ବାଚନ ମଣ୍ଡଳୀ କିଛି ଅଞ୍ଚଳ ରାଉରକେଲା ପୋଲିସ ଅଧୀନରେ ରହିଛି । ତେବେ କୋଡ଼ ଅଫ କଣ୍ଡକ୍ଟ ଲାଗିବା ପରେ ବର୍ତ୍ତମାନ ରାଉରକେଲା ଜିଲ୍ଲା ପୋଲିସ ସମ୍ପୂର୍ଣ୍ଣ ତତ୍ପର ହୋଇ ଏନ୍ଫୋର୍ସମେଣ୍ଟକୁ କଡା କରିଛି ।

ସମସ୍ତ ନିର୍ବାଚନ ମଣ୍ଡଳୀରେ ବ୍ୟାପକ ମାତ୍ରାରେ ପୋଲିସ ସୁରକ୍ଷା ବ୍ୟବସ୍ଥା କରାଯାଉଛି ଏବଂ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ତିନୋଟି ଫ୍ଲାଇଂ ସ୍କ୍ୱାର୍ଡର ନିର୍ମାଣ କରାଯାଇଛି । ଏହି ସ୍କ୍ୱାର୍ଡରେ ଜଣେ ଲେଖାଏଁ ମାଜିଷ୍ଟ୍ରେଟ ରହିଛନ୍ତି । ଏବଂ ନିର୍ବାଚନ ମଣ୍ଡଳୀରେ ଯେଉଁ ଲୋକେ ଅଭିଯୋଗ କରିବେ ସମସ୍ତ ଅଭିଯୋଗକୁ ସେ ତଦନ୍ତ କରିବେ ଏବଂ ଘଟଣା ସ୍ଥଳରେ ପହଞ୍ଚିବେ । ସମ୍ବେଦନଶୀଳ ଅଞ୍ଚଳଗୁଡିକରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ଏହାମଧ୍ୟ ପଢନ୍ତୁ.. ଆଚରଣ ବିଧି ନାଁରେ ସରକାରୀ କର୍ମଚାରୀଙ୍କ ଜୁଲୁମ ଅଭିଯୋଗ - Model Code Of Conduct Violation

ଝାଡ଼ଖଣ୍ଡ ରାଜ୍ୟ ସହ ସୀମା ଲାଗିଥିବା ଅଞ୍ଚଳରେ ପୋଲିସ ଏବଂ CRPF ପକ୍ଷରୁ ବର୍ତ୍ତମାନଠାରୁ କଡା ନଜର ରଖାଯିବା ଆରମ୍ଭ ହୋଇଯାଇଛି । ବର୍ଡର ଅଞ୍ଚଳରେ ମାଓ ଗତିବିଧି ବଢିବାର ଆଶଙ୍କା ରହିଥିବା ବେଳେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ବର୍ତ୍ତମାନ ଠାରୁ ପଦକ୍ଷେପ ଗ୍ରହଣ କରାଯାଇଛି । ସୀମାଗୁଡିକରେ ଯାଞ୍ଚ କଡାକଡି କରାଯାଇଛି । ବର୍ଡରରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ସହ ଇଣ୍ଟର ଷ୍ଟେଟ ଏବଂ ଇନଟ୍ରା ଷ୍ଟେଟ କରାଯାଇଛି।

ବର୍ତ୍ତମାନ ଠାରୁ ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା 11ଟି ବେଆଇନ ବନ୍ଧୁକ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ପୋଲିସ ରାଉରକେଲାରୁ ବେଆଇନ ମଦ ବେପାରରେ ୯୦୩ ଲିଟର ବିଦେଶୀ ମଦ ଜବତ କରିଛି । ତେବେ ସମସ୍ତ ଚେକ ପୋଷ୍ଟରେ ବର୍ତ୍ତମାନ ସିସିଟିଭି ଲଗାଯିବ ଏବଂ କିଭଳି ଭାବରେ ବେଆଇନ ଭାବରେ ଟଙ୍କା କାରବାର ବନ୍ଦ ରହିବ ସେନେଇ ଉଦ୍ୟମ କରିବ ।

ରାଉରକେଲା, ରଘୁନାଥପାଲ୍ଲୀ, ବଣାଇ ମଣ୍ଡଳି ସହ ଜିଲ୍ଲାର ଅନ୍ୟାନ୍ୟ ମଣ୍ଡଳୀ ପାଇଁ 26 ଏପ୍ରିଲ ରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନୋମିନେସନ ପ୍ରକ୍ରିୟା ଆରମ୍ଭ ହେବ । ଏହି ପ୍ରକ୍ରିୟା ମେ 3 ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ୬ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ । ପ୍ରତ୍ୟାହାର ପରେ ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲାର ଲୋକସଭା ଏବଂ ସାତଟି ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀଙ୍କ ତାଲିକା ଆସିବ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.