ETV Bharat / state

ନାବାଳିକାକୁ ହତ୍ୟା ପରେ କାଟିବା ଘଟଣା, ଅପରାଧ ପୂର୍ବରୁ କ୍ରାଇମ ସୋ' ଦେଖିଥିଲା ଅଭିଯୁକ୍ତ ! - MINOR GIRL MURDER CASE

ରାଉରକେଲାରେ ନାବାଳିକାକୁ ହତ୍ୟା କରି ଶରୀରକୁ କାଟିଦେବା ଘଟଣା । ଅଭିଯୁକ୍ତ ଜଣକ ଟେଲିଭିଜନର ଏକ ଲୋକପ୍ରିୟ କ୍ରାଇମ ସୋ' ଦେଖିଥିବା ସୂଚନା ।

Minor Girl Murder Case
Minor Girl Murder Case (ETV Bharat Odisha)
author img

By ETV Bharat Odisha Team

Published : Dec 13, 2024, 9:06 PM IST

ଝାରସୁଗୁଡା: ନାବାଳିକାକୁ ହତ୍ୟା କରି କାଟି ଫିଙ୍ଗି ଦେବା ଘଟଣା । ଏହି ଘଟଣା ବର୍ତ୍ତମାନ ଝାରସୁଗୁଡା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୋଲିସ ସୂତ୍ରରୁ ପ୍ରକାଶ ଯେ, ଅଭିଯୁକ୍ତ କୁନୁ ଏଭଳି ଜଘନ୍ୟ ଅପରାଧ ଘଟାଇବା ପାଇଁ ଟେଲିଭିଜନର ଏକ ଲୋକପ୍ରିୟ କ୍ରାଇମ ସୋ' ଦେଖିଥିଲା।

କ'ଣ ଥିଲା ପୂରା ଘଟଣା?

Minor Girl Murder Case (ETV Bharat Odisha)

ପ୍ରଥମେ ନାବାଳିକାକୁ ଭଲ ପାଉଥିଲା, ଆଉ ତା' ପରେ ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଇଥିଲା ଅଭିଯୁକ୍ତ କୁନୁ। ତେବେ ପୀଡିତା ଜଣକ କୋର୍ଟରେ ନିଜ ବୟାନ ଦେଇ ତାକୁ ପୁଣି ଥରେ ଜେଲ ନପଠେଇ ଦିଅନ୍ତୁ ସେହି ଡରରେ ଜେଲରୁ ଜାମିନରେ ଆସିଥିବାବେଳେ କରିଥିଲା ବଡ଼ ଯୋଜନା । ନାବାଳିକା ଜଣଙ୍କୁ ନିଜ ରାସ୍ତାରୁ ସବୁଦିନ ପାଇଁ ହଟାଇବାକୁ ଚକ୍ରାନ୍ତ କରିଥିଲା ଅଭିଯୋଗ ।

ପୀଡିତାଙ୍କୁ ନ୍ୟାୟ ଦାବି:

ଆଇନଜୀବୀ ନରେଶ ନାଏକ କହିଛନ୍ତି, "ଝାରସୁଗୁଡା ସ୍ଥିତ ନିଜ ମାଉସୀ ଘରେ ରହୁଥିବା ଜାଣି ନାବାଳିକାକୁ ନିଜ ଜାଲରେ ଫସାଇ ଝାରସୁଗୁଡାରୁ ରାଉରକେଲା ଆଡ଼କୁ ଆଣି ତାର ହତ୍ୟା କରିଥିଲା ଅଭିଯୁକ୍ତ । କେହି ଯେମିତି ନାବାଳିକାର ପରିଚୟ ନପାଇବେ ସେନେଇ ଖଣ୍ଡ ଖଣ୍ଡ କରି ୬ ଖଣ୍ଡ କରି କାଟି ଶରୀରକୁ ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲା ଅଭିଯୁକ୍ତ କୁନୁ । ହାତର ପାପୁଲି ଓ ମୁହଁକୁ ନିଆଁରେ ପୋଡ଼ି ଦେଇଥିଲା । ଗତ ୭ତାରିଖରେ ନାବାଳିକାର ମାଉସୀ ଘର ଲୋକେ ଥାନାରେ ଅଭିଯୋଗ କରିଥିଲେ ଏବଂ ପୋଲିସ ନିଖୋଜ ଥିବା ନାବାଳିକାକୁ ତଲାସ କରିଥିଲେ ।" ସେପଟେ ନରେଶ ନାଏକ କହିଛନ୍ତି, ଏହି ଘଟଣାରେ ଯାହାର ସମ୍ପୃକ୍ତି ରହିଛି ସମସ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ।"

ଏହା ବି ପଢନ୍ତୁ...ଜେଲରେ ପ୍ରତିଶୋଧ ନିଆଁରେ ଜଳୁଥିଲା ପ୍ରେମିକ, ବେଲରେ ଆସି ନାବାଳିକାକୁ କଲା 6 ଖଣ୍ଡ - MINOR GIRL MURDERED

ଏହା ବି ପଢନ୍ତୁ... ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା, ଦୁଇ ଅଭିଯୁକ୍ତ ଗିରଫ

ଏହା ବି ପଢନ୍ତୁ... ଦିଲ୍ଲୀ ଟ୍ରିପଲ ମର୍ଡର: ବାପା-ମାଆ-ଭଉଣୀଙ୍କୁ ହତ୍ୟା କଲା ପୁଅ

ଅଭିଯୁକ୍ତକୁ କଠୋର ଦଣ୍ଡ ଦାବି:

ଝାରସୁଗୁଡାରେ ଲଗାଯାଇଥିବା ଏଆଇ କ୍ୟାମେରାରେ ପୋଲିସ ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରିଥିଲା ଏବଂ ଅଭିଯୁକ୍ତ କୁନୁ କିଷାନ ନାଁରେ ହତ୍ୟା ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲା । ତେବେ ଏହି ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଜନସାଧାରଣ ଏବଂ ଆଇନଜୀବୀ ଅଭିଯୁକ୍ତକୁ କଠୋର ଦଣ୍ଡ ଦେବା ପାଇଁ ଦାବି କରିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.