ETV Bharat / state

ସୁନା ପୁଅ ରୋହିତ ରାଜ; ସର୍ବଭାରତୀୟ ଭାରୋତ୍ତୋଳନରେ ଉଠାଇଲେ ଗୋଲ୍ଡ - National Weightlifting Championship

author img

By ETV Bharat Odisha Team

Published : Jul 20, 2024, 10:02 PM IST

National Weightlifting Championship: ଜାତୀୟସ୍ତରୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତିଲେ ଓଡ଼ିଆ ପୁଅ ରୋହିତ ରାଜ ଭଟ୍ଟ । ପରିବାରରେ ଖୁସିର ମାହୋଲ । ଅଧିକ ପଢ଼ନ୍ତୁ

National Weightlifting Championship
National Weightlifting Championship (ETV Bharat Odisha)

ରାଉରକେଲା: ସର୍ବଭାରତୀୟ ସ୍ତରରେ ଓଡ଼ିଆ ପୁଅଙ୍କ କମାଲ । ଜାତୀୟସ୍ତରୀୟ ଭାରୋତ୍ତୋଳନରେ ଗୋଲ୍ଡ ମେଡାଲ ହାସଲ କରିଛନ୍ତି ରାଉରକେଲାର ୧୭ ବର୍ଷୀୟ ରୋହିତ ରାଜ ଭଟ୍ଟ । ଦିଲ୍ଲୀରେ ଆୟୋଜିତ ଜାତୀୟସ୍ତରୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଗୋଲ୍ଡ ମେଡାଲ ଜିତିଛନ୍ତି ରୋହିତ । ଯାହାକୁ ନେଇ ରୋହିତ ଓ ପରିବାର ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ । ଦିଲ୍ଲୀ ଠାରେ ଇଣ୍ଡିଆନ ପାୱାର-ଲିଫ୍ଟିଙ୍ଗ୍‌ ଫେଡେରେସନ ପକ୍ଷରୁ ଜାତୀୟସ୍ତରୀୟ ପାୱାରଲିଫ୍ଟ ଚମ୍ପିଆନସିପ୍‌ ଆୟୋଜନ ହୋଇଥିଲା । ଏଥିରେ ଉପକନିଷ୍ଠ ବର୍ଗରେ ୭୪ କେଜି କାଟାଗୋରୀରେ ଭାଗ ନେଇ ରୋହିତ ରାଜ ଭଟ୍ଟ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।

ତେବେ ଗୋଲ୍ଡ ମେଡାଲକୁ ନିଜ ପରିବାର ବର୍ଗଙ୍କୁ ଉତ୍ସର୍ଗ କରିଛନ୍ତି ରୋହିତ । ଏହି ସଫଳତାର ଶ୍ରେୟ ସେ ନିଜ ବାପା ଏବଂ ମାଆଙ୍କୁ ଦେଇଛନ୍ତି । ସେ କହିଛନ୍ତି, "ପ୍ରଥମ ଥର ପାଇଁ ଜାତୀୟସ୍ତରରେ ଖେଳିଲି ଏବଂ ପାୱାରଲିଫ୍ଟ ଏବଂ ଡେଡ୍‌ଲିଫ୍ଟରେ ଭଲ ପ୍ରଦର୍ଶନ କରିଥିବାରୁ ଗୋଲ୍ଡ ମେଡାଲ ପାଇଛି । ଖେଳ ପ୍ରଦର୍ଶନ କରିବା ଆଗରୁ ଟିକିଏ ନର୍ଭସ ଥିଲି । କିନ୍ତୁ ମନକୁ ଶାନ୍ତ ରଖି ଭଲ ପ୍ରଦର୍ଶନ କରିଥିଲି ଏବଂ ଯେହେତୁ ଟ୍ରେନିଂ ଭଲ ହୋଇଥିଲା ଏବଂ ଡାଏଟ ସହ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟ ଭଲ କରିଥିଲି, ତେଣୁ ଭଲ ପ୍ରଦର୍ଶନ ହେଲା । ମୋ ସହ ଉତ୍ତରପ୍ରଦେଶ ପ୍ରତିଯୋଗୀଙ୍କର କଡ଼ା ଫାଇଟ ହୋଇଥିଲା । ତାଙ୍କୁ ହରାଇ ମୁଁ ଗୋଲ୍ଡ ମେଡାଲ ଜିତିବା ପରେ ବେଶ ଖୁସି ଲାଗୁଛି ।"

ଆଗକୁ ଭାରତୀୟ ଦଳକୁ ଏସିଆନ ଗେମ୍ସରେ ଏବଂ ଅଲିମ୍ପିକରେ ପ୍ରତିନିଧିତ୍ଵ କରି ଦେଶ, ରାଜ୍ୟ ସହ ରାଉରକେଲା ପାଇଁ ଗର୍ବ ଆଣିବାକୁ ଆଶାବାଦୀ ଅଛନ୍ତି ରୋହିତ । ତେବେ ରୋହିତଙ୍କ ମାଆ ମଧ୍ୟ ପୁଅର ସଫଳତାରେ ବେଶ ଖୁସି ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ପୁଅ ଆଗକୁ ଆହୁରି ବଢିବ । ସେ ଚେଷ୍ଟା କରୁଛି । ଦିନେ ଦେଶର ନାଁ ରଖିବ ବୋଲି ଆଶା ଆଉ ବିଶ୍ବାସ ରହିଛି ।" ପୁଅର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଛନ୍ତି ପରିବାର । ଉଲ୍ଲେଖଯୋଗ୍ୟ, ବାସନ୍ତୀ କଲୋନୀ ନିବାସୀ ନିରଞ୍ଜନ ଭଟ୍ଟ ଓ ରଶ୍ମିତା ଭଟ୍ଟଙ୍କ ସୁପୁତ୍ର ରୋହିତ । ଯିଏକି ଦିଲ୍ଲୀରେ ଆୟୋଜିତ ଜାତୀୟସ୍ତରୀୟ ଭାରୋତ୍ତୋଳନ ପ୍ରତିଯୋଗିତାରେ ଏଭଳି ସଫଳତା ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ ଓଡ଼ିଶା ସମେତ ୨୯ଟି ରାଜ୍ୟର ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଅସ୍ମିତା ଖେଲୋ ଇଣ୍ଡିଆରେ ଚମକିଲେ ଓଡ଼ିଆ ୱେଟ୍‌-ଲିଫ୍ଟର; ପୋଛି ଆଣିଲେ ୨୭ ପଦକ - Odisha bags 27 Medals

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.