ETV Bharat / state

ଆସୁଛି ପାର୍ବଣ ଋତୁ, ଅକ୍ଟୋବର ୫ ସୁଦ୍ଧା ସମସ୍ତ ରାସ୍ତା କାମ ସାରିବା ପାଇଁ ମନ୍ତ୍ରୀଙ୍କ ତାଗିଦ୍‌ - Repair Road In Town Cities

author img

By ETV Bharat Odisha Team

Published : Sep 14, 2024, 7:58 PM IST

Repair Road In Town Cities Ahead Of Festive season: ପୂଜାକୁ ଦୃଷ୍ଟିରେ ରଖି ସବୁ ସହରର ରାସ୍ତା ମରାମତି କାମ କରିବାକୁ ପୂର୍ତ୍ତ ବିଭାଗର ନିର୍ଦ୍ଦେଶ । ଅଧିକ ପଢ଼ନ୍ତୁ

Repair Road
Repair Road (ETV Bharat Odisha)

ଭୁବନେଶ୍ବର: ଆଗକୁ ଆସୁଛି ଦଶହରା । ଏହା ପୂର୍ବରୁ ଦ୍ୱୈତନଗରୀ ସହ ରାଜ୍ୟର ସବୁ ସହରର ରାସ୍ତା ମରାମତି କାମ ସରିବ । ଏଥିପାଇଁ ଡେଡ୍‌ଲାଇନ ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ଭୁବନେଶ୍ବର ଓ କଟକ ସମେତ ରାଜ୍ୟର ଅନ୍ୟ ପ୍ରମୁଖ ସହରର ରାସ୍ତା ମରାମତି କାର୍ଯ୍ୟ ଅକ୍ଟୋବର ୫ ସୁଦ୍ଧା ଶେଷ ହେବ । ପାର୍ବଣକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରଥମ ଥର ଲାଗି ଦ୍ବୈତ ନଗରୀ ପାଇଁ ବସିଥିବା ସ୍ଵତନ୍ତ୍ର ବୈଠକ ପରେ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ଏହାସହିତ ଜଳବନ୍ଦୀ ସମସ୍ୟା ଦୂର ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ।

Repair Road In Town Cities Ahead Of Festive season (ETV Bharat Odisha)

ଅକ୍ଟୋବର ୫ ସୁଦ୍ଧା ରାସ୍ତା ମରାମିତି କାର୍ଯ୍ୟ ସରିବ:

ପୂର୍ତ୍ତ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି, "ପାର୍ବଣ ଋତୁ ପୂର୍ବରୁ ଭୁବନେଶ୍ବର ଓ କଟକରେ ଯେତେ ସବୁ ରାସ୍ତା ଅଛି ସେସବୁର ମରାମତି କରି ଲୋକମାନଙ୍କର ଯାତାୟତକୁ ସୁଗମ କରିବା ପାଇଁ ତାକୁ ଆଖି ଆଗରେ ରଖି ଏକ ସମନ୍ବୟ ବୈଠକ ଡକାଯାଇଥିଲା । ଆସନ୍ତା ଅକ୍ଟୋବର ୫ ତାରିଖ ସୁଦ୍ଧା ସବୁ ରାସ୍ତାର ମରାମତି ପାଇ ବିଭାଗମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅକ୍ଟୋବର ୫ ସୁଦ୍ଧା ସମସ୍ତ କାର୍ଯ୍ୟ ସରିବ । କାମରେ ସାମାନ୍ୟ ଅବହେଳା ହେବ ନାହିଁ । ଯେପରି ଲୋକମାନଙ୍କର କୌଣସି ସମସ୍ୟା ହେବ ନେହିଁ ସେନେଇ ନିର୍ଦ୍ଦେଶ ଦିଆଯାଇଛି ।"

Repair Road In Town Cities Ahead Of Festive season

ସୋଫିଆ ଫିର୍ଦୋସଙ୍କ ପ୍ରତିକ୍ରିୟା:

ବୈଠକରେ ଯୋଗଦେଇ ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦୋସ କହିଛନ୍ତି, "ଆମେ ଗଣେଶ ପୂଜା ବୁଲିବା ବେଳେ ଅନେକ ରାସ୍ତାଘାଟ ଅବସ୍ଥା ଦେଖିଛୁ । ଲୋକମାନେ ଅସନ୍ତୁଷ୍ଟ ହୋଇ ସିଏମସିକୁ କହୁଛନ୍ତି, କଲ୍‌ ବି କରୁଛନ୍ତି । ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ମଧ୍ୟ ଜଣାଉଛନ୍ତି । ଏପର୍ଯ୍ୟନ୍ତ ଯେତେ ଅଭିଯୋଗ ଆସିଛି, ଆମେ ଏକ ତାଲିକା କରି ମନ୍ତ୍ରୀ, ସିଏମସି କମିଶନରଙ୍କୁ ଦିଆଯାଇଛି । ଯେମିତି ଯଥାଶୀଘ୍ର ଅକ୍ଟୋବର ୫ ତାରିଖ ପୂର୍ବରୁ ରାସ୍ତାଘାଟ ମରାମିତି କାର୍ଯ୍ୟ ସରିଯିବ । ଯେମିତି ସମସ୍ତେ ପୂଜା ମାହୋଲରେ ଭଲରେ ବୁଲିପାରିବେ ।"

ଏହା ମଧ୍ୟ ପଢ଼ନ୍ତୁ...ଦୁର୍ଗାପୂଜାରେ ଡିଜେ-ମଦ ପରେ ଏବେ ଲେଜର ଲାଇଟ ମନା - Laser light ban

ଜଳବନ୍ଦୀ ସମସ୍ୟା ସୃଷ୍ଟି ନ ହେବା ପାଇଁ ଦାବି :

ଏପଟେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି, "ରାସ୍ତା ଓ ଡ୍ରେନ କାମ ବେଳେ ବିଭାଗ ବିଭାଗ ମଧ୍ୟରେ ସମନ୍ଵୟ ରହୁନି । ଫଳରେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିଭଳି ସମନ୍ଵୟ ରହିବ, ସେ ନେଇ ଗୁରୁତ୍ଵ ଦେବାକୁ ଦାବି କରିଛି । ଆଗକୁ ରାସ୍ତା ତିଆରି ବେଳେ ଖରାପ ରାସ୍ତାକୁ ସମ୍ପୂର୍ଣ୍ଣ ଖୋଳି ନୂଆ ଦୀର୍ଘ ମିଆଦି ରାସ୍ତା ତିଆରି କରନ୍ତୁ । ୧୯୮୦ ମସିହାରୁ ତିଆରି ହୋଇଥିବା ଘର ଏବେ ରାସ୍ତା ଠୁ ତଳେ ରହିଲେଣି । ଯାହାଫଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଉଛି ।"

ଏହା ମଧ୍ୟ ପଢ଼ନ୍ତୁ...Rain Water On Bridge : ବର୍ଷାରେ ବେହାଲ ମାଲକାନଗିରି; ପୋଲ ଉପରେ ୨ ଫୁଟ ଉଚ୍ଚ ପାଣି, ୩ ରାଜ୍ୟକୁ ଯୋଗାଯୋଗ ବିଚ୍ଛିନ୍ନ - Heavy rain in Malkangiri

କେଉଁ ସହରରେ କେତେ ରାସ୍ତା ମରାମତି:

ବୈଠକରୁ ମିଳିଥିବା ସୂଚନା ଅନୁସାରେ, ଦ୍ବୈତ ନଗରୀ କଟକ ଓ ଭୁବନେଶ୍ୱରରେ ଥିବା ମୋଟ ୯୧୩ଟି ରାସ୍ତାରୁ ୩୮୫ଟି ରାସ୍ତା ଅବସ୍ଥା ଖରାପ ହୋଇ ପଡ଼ିଛି । ସେଥିମଧ୍ୟରୁ ୩୧୬ଟି ରାସ୍ତାରେ ସାମାନ୍ୟ ମରାମତି ଦରକାର ହେଉଥିବା ବେଳେ ୬୯ଟି ରାସ୍ତାରେ ବଡ଼ ତଥା ବ୍ୟାପକ ମରାମତି ଆବଶ୍ୟକ । ରାଜଧାନୀ ଭୁବନେଶ୍ବରରେ ମୋଟ ୭୯୮ କିଲୋମିଟର ବିଶିଷ୍ଟ ୮୧୮ଟି ରାସ୍ତା ରହିଥିବା ବେଳେ ୨୨୨ କିଲୋମିଟର ବିଶିଷ୍ଟ ୩୫୧ଟି ରାସ୍ତାରେ ମରାମତି ଆବଶ୍ୟକ । ସେଥିମଧ୍ୟରୁ ୧୫୦.୭୬ କିଲୋମିଟର ବିଶିଷ୍ଟ ୨୮୯ଟି ରାସ୍ତାରେ ସାମାନ୍ୟ ମରାମତି ଦରକାର ହେଉଥିବା ବେଳେ ୭୧ କିଲୋମିଟର ବିଶିଷ୍ଟ ୬୨ଟି ରାସ୍ତାରେ ବ୍ୟାପକ ମରାମତି ଦରକାର ।

ଏହା ମଧ୍ୟ ପଢ଼ନ୍ତୁ...Cuttack City Problems: ସହରର ସମସ୍ୟାକୁ ନେଇ କଡା ଟିପ୍ପଣୀ ରଖିଲେ ହାଇକୋର୍ଟ, ତୁରନ୍ତ ମୌଳିକ ସମସ୍ୟା ପୂରଣ କର ନଚେତ୍‌ କାର୍ଯ୍ୟାନୁଷ୍ଠାନ - Orissa High Court

କଟକ ସହର ରାସ୍ତା:
ସେହିପରି କଟକରେ ମୋଟ ୧୯୭ କିଲୋମିଟର ବିଶିଷ୍ଟ ୯୫ଟି ରାସ୍ତା ରହିଥିବା ବେଳେ ୮୦ କିଲୋମିଟର ବିଶିଷ୍ଟ ୩୪ଟି ରାସ୍ତାରେ ଆବଶ୍ୟକ ମରାମତି । ସେଥିମଧ୍ୟରୁ ୨୭ଟି ରାସ୍ତାରେ ୭୦ କିଲୋମିଟର ରାସ୍ତାରେ ସାମାନ୍ୟ ମରାମତି ଦରକାର ହେଉଥିବା ବେଳେ ୭ଟି ରାସ୍ତାର ୯.୫୯ କିଲୋମିଟରରେ ଆବଶ୍ୟକ ବ୍ୟାପକ ମରାମତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.