ଭୁବନେଶ୍ବର: ରାଷ୍ଟ୍ରପତିଙ୍କ ଡ୍ୟୁଟି ପାଇଁ ଆସିଥିବା ଯବାନଙ୍କ ବନ୍ଧୁକ ଚୋରି । ଭୁବନେଶ୍ୱର ଆସିଥିବା ଅଷ୍ଟମ IRBର ଯବାନଙ୍କ ଇନସାସ ବନ୍ଧୁକର ପତ୍ତା ମିଳୁନି । ଯବାନଙ୍କ ବନ୍ଧୁକ ଚୋରି ନେଇ ମୈତ୍ରୀ ବିହାର ଥାନାରେ ଏକ ଅଭିଯୋଗ ପରେ କେସ ରୁଜୁ କରିଛି କମିଶନରେଟ୍ ପୋଲିସ । ଏନେଇ ରାଜ୍ୟ ଇଣ୍ଟେଲିଜେନ୍ସ ସମେତ ପୁରା ଡିପାର୍ଟମେଣ୍ଟକୁ ଆଲର୍ଟ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଡିସିପି ।
ସୂଚନା ମୁତାବକ ଗତ ୨୩ ଓ ୨୪ ତାରିଖରେ ରାଷ୍ଟ୍ରପତିଙ୍କ ଭିଆଇପି ଡ୍ୟୁଟି ପାଇ ଗଞ୍ଜାମରୁ ଆସିଥିଲେ ଅଷ୍ଟମ IRB ବାଟାଲିୟନର ଯବାନ । ସେଥିପାଇଁ ସମସ୍ତ ଯବାନଙ୍କ ପାଇ ରହିବା ପାଇଁ ସପ୍ତମ ବାଟାଲିୟନ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଠାରେ ବ୍ୟବସ୍ଥା ହୋଇଥିଲା । ସମସ୍ତ ଯବାନ ଡ୍ୟୁଟିକୁ ଯିବା ଓ ଆସିବା ସହ ସେମାନଙ୍କ ବନ୍ଧୁକ ରଖିବା ଦାୟିତ୍ବ ମଧ୍ୟ ବ୍ୟବସ୍ଥା ହୋଇଥିଲା । ତେବେ ଡ୍ୟୁଟି ପୂର୍ବରୁ ରୋଲ୍ କଲ ସମୟରେ ଜଣାପଡିଥିଲା ଯେ ସନାତନ ସ୍ବାଇଁ ନାମକ ଜଣେ ହାବିଲଦାରଙ୍କ ବନ୍ଧୁକ ମିଳିନଥିଲା । ୨୮ଟି ବନ୍ଧୁକରୁ ୨୭ଟି ବନ୍ଧୁକର ପତ୍ତା ମିଳିଥିବା ବେଳେ ସନାତନଙ୍କ ବନ୍ଧୁକ ସମେତ ଗୁଳିର ଗୁଳିର ପତ୍ତା ମିଳିନଥିଲା ।
ସେପଟେ ବାଟାଲିୟନର ସପ୍ତମ କର୍ମଚାରୀ ମିଶି ଖୋଜାଖୋଜି କରିଥିଲେ । ତାଙ୍କର ଡିପାର୍ଟମେଣ୍ଟର ମଧ୍ୟ କିଛି ଲୋକ ଆସି ଖୋଜା ଖୋଜି କରିଥିଲେ । ଏପରିକି କମିଶନରେଟ ପୋଲିସର ମଧ୍ୟ କିଛି କର୍ମଚାରୀ ମିଶି ଖୋଜାଖୋଜି କରିଥିଲେ ମଧ୍ୟ ପକୌଣସି ସନ୍ଧାନ ମିଳିନଥିଲା ।ଏନେଇ ଗଞ୍ଜାମ ଅଷ୍ଟମ ଆଇଆରବି ବାଟାଲିୟନର ଏସଆଇ ପି ଲଛମୟ ମୈତ୍ରିବିହାର ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
ଭୁବନେଶ୍ୱରରୁ ଏପରି ପୋଲିସର ବନ୍ଧୁକ ଚୋରି ହେବା ଘଟଣା ପ୍ରଶ୍ନବାଚୀ ସୃଷ୍ଟି କରିଛି । ସନ୍ଦେହ କରାଯାଉଛି ଯେ କେହି ଡିପାର୍ଟମେଣ୍ଟ ଭିତରେ କିଛି କର୍ମଚାରୀ ରାଗ ରଖି ଏପରି ବନ୍ଧୁକ ଲୁଚାଇ ଥାଇପାରନ୍ତି । ଯଦି କୌଣସି କାର୍ମଚାରୀ ବନ୍ଧୁକ ଲୁଚାଇ ଥିବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯିବା ସହ ହାବିଲଦାର ସନାତନ ସ୍ବାଇଁଙ୍କ ଉପରେ ମଧ୍ୟ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ .....ରାଜଧାନୀରେ ଆରମ୍ଭ ହେଲା ଲେଟସ୍ ଡ୍ରାଇଭ, ଏବେ ଟିଫିନ ଖର୍ଚ୍ଚରେ ବୁଲିହେବ ଭୁବନେଶ୍ୱର
ଅନ୍ୟପଟେ ଏଭଳି ବନ୍ଧୁକ ଯଦି ଚୋରି ହୋଇଥାଏ । ତେବେ କିଏ ଏବଂ କାହିଁକି ଚୋରି କରିଛି ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଭୁବନେଶ୍ୱର ଭଳି ସ୍ଥାନରେ ଯେଉଁଠି ଭିଭିଆଇପି ଓ ଭିଆଇପିଙ୍କ ବାରମ୍ବାର ଗସ୍ତ ହେଉଛି । ଅନ୍ୟପଟେ ଆଗକୁ ନିର୍ବାଚନ ମାହୋଲ ବହୁ ଭିଆଇପିଙ୍କ ଗସ୍ତ ମଧ୍ୟ ରହିବ । ଏହିଭଳି ସ୍ଥିତିରେ ପୋଲିିସ ବନ୍ଧୁକ ଚୋରି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଇଟିଭି ଭାରତ, ଭୁବନେଶ୍ବର