ETV Bharat / state

ପିସି କାରବାର କରୁଥିଲେ ସାବଧାନ; ପ୍ରମାଣ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ: ରାଜସ୍ବ ମନ୍ତ୍ରୀ - Suresh Pujari at Bhubaneswar Tehsil

author img

By ETV Bharat Odisha Team

Published : Jun 18, 2024, 8:22 PM IST

Suresh Pujari visits Bhubaneswar Tehsil: ଆକ୍ଟିଭ୍‌ ମୋଡ୍‌ରେ ମୋହନ ସରକାରର ସମସ୍ତ ମନ୍ତ୍ରୀ । ଅଚାନକ ଭୁବନେଶ୍ବର ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତଦାରଖ କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । କହିଲେ ଗୋଟିଏ ପଇସାର ଦୁର୍ନୀତି ସହିବ ନାହିଁ ବିଜେପି ସରକାର । ଅଧିକ ପଢ଼ନ୍ତୁ

Suresh Pujari visits Bhubaneswar Tehsil
Suresh Pujari visits Bhubaneswar Tehsil (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ମୋହନ ସରକାର ଆସିବା ପରେ ଆକ୍ଟିଭ ମୋଡ୍‌ରେ ଚାଲିଛି କାମ । କାରଣ ଏବେ ବିଜେପିର ମନ୍ତ୍ରୀ ଏବଂ ବିଧାୟକମାନେ ଅଚାନକ ପହଞ୍ଚି କାମର ତଦାରଖ କରୁଛନ୍ତି । ସେହିପରି ଆକ୍ସନ ମୋଡ୍‌ରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ । ଆଜି ବିଧାନସଭାରେ ଶପଥ ପାଠ ପରେ ଅଚାନକ ଭୁବନେଶ୍ଵର ତହସିଲ କାର୍ଯ୍ୟାଳୟ ପରିଦର୍ଶନରେ ପହଞ୍ଚିଥିଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ । କାର୍ଯ୍ୟାଳୟ ପରିଦର୍ଶନ କଲେ ଏବଂ ତହସିଲଦାର ଏବଂ କର୍ମଚାରୀମାନଙ୍କ ସହିତ ଆଲୋଚନା କରିଥିଲେ।

ରାଜସ୍ବ ମନ୍ତ୍ରୀ ଆଜି ଅଚାନକ ଭୁବନେଶ୍ବର ତହସିଲ କାର୍ଯ୍ୟାଳୟ ପରିଦର୍ଶନରେ ଆସି ସାଧାରଣ ଲୋକ, ଓକିଲ ଏବଂ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ତହସିଲରେ କିଭଳି କାର୍ଯ୍ୟ ହେଉଛି, କିପରି ଲୋକେ ସେବା ପାଉଛନ୍ତି, ଅଭିଯୋଗ ନେଇ ମଧ୍ୟ ଆଲୋଚନା କରିଥିଲେ ମନ୍ତ୍ରୀ । ଖୁବଶୀଘ୍ର ଭୂମି, ଘର, ଜାତି ଭଳି ପ୍ରମାଣପତ୍ର ଆବେଦନ ଓ ମିଳିବା ନେଇ ସମୟସୀମା ଧାର୍ଯ୍ୟ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ରାଜସ୍ବ ମନ୍ତ୍ରୀ । ଏହା ସହିତ ସାଧାରଣ ଲୋକେ କିପରି ତହସିଲ କାର୍ଯ୍ୟାଳୟରେ ହଇରାଣ ନହେବେ ଏବଂ ସୁବିଧାରେ ସେବା ପାଇପାରିବେ, ସେନେଇ ଏକ ରୂପରେଖ ପ୍ରସ୍ତୁତ କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ମନ୍ତ୍ରୀ ।

ଏହା ମଧ୍ୟ ପଢ଼ନ୍ତୁ...ରାଜସ୍ବ ବିଭାଗରେ ଚଳିବନି ହାତଗୁଞ୍ଜା, ଦୁର୍ନୀତି ବିରୋଧରେ ହେବ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ: ରାଜସ୍ୱ ମନ୍ତ୍ରୀ - Suresh reviewed Revenue Department

ଅଭିଯୋଗ ଏବଂ ବ୍ୟବସ୍ଥା ନେଇ ଯଦି କୌଣସି ଭଲ ଉପାୟ ଥିଲେ ତାଙ୍କୁ ସିଧାସଳଖ ଭେଟି ଜଣାଇବାକୁ କହିଛନ୍ତି ମନ୍ତ୍ରୀ । ସେ ଆହୁରି କହିଛନ୍ତି, ଯାହାର ଯାହା ଅଭିଯୋଗ ଅଛି ଲିଖିତ ଆକାରରେ ମୋତେ ଦିଅନ୍ତୁ । ସେହିଭଳି ଗାଁ ମାନଙ୍କରେ ଲୋକମାନଙ୍କ ପାଖରେ କିଭଳି ସେବା ପହଞ୍ଚାଇବା ତା ଉପରେ ଦୃଷ୍ଟି ଦିଆଯିବ । କାରଣ ଜଣେ ଲୋକ ତହସିଲ କାର୍ଯ୍ୟାଳୟ ଆସିବାକୁ ବହୁତ ଦୂର ଆସିବାକୁ ପଡିଥାଏ । ତେଣୁ ତା' ଉପରେ ଖୁବଶୀଘ୍ର ନିଷ୍କର୍ଷ ବାହାର କରିବୁ ।" ଏହି ଅବସରରେ ପିସି କାରବାର କିମ୍ବା ଦୁର୍ନୀତିରେ ଲିପ୍ତ ଥିବା ଅଧିକାରୀ ସାବଧାନ ହୋଇଯିବାକୁ ମନ୍ତ୍ରୀ କହିଛନ୍ତି । ପ୍ରମାଣ ମିଳିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ପୁରୁଣା ଦୁର୍ନୀତିର ମଧ୍ୟ ପ୍ରମାଣ ମିଳିଲେ ଆକ୍ସନ ନିଆଯିବ ବୋଲି କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.