ETV Bharat / state

ରାଜରାସ୍ତାରେ ରାଜସ୍ବ ନିରୀକ୍ଷକ, ଅବହେଳା ଅଭିଯୋଗ ଆଣି ସମୂହ କାର୍ଯ୍ୟବନ୍ଦ ଆନ୍ଦୋଳନ

author img

By ETV Bharat Odisha Team

Published : Feb 19, 2024, 4:49 PM IST

Revenue Inspectors Protest: ରାଜସ୍ବ ନୀରିକ୍ଷକଙ୍କୁ ଅବହେଳା ଅଭିଯୋଗ । ସାରା ରାଜ୍ୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ । ଅଧିକ ପଢନ୍ତୁ

ଆନ୍ଦୋଳନକୁ ଓହ୍ଲାଇଲେ ରାଜସ୍ବ ନିରୀକ୍ଷକ
ଆନ୍ଦୋଳନକୁ ଓହ୍ଲାଇଲେ ରାଜସ୍ବ ନିରୀକ୍ଷକ
ଆନ୍ଦୋଳନକୁ ଓହ୍ଲାଇଲେ ରାଜସ୍ବ ନିରୀକ୍ଷକ

ସୁବର୍ଣ୍ଣପୁର: ରାଜସ୍ବ ନିରୀକ୍ଷକଙ୍କୁ ଅବହେଳା ଅଭିଯୋଗ । ସାରା ଓଡ଼ିଶାରେ ଆନ୍ଦୋଳନକୁ ଓହ୍ଲାଇଲେ ରାଜସ୍ବ ନୀରିକ୍ଷକ କର୍ମଚାରୀ । ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ମଧ୍ୟ ଆନ୍ଦୋଳନକୁ ରାଜସ୍ବ କର୍ମଚାରୀ । ସଦର ତହସିଲ ଅନ୍ତର୍ଗତ ସମସ୍ତ ରାଜସ୍ବ ନୀରିକ୍ଷକ ଆଜିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି । ବିଭିନ୍ନ ଦାବି ନେଇ ସେମାନେ ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଧାରଣାରେ ବସିଛନ୍ତି । ରାଜସ୍ବ ନିରୀକ୍ଷକ କର୍ମଚାରୀ ସଂଘର ସଭାପତି ସାକ୍ଷାତ ସିଂ ବହିଦାରଙ୍କ ନେତୃତ୍ବରେ ଏହି ଆନ୍ଦୋଳନ ଆରମ୍ଭ ହୋଇଛି । ଯଦି ସେମାନଙ୍କର ଦାବି ସରକାର ପୂରଣ ନ କରନ୍ତି ତେବେ ଆନ୍ଦଳୋନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛି ସଂଘ ।

ଦୀର୍ଘ ଦିନରୁ କର୍ମଚାରୀମାନେ ରାଜ୍ୟ ସରକାରଙ୍କ ଆଗରେ ତାଙ୍କର ଦାବି ଉପସ୍ଥାପନ କରିଥିବାବେଳେ ସରକାର ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି । ତେବେ ସେମାନଙ୍କ ଦାବିଗୁଡିକ ହେଲା ଓଡିଆରଏସ ନିୟମ ୧୯୮୩ରେ ଆବଶ୍ୟକ ସଂଶୋଧନ ମାଧ୍ୟମରେ ରାଜସ୍ବ କ୍ଷେତ୍ର କର୍ମଚାରୀଙ୍କ କ୍ୟାଡର ପୁନଃର୍ଗଠନ, ସହକାରୀ ରାଜସ୍ବ ନୀରିକ୍ଷକଙ୍କର ବେତନ ସଂରଚନାରେ ପରବର୍ତ୍ତୀ ସ୍ତରକୁ ଓଆରଏସପିର ସ୍ତର ଆଠ ,ସ୍କେଲ ଏକ ଓ ୯୦ପ୍ରତିଶତ ରାଜସ୍ବ ନୀରିକ୍ଷକ ପଦବୀ ପଦୋନ୍ନତି କରିବା ।

ଏହା ମଧ୍ୟ ପଢନ୍ତୁ.......ରାଜରାସ୍ତାରେ ଶିକ୍ଷକ ମହାସଂଘ, ୫ ଦଫା ଦାବିରେ ଗଣଧାରଣା

ଏହା ମଧ୍ୟ ପଢନ୍ତୁ ......ଦେବଗଡ଼ ପୌରଧ୍ୟକ୍ଷାଙ୍କ ମନମୁଖୀ ଅଭିଯୋଗ, କାର୍ଯ୍ୟାଳୟ ଘେରିଲେ ଉପାଧ୍ୟକ୍ଷଙ୍କ ସହ 7 କାଉନସିଲର

ଏହାସହ ବିଓଆର କଟକ ଦ୍ବାରା ପ୍ରକାଶିତ ନିଯୁକ୍ତି ତାଲିକାରେ ଧାର୍ଯ୍ୟ କରାଯାଇଥିବା ସୂଚୀ ଅନୁସାରେ ରାଜସ୍ବ ସୁପରଭାଇଜର ପଦର ନାମ କରଣର ଅତିରିକ୍ତ ତହସିଲଦାରଙ୍କୁ ପରିବର୍ତ୍ତନ କରିବା ସେହି ଅନୁସାରେ ୩-୧ରାଜସ୍ବ ମଣ୍ଡଳରେ ତହସିଲ ଗୁଡିକରେ ନିଯୁକ୍ତ କରିବା, ଓଏଏସ ପାଇଁ ୨୫ପ୍ରତିଶତ ପଦ ପଦନ୍ନୋତି ଯୋଗ୍ୟ ରାଜସ୍ବ ସୁପରଭାଇଜରଙ୍କ ଦରମା, ସେବା କାର୍ଯ୍ୟାଳୟ ଓ ରାଜସ୍ବ ପ୍ରଶାସନର ଅଭିଜ୍ଞତା ଉପରେ ଆଧାର କରି ପଦୋନ୍ନତି ପାଇଁ ସଂରକ୍ଷିତ ରଖିବା, ୧ ଜାନୁୟାରୀ ୨୦୦୬ରୁ ରାଜସ୍ବ ନୀରିକ୍ଷକ, ଅତିରିକ୍ତ ରାଜସ୍ବ ନୀରିକ୍ଷକ ଓ ଆରଏସ କର୍ମଚାରୀଙ୍କ ବେତନ ବର୍ଦ୍ଧିତ ସ୍କେଲରେ ଧାର୍ଯ୍ୟ କରିବା । ଏଭଳି 6 ଦଫା ଦାବି ପୂୂରଣ ପାଇଁ ଆନ୍ଦୋଳନରତ କର୍ମଚାରୀମାନେ ଦାବି କରିଛନ୍ତି । ସେପଟେ ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ଚାଲୁ ରହିବ ବୋଲି ଜିଲ୍ଲା ସଭାପତି ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ .....ଆରମ୍ଭ ହେବ 'ଦେଶ କି ବେଟି, ପେହଚାନ ହମାରି' କାର୍ଯ୍ୟକ୍ରମ; ମହିଳା ପ୍ରତିଭାଙ୍କୁ ଚିହ୍ନଟ

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.