ETV Bharat / state

ଲାଞ୍ଚ ନେଇ ବନ୍ଧା ହେଲେ ରାଜସ୍ବ ସହାୟକ, ଦୁଇଟି ସ୍ଥାନରେ ଚଢ଼ାଉ

author img

By ETV Bharat Odisha Team

Published : Feb 21, 2024, 8:28 PM IST

Vigilance Raid: ଭିଜିଲାନ୍ସ ପଞ୍ଝାରେ ବଲାଙ୍ଗୀର ମୁରିବହାଳ ତହସିଲର ରାଜସ୍ବ ସହାୟକ ତଥା ରେକର୍ଡ କିପର ହେବଲଟ ବାର୍ଲା । ଅଧିକ ପଢନ୍ତୁ

ଲାଞ୍ଚ ନେଇ ବନ୍ଧା ହେଲେ ରାଜସ୍ବ ସହାୟକ , ଦୁଇଟି ସ୍ଥାନରେ ଚଢ଼ାଉ

ବଲାଙ୍ଗୀର: ଲାଞ୍ଚ ନେଇ ଧରା ପାଡ଼ିଲେ ରାଜସ୍ବ ସହାୟକ । ବଲାଙ୍ଗୀର ଭିଜିଲାନ୍ସ ଜାଲରେ ମୁରିବହାଳ ତହସିଲର ରେକର୍ଡ କିପର । ଦୁଇଟି ସ୍ଥାନରେ ଏକକାଳୀନ ଚଢାଉ । ଜମି ପଟ୍ଟା କରିବା ପାଇଁ ନେଉଥିଲେ ଲାଞ୍ଚ ମାଡ଼ି ବସିଲା ଭିଜିଲାନ୍ସ । ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଲେ ମୁରିବହାଳ ତହସିଲର ରାଜସ୍ବ ସହାୟକ ତଥା ରେକର୍ଡ କିପର ହେବଲଟ ବାର୍ଲା । ଟଙ୍କା ସହ ହେବଲେଟଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ଭିଜିଲାନ୍ସ ନିର୍ଦ୍ଦେଶାଳୟରୁ ମିଳିଥିବା ସୂଚନା‌ ଅନୁସାରେ ଗତ ୨୦୧୯ରେ ଜମି ପଟ୍ଟା ପାଇଁ ଜଣେ ବକ୍ତି ତହସିଲରେ ଆବଶ୍ୟକ କାଗଜପତ୍ର ଦାଖଲ କରିଥିଲେ । ହେଲେ ଦୀର୍ଘ ବର୍ଷ ଧରି କାମ ନକରି ହେବଲେଟ୍ ପକାଇ ରଖିଥିଲେ । ଏନେଇ ଅଭିଯୋଗକାରୀ ଅନୁରୋଧ କରିବାରୁ ୨୦ହଜାର ଟଙ୍କା ଦାବି କରିଥିଲେ ରେକର୍ଡ କିପର । ଏହାପରେ ଅଭିଯୋଗକରୀ ଜଣକ ସମ୍ବଲପୁର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । କେଶ ନଂ ୪ ୭ ପିସି ଏକ୍ଟ ୧୯୮୮ ଅନୁସାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଭିଜିଲାନ୍ସ ।

ପୂର୍ବ ଯୋଜନା ଅନୁସାରେ ଆଜି ରେକର୍ଡ କିପର ପ୍ରଥମ କିସ୍ତିରେ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା । ଲାଞ୍ଚ ଟଙ୍କା ଜବତ କରିବା ସହ ୨ଟି ଜାଗାରେ ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ଅନେକ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ବିଭାଗ ହାତରେ ଲାଗିଛି । ସେପଟେ ଅଭିଯୁକ୍ତ ରେକର୍ଡ କିପରକୁ ବଲାଙ୍ଗୀର ଭିଜିଲାନ୍ସ ଅଫିସକୁ ଆଣି ଘଟଣାର ଅଧିକ ତଦନ୍ତ ଜାରି ରହିଛି । କେତେ ପରିମାଣର ଆୟବର୍ହିଭୂତ ସମ୍ପତିଠୁଳ କରିଛନ୍ତି ସେନେଇ ତଦନ୍ତ ଜାରି ରହିଛି ଭିଜିଲାନ୍ସ ବିଭାଗ । ହେବଲଟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ....ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ, ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କଠୁ ନେଉଥିଲେ ଲାଞ୍ଚ

ସେହିପରି ପୂର୍ବରୁ ବୌଦ୍ଧର ଆରଟିଓ ବସନ୍ତ କୁମାର ମହାପାତ୍ର ଭିଜିଲାନ୍ସରେ ହାତରେ ଧରା ପଡ଼ିଥିଲେ । ତାଙ୍କ ଠାରୁ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା । ଭୁବନେଶ୍ୱରଠାରୁ ନେଇ ବେଙ୍ଗାଲୁରୁ ପର୍ଯ୍ୟନ୍ତ ତାଙ୍କର ଏକାଧିକ ଫ୍ଲାଟ ରହିଥିଲା । 2 କୋଟି ଟଙ୍କାର ଉତ୍କଳ କନିକା ଗ୍ୟାଲେରିଆରେ‌ ଏକ ସଂପି ମଲ୍ ରହିଥିଲା । କଳ୍ପନା ସ୍ଥିତ ଉତ୍କଳ ରୟାଲ୍‌ ରେସିଡେନ୍ସିରେ କୋଟିଏ ଟଙ୍କା ମୂଲ୍ୟର ଏକ ଫ୍ଲାଟ ରହିଥିଲା । କଳାରାହାଙ୍ଗ ଅଞ୍ଚଳରେ ଜେଡ୍‌-୧ ଇଷ୍ଟେଟ ଆଇକନିକ୍‌ରେ ୫ବିଏଚ୍‌କେ ଫ୍ଲାଟ୍‌ ପାଇଁ ଅଗ୍ରୀମ ୧.୩୫କୋଟି ଟଙ୍କା ଦେଇଥିବା ଭିଜିଲାନ୍ସ ସୂଚନା ଦେଇଛି । ବୌଦ୍ଧରେ ସମେତ ଭୁବନେଶ୍ବର, ବ୍ରହ୍ମପୁର ଓ ଭଞ୍ଜନଗର ଭଳି ୧୦ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢାଉ କରିଥିଲା । ଏହି ଦୁର୍ନୀତି ଗ୍ରସ୍ତ ଆରଟିଓଙ୍କ ୧୯କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.